Ind vs Eng: ଆଉଟ ହେବା ପରେ ବିରାଟ କୋହଲିଙ୍କ ସହ ମୁହାଁମୁହିଁ ହେଲେ ଜୋସେ ବଟଲର; ଜାଣନ୍ତୁ ପୂରା ଘଟଣା

ଭାରତର ୨୨୫ ରନ୍ ଲକ୍ଷ୍ୟକୁ ପିଛାକରି ରଖି ଇଂଲଣ୍ଡ ଦଳ ଶୂନ ରନରେ ନିଜର ପ୍ରଥମ ୱିକେଟ୍ ହରାଇଥିଲା । ଏହା ପରେ ଜୋସ୍ ବଟଲର ଓ ଡେଭିଡ ମାଲାନଙ୍କ ମଧ୍ୟରେ ୧୩୦ ରନ୍ ଭାଗିଦାରୀ ହୋଇଥିଲା ।

Ind vs Eng: ଆଉଟ ହେବା ପରେ ବିରାଟ କୋହଲିଙ୍କ ସହ ମୁହାଁମୁହିଁ ହେଲେ ଜୋସେ ବଟଲର; ଜାଣନ୍ତୁ ପୂରା ଘଟଣା
ଆଉଟ ହେବା ପରେ ବିରାଟ କୋହଲିଙ୍କ ସହ ମୁହାଁମୁହିଁ ହେଲେ ଜୋସେ ବଟଲର
  • News18 Odia
  • Last Updated: March 21, 2021, 9:45 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ବିରାଟ କୋହଲିଙ୍କ (Virat Kohli) ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ରେ ୩୨ ରନରେ ବିଜୟ ହାସଲ କରିଛି । କ୍ୟାପଟେନ କୋହଲି ମଧ୍ୟ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚରେ ଅପରାଜିତ ୮୦ ରନ୍ କରିଥିଲେ । କୋହଲିଙ୍କ ଛଡ଼ା ଓପନର୍ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । କେବଳ ଏତିକି ନୁହେଁ ବୋଲରମାନେ ମଧ୍ୟ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ତେବେ ଇଂଲଣ୍ଡ ଦଳ ଏକ ସମୟରେ ମ୍ୟାଚରେ ପ୍ରାଧାନ୍ୟ ବିସ୍ତାର କରୁଥିବାର ନଜର ଆସିଥିଲା । ଭାରତର ୨୨୫ ରନ୍ ଲକ୍ଷ୍ୟକୁ ପିଛାକରି ରଖି ଇଂଲଣ୍ଡ କେବଳ ଶୂନ ସ୍କୋରରେ ନିଜର ପ୍ରଥମ ୱିକେଟ୍ ହରାଇଥିଲା । ଏହା ପରେ ଜୋସ୍ ବଟଲର ଓ ଡେଭିଡ ମାଲାନଙ୍କ ମଧ୍ୟରେ ୧୩୦ ରନ୍ ଭାଗିଦାରୀ ହୋଇଥିଲା ।

ଏହି ଯୋଡି ଭାରତୀୟ ବୋଲରମାନଙ୍କୁ ବହୁତ ଅସୁବିଧାରେ ପକାଇଥିଲା । ଏହି ଯୋଡି କ୍ୟାପଟେନ କୋହଲିଙ୍କ ମଧ୍ୟ ଚିନ୍ତା ବଢ଼ାଇଥିଲେ । ତେବେ ଏହି ଭାଗିଦାରୀକୁ ଭୁବନେଶ୍ୱର କୁମାର ଭାଙ୍ଗିବାରେ ସଫଳ ହୋଇଥିଲେ । ଭୁବନେଶ୍ୱରଙ୍କ ବୋଲରେ ଜୋସ୍ ବଟଲରଙ୍କ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ ଆଉଟ ହୋଇଥିଲେ । ବ୍ୟକ୍ତିଗତ ୫୨ ରନରେ ଖରାପ ସଟ୍ ଖେଳି ଆଉଟ ହେବା ପରେ ବଟଲର ନିଜ ୱିକେଟ୍ ହରାଇ ନିରାଶ ହୋଇଥିଲେ ଓ ସେଥିପାଇଁ ସେ ପାଭିଲିୟନକୁ ଫେରିବାବେଳେ ଭାରତୀୟ ଅଧିନାୟକଙ୍କ ସହ ମୁହାଁମୁହିଁ ହୋଇଥିଲେ ।



ବାସ୍ତବରେ ଯେତେବେଳେ ୧୩ ତମ ଓଭରରେ ଭୁଭିଙ୍କ ଦ୍ୱାରା ଆଉଟ ହେବା ପରେ ବଟଲର ପାଭିଲିୟନକୁ ଫେରୁଥିଲେ ସେତେବେଳେ ସେ କିଛି କହିଥିଲେ । ଯାହା ପରେ କୋହଲି ରାଗି ଯାଇଥିଲେ ଓ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ବଟଲର ମଧ୍ୟ ଅଟକି ଯାଇ କୋହଲିଙ୍କ ସହ ଝଗଡ଼ା କରିବାକୁ ପୁଣି ପିଚ ଆଡକୁ ଫେରିବା ଆରମ୍ଭ କରିଥିଲେ । ତେବେ ଉଭୟଙ୍କ ମଧ୍ୟରେ ଏହି ବିବାଦର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏହା ପରେ କୋହଲି ଅମ୍ପାୟାରଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା । ବଟଲର ପାଭିଲିୟନକୁ ଫେରିବା ପରେ ଇଂଲଣ୍ଡ ବଡ଼ ଭାଗିଦାରୀ ଗଢ଼ିବାରେ ବିଫଳ ହୋଇଥିଲା ଓ ଦଳ ଧାର୍ଯ୍ୟ ଓଭରରେ ୮ ୱିକେଟ୍ ପାଇଁ ୧୮୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ।
Published by: Jagdish Barik
First published: March 21, 2021, 9:45 AM IST