News18 Odia Digital
ଅହମ୍ମଦାବାଦ: ଅହମ୍ମଦାବାଦରେ ଖେଳା ଯାଇଥିବା ଭାରତ ବନାମ ଇଂଲଣ୍ଡ (India vs England) ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଟିମ୍ ଇଣ୍ଡିଆ ୧୦ ୱିକେଟରେ ପରାସ୍ତ କରିଛି । ଜିତିବା ପାଇଁ ଭାରତକୁ ମାତ୍ର ୪୯ ରନର ଲକ୍ଷ୍ୟ ମିଳିଥିଲା, ଯାହାକୁ ହାସଲ କରିବାରେ ବିରାଟ ଓ ତାଙ୍କ ବନ୍ଧୁମାନଙ୍କୁ କୌଣସି ଅସୁବିଧା ହୋଇ ନ ଥିଲା ।
ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ଅକ୍ଷର ପଟେଲ ଓ ଆର୍. ଅଶ୍ୱିନଙ୍କ ସ୍ପିନ ଯୋଗୁଁ ଜିତିଲା, କିନ୍ତୁ ଏହି ମ୍ୟାଚ୍ ପରେ ପିଚ୍ ଉପରେ ପ୍ରଶ୍ନ ଉଠିଛି । ମ୍ୟାଚ୍ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା, ତେଣୁ ଏ ଭଳି ପ୍ରଶ୍ନ ଉଠିବା ସ୍ୱାବାବିକ । ବିଶେଷକରି ଇଂଲଣ୍ଡର ପୂର୍ବତନ କ୍ରିକେଟର ମାଇକେଲ ୱନ୍ ଓ କେଭିନ ପିଟରସନ୍ ଏହା ଦ୍ୱାରା ବିରକ୍ତ ହୋଇଥିଲେ ।
ଏହା ବି ପଢ଼ନ୍ତୁ | କ୍ରିକେଟର୍ ମନୋଜ ତିୱାରୀ TMCରେ ଯୋଗଦେବେ; କହିଲେ ‘‘ଦିଦିଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ’’
ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (Virat Kohli) ବିଶ୍ୱାସ କରନ୍ତି ଯେ ଅହମଦାବାଦର ପିଚରେ କୌଣସି ଅସୁବିଧା ନ ଥିଲା, କିନ୍ତୁ ବ୍ୟାଟ୍ସମ୍ୟାନ୍ମାନେ ଖରାପ ପ୍ରଦର୍ଶନ କରିଥିଲେ ।
‘‘ସତ କହିବାକୁ ଗଲେ ମୁଁ ଭାବୁଛି ଉଭୟ ଦଳର ବ୍ୟାଟ୍ସମ୍ୟାନମାନେ ଖରାପ ବ୍ୟାଟିଂ କରିଛନ୍ତି । ସେମାନେ ଶୀଘ୍ର ଆଉଟ୍ ହୋଇଥିଲେ । ଉଭୟ ଦଳର ବ୍ୟାଟ୍ସମ୍ୟାନମାନେ ଭଲ ଖେଳି ନ ଥିଲେ । ବୁଧବାର ଦିନ ତ ବଲ୍ ସହଜରେ ବ୍ୟାଟ୍ ଉପରକୁ ଆସୁଥିଲା, ଆଉ ବଲ୍ ଟର୍ଣ୍ଣ ହେଉଥିଲା । ମୁଁ ଭାବୁଛି ବ୍ୟାଟିଂ ମଧ୍ୟମ ଧରଣର ହେଲା । ୩୦ଟି ୱିକେଟ୍ ମଧ୍ୟରୁ ୨୧ଟି ସିଧା ବଲରେ ହିଁ ଗଡି଼ଥିଲା । ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ,’’ ମ୍ୟାଚ ପରେ କହିଛନ୍ତି ବିରାଟ କୋହଲି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍
କୋହଲି କହିଛନ୍ତି ଯେ ସେ ପ୍ରଥମ ଥର ପାଇଁ ଏଭଳି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି ଯେଉଁଥିରେ ଖେଲ ମାତ୍ର ଦୁଇ ଦିନରେ ହିଁ ଶେଷ ହୋଇଛି । ସେ କହିଛନ୍ତି, ‘‘ଏହା ଏକ ଅଦ୍ଭୁତ ମ୍ୟାଚ୍ ଥିଲା । ମୁଁ ଆଗରୁ କେବେ ବି ଏଭଳି ଟେଷ୍ଟ ମ୍ୟାଚ୍ ଖେଳି ନାହିଁ, ଯେଉଁଠି ପରିସ୍ଥିତି ଏତେ ଶୀଘ୍ର ବଦଳି ଯାଏ । ମୋତେ ଲାଗୁଛି ବ୍ୟାଟ୍ସମ୍ୟାନମାନଙ୍କ ଧ୍ୟାନ ଠିକ୍ ସ୍ଥାନରେ ନ ଥିଲା । ସେମାନେ ଟର୍ଣ୍ଣ ପାଇଁ ଖେଳୁଥିଲେ, କିନ୍ତୁ ୱିକେଟ୍ ସିଧା ବଲରେ ହିଁ ଗଡୁଥିଲା ।’’
କୋହଲି କହିଛନ୍ତି ଯଏ ଜସପ୍ରୀତ ବୁମ୍ରା ତାଙ୍କୁ ପଚାରିଥିଲେ ଯେ ମ୍ୟାଚ୍ ସମୟରେ ତାଙ୍କୁ କାହିଁକି ବିଶ୍ରାମ ଦିଆଯାଉଛି, ଆଉ ଇଶାନ୍ତ ଶର୍ମା କହିଥିଲେ ତାଙ୍କୁ ନିଜ ୧୦୦ତମ ଟେଷ୍ଟ ମ୍ୟାଚରେ ବୋଲିଂ ମିଳୁ ନାହିଁ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।