IND vs ENG: ଆମ ବୋଲର୍ମାନେ ପାୱାର୍ ପ୍ଲେ’ରେ ୱିକେଟ୍ ନେଇପାରିଲେନି… ପରାଜୟର ୫ଟି କାରଣ
ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଜେସନ ରୟ ମିଶି କ୍ରମାଗତ ଦ୍ୱିତୀୟ ମ୍ୟାଚରେ ୧୦୦ରୁ ଅଧିକ ରନ୍ ସ୍କୋର୍ କରିଛନ୍ତି । ଆମର ବୋଲରମାନେ ଏହି ଦୁଇ ଜଣଙ୍କୁ ଶୀଘ୍ର ଆଉଟ୍ କରିବାରେ ସକ୍ଷମ ହେଉ ନାହାନ୍ତି ।

ଜନି ବେୟାରଷ୍ଟୋ ମ୍ୟାନ୍ ଅପ୍ ଦି ମ୍ୟାଚ୍ ହେଲେ । (ଏ.ଏଫ୍.ପି. ଫଟୋ)
- News18 Odia
- Last Updated: March 26, 2021, 11:42 PM IST
ନୂଆ ଦିଲ୍ଲୀ: ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଟିମ୍ ଭାରତକୁ ଛଅ ୱିକେଟରେ ପରାସ୍ତ କରିଛି । ଏହା ସହିତ ସିରିଜ୍ ୧-୧ରେ ସମାନ ହୋଇଛି । ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଚମତ୍କାର ବ୍ୟାଟିଂ କରିଥିଲେ । ହେଲେ ଟିମ୍ ଇଣ୍ଡିଆର ବୋଲିଂ ଭଲ ନ ଥିଲା । ପାୱାର୍ ପ୍ଲେ’ରେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ବୋଲରମାନେ ୱିକେଟ୍ ନେଇପାରି ନ ଥିଲେ ।
ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଦ୍ୱିତୀୟ ୱିକେଟ୍ ପାଇଁ ୧୭୫ ରନର ସହଭାଗୀତା କରିଥିଲେ । ଏହି କାରଣରୁ ଇଂଲଣ୍ଡ୍ ଦଳ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ୩୦୦ରୁ ଅଧିକ ରନ୍ ସ୍କୋର କରି ମ୍ୟାଚ୍ ଜିତି ଥିଲା ।
ଟିମ୍ ଇଣ୍ଡିଆର ପରାଜୟର ୫ଟି ବଡ଼ କାରଣ କ’ଣ ଥିଲା ଜାଣନ୍ତୁ:
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ର
(୨) ମିଡିଲ୍ ଓଭରରେ ଆମର ରନ୍ ହେଉ ନାହିଁ: ଟିମ୍ ଇଣ୍ଡିଆ ୧୧ରୁ ୪୦ ଓଭର ମଧ୍ୟରେ ୧୬୯ ରନ୍ ସଂଗ୍ରହ କରିଥିଲା । ଅନ୍ୟ ପକ୍ଷରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ଏହି ସମୟ ମଧ୍ୟରେ ୨୫୯ ରନ୍ ସଂଗ୍ରହ କରିଥିଲେ । ଏହାର ଅର୍ଥ ଆମଠାରୁ ୯୦ ରନ୍ ଅଧିକ କରିଥିଲେ ସେମାନେ । ଏହା ଇଂଲଣ୍ଡ୍ ଦଳକୁ ଟାର୍ଗେଟକୁ ପିଛା କରିବାରେ ସାହାଯ୍ୟ କରିଥିଲା ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା
(୩) ଷଷ୍ଠ ବୋଲର୍ ଅଭାବ: ଟିମ୍ ଇଣ୍ଡିଆ ଉଭୟ ପ୍ରଥମ ଓ ଦ୍ୱିତୀୟ ODIରେ ପାଞ୍ଚ ଜଣ ବୋଲରଙ୍କୁ ବ୍ୟବହାର କରିଥିଲା । ଫାଷ୍ଟ୍ ବୋଲର୍ ପ୍ରସିଦ୍ଧ କୃଷ୍ଣ ଓ ବାମହାତୀ ସ୍ପିନର୍ କୃନାଲ ପାଣ୍ଡ୍ୟାଙ୍କର ଏହା ଦ୍ୱିତୀୟ ମ୍ୟାଚ୍ ଥିଲା । ଏଭଳି ପରିସ୍ଥିତିରେ ଷଷ୍ଠ ବୋଲରଙ୍କ ଅଭାବ ଦେଖାଦେଇଥିଲା । ଉଭୟ ମ୍ୟାଚରେ ଇଂଲଣ୍ଡ ଛଅ ଜଣ ବୋଲରଙ୍କୁ କାମରେ ଲଗାଇଥିଲା ।
ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ସରକାର; କାରଣ ବେକାବୁ କରୋନା
(୪) ସ୍ପିନର୍ ସମ୍ପୂର୍ଣ୍ଣ ବିଫଳ ହେଲେ: ଭାରତ ଭିତରେ ହେଉଥିବା ମ୍ୟାଚରେ ଟିମ୍ ଇଣ୍ଡିଆର ବିଜୟରେ ସ୍ପିନ୍ ବୋଲରମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହୁଥିଲେ । କିନ୍ତୁ ସେମାନେ ଏହି ଉଭୟ ମ୍ୟାଚରେ ବିଫଳ ହୋଇଥିଲେ । ପ୍ରଥମ ମ୍ୟାଚରେ କୃଣାଲ୍ ଗୋଟିଏ ୱିକେଟ୍ ପାଇଥିଲେ । ଦ୍ୱିତୀୟ ମ୍ୟାଚରେ ସ୍ପିନ୍ ବୋଲରମାନେ ୧୬ ଓଭରରେ ୧୫୬ ରନ୍ ଦେଇଥିଲେ ଓ କୌଣସି ୱିକେଟ୍ ନେଇପାରି ନ ଥିଲେ ।
ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ
(୫) ଟସ୍ ବି ଗୁରୁତ୍ୱପୂର୍ଣ୍ଣ ଥିଲା: ଇଂଲଣ୍ଡ ଉଭୟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା । ଭାରତରେ ହେଉଥିବା ମ୍ୟାଚରେ ଟାର୍ଗେଟକୁ ପିଛା କରିବା ସହଜ ବୋଲି ବିବେଚନା କରାଯାଏ । ଏଥିରୁ ବି ଇଂଲଣ୍ଡ ଉପକୃତ ହୋଇଥିଲା । ଟି-୨୦ (T20) ସିରିଜର ପ୍ରଥମ ତିନୋଟି ଟି-୨୦ ମ୍ୟାଚରେ ଟାର୍ଗେଟକୁ ପିଛା କରୁଥିବା ଦଳ, ଅର୍ଥାତ ପରେ ବ୍ୟାଟିଂ କରୁଥିବା ଦଳ ହିଁ ମ୍ୟାଚ୍ ଜିତିଥିଲା ।