News18 Odia Digital
ନୂଆ ଦିଲ୍ଲୀ: ଭାରତର ଷ୍ଟାର୍ ଫୁଟବଲର୍ ସୁନୀଲ ଛେତ୍ରୀ (Sunil Chhetri) ଦୁଇଟି ଚମତ୍କାର ଗୋଲ୍ ସ୍କୋର କରି ଭାରତ ପାଇଁ ଛଅ ବର୍ଷ ପରେ ଏକ ବଡ଼ ଖୁସି ଫେରାଇ ଆଣିଛନ୍ତି । ତାଙ୍କ ଚମତ୍କାର ଫୁଟବଲ୍ ଖେଳ (football) ଯୋଗୁଁ ଭାରତ ସୋମବାର ଦିନ ବାଂଲାଦେଶକୁ ହରାଇଛି । ଫିଫା ବିଶ୍ୱ କପ୍ ୨୦୨୨ (FIFA World Cup 2022) ଓ ଏସୀଆନ୍ କପ୍ ୨୦୨୩ର (Asian Cup 2023) ପାଇଁ ଆୟୋଜିତ ମିଳିତ ଯୋଗ୍ୟତା ପର୍ଯ୍ୟାୟରେ ଭାରତ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି ।
ଫିଫା ବିଶ୍ୱ କପ୍ ଯୋଗ୍ୟତା ପର୍ଯ୍ୟାୟରେ (FIFA World Cup qualifiers) ଛଅ ବର୍ଷ ପରେ ଏହା ଭାରତୀୟ ଦଳର ପ୍ରଥମ ବିଜୟ । ଘରୋଇ ପଡ଼ିଆ ବାହାରେ ବିଶ୍ୱ କପ୍ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଦଳ ୨୦ ବର୍ଷ ପରେ ଏହି ବିଜୟ ହାସଲ କରିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | IPS ଅଫିସର୍ ସାଗରିକା ନାଥ କହିଲେ: ‘‘ଜଣେ ଦୃଢ଼ ମହିଳା ମୋତେ ଲାଳନ ପାଳନ କରିଥିବାରୁ ମୁଁ ଆଜି ଦୃଢ଼’’ଭାରତର ଏହି ବିଜୟ ପରେ ଏସୀୟାନ୍ କ୍ୱାଲିଫାୟରର ତୃତୀୟ ରାଉଣ୍ଡରେ ସିଧାସଳଖ ଯୋଗ୍ୟତା ଅର୍ଜନ କରିବାକୁ ଭାରତୀୟ ଦଳର ଆଶା ବୃଦ୍ଧି ପାଇଛି । ଗୃପ୍ ତାଲିକାର ଶ୍ରେଷ୍ଠ ତିନିଟି ସ୍ଥାନରେ ଥିବା ଦଳମାନେ ଏସୀୟ କପ୍ ଯୋଗ୍ୟତା ପର୍ଯ୍ୟାୟ ତୃତୀୟ ରାଉଣ୍ଡ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ତଥାପି ଭାରତୀୟ ଦଳ ବିଶ୍ୱ କପ୍ ୨୦୨୨ ପାଇଁ ଯୋଗ୍ୟତା ଅର୍ଜନ କରିବାର ଦୌଡ଼ରୁ ଆଗରୁ ବାହାରକୁ ଯାଇସାରିଛି ।
ଏହା ବି ପଢ଼ନ୍ତୁ | ଝାରସୁଗୁଡ଼ାରେ ଯୁବତୀକୁ ୨ ଜଣ ବଳାତ୍କାର କଲେ; ଭିଡିଓ ଭାଇରାଲ୍ ହେବା ପରେ ଜଣେ ଧରାପଡ଼ିଲା୩୬ ବର୍ଷୀୟ ସୁନୀଲ ଛେତ୍ରୀ ୭୯ତମ ମିନିଟରେ ଭାରତୀୟ ଦଳର ଖାତା ଖୋଲିଥିଲେ ଓ ତା’ ପରେ ଶେଷ ମୁହୂର୍ତ୍ତରେ (୯୦ + ୨ ମିନିଟ୍) ଆଉ ଏକ ଗୋଲ୍ ସ୍କୋର୍ କରି ଏହି ଗୃପ୍ ଇ ମ୍ୟାଚରେ ଦଳ ପାଇଁ ୨-୦ ବିଜୟ ନିଶ୍ଚିତ କରିଥିଲେ । ସେ ଏକ ଚମତ୍କାର ହେଡର୍ ଦ୍ୱାରା ଏହି ଦ୍ୱିତୀୟ ଗୋଲ୍ କରିଥିଲେ ।
ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ପଡ଼ିଆକୁ ଓହ୍ଲାଇଥିବା ଖେଳାଳି ଆଶିକ୍ କୁରୁନିୟନଙ୍କ ଏକ କ୍ରସକୁ ଛେତ୍ରୀ ହେଡ୍ କରିଥିଲେ ଓ ଏକ ସୁନ୍ଦର କୋଣ ତିଆରି କରି ଦଳ ପାଇଁ ପ୍ରଥମ ଗୋଲରେ ପରିଣତ କରିଥିଲେ । ଏହି ଗୋଲ୍ ପରେ ଭାରତୀୟ ଫୁଟବଲ୍ ଦଳର କୋଚ୍ ଇଗୋର୍ ଷ୍ଟିମାକ୍ ଏକ ଶାନ୍ତିର ଦୀର୍ଘ ନିଶ୍ୱାସ ତ୍ୟାଗ କରିଥିଲେ । ହେଲେ ଛେତ୍ରୀ ସେତିକିରେ ଅଟକି ନ ଥିଲେ ।
ଦୋହାସ୍ଥିତ ଅଲ୍ ସାଦ୍ ଷ୍ଟାଡିୟମରେ ଆୟୋଜିତ ଏହି ମ୍ୟାଚର ଶେଷ ମୁହୂର୍ତ୍ତରେ ସୁରେଶ ସିଂଙ୍କ ଠାରୁ ଆସିଥିବା ଏକ ପାସକୁ ଚମତ୍କାର ଢଙ୍ଗରେ ଗୋଲ୍ ପୋଷ୍ଟ ଭିତରକୁ ପୂରାଇ ସେ ନିଜ ୭୪ତମ ଅନ୍ତର୍ଜାତୀୟ ଗୋଲ୍ ସ୍କୋର୍ କରିଥିଲେ ଓ ଭାରତୀୟ ଦଳ ପାଇଁ ତିନୋଟି ପଏଣ୍ଟ୍ ସୁନିଶ୍ଚିତ କରିଥିଲେ ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପରୀକ୍ଷାର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ବୋର୍ଡ଼ ମୋହର ମାରିଲା; ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେମ୍ୟାଚର ଆରମ୍ଭରୁ ଭାରତୀୟ ଦଳ ପଡ଼ିଆରେ ପ୍ରାଧାନ୍ୟ ବିସ୍ତାର କରିଥିଲା, କିନ୍ତୁ ଗୋଟିଏ ଗୋଲରେ ପଛରେ ପଡ଼ିବା ପରେ ବାଂଲାଦେଶର ଖେଳାଳିମାନେ ତୀବ୍ର ଢଙ୍ଗରେ ଖେଳିବା ଆରମ୍ଭ କରିଥିଲେ । ବାଂଲାଦେଶ ଦଳ ଗୋଟିଏ ବି ଗୋଲ୍ ସ୍କୋର୍ କରିପାରି ନ ଥିଲା, କିନ୍ତୁ ଛେତ୍ରୀଙ୍କ ପ୍ରଥମ ଗୋଲ୍ ଭାରତକୁ ଅଗ୍ରଣୀ ଭୂମିକାରେ ରହି ଖେଳିବାର ସୁଯୋଗ ଦେଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଭୁବନେଶ୍ୱର ଶିକ୍ଷୟିତ୍ରୀ ଆତ୍ମହତ୍ୟା: ଛାତ୍ରରୁ ପ୍ରେମିକ ସାଜିଥିବା ଯୁବକ ବାହା ହେବାକୁ ରାଜି ହେଲାନିଅନ୍ତର୍ଜାତୀୟ ଫୁଟବଲରେ ସକ୍ରିୟ ଖେଳାଳିମାନଙ୍କ ମଧ୍ୟରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ (Christiano Ronaldo) ପରେ ସର୍ବାଧିକ ଗୋଲ୍ ଛେତ୍ରୀଙ୍କ ନାଁରେ ଅଛି । ଏହି ବିଜୟ ପରେ ଭାରତୀୟ ଦଳ ଛଅଟି ମ୍ୟାଚରୁ ସାତ ପଏଣ୍ଟ୍ ପାଇ ଗୃପ୍ ଟେବୁଲରେ ତୃତୀୟ ସ୍ଥାନରେ ପହଞ୍ଚିଛି ।
ଏହି ଚମତ୍କାର ବିଜୟକୁ ଛାଡ଼ି ଭାରତୀୟ ଦଳର ଖାତାରେ ତିନୋଟି ପରାଜୟ ଓ ତିନୋଟି ଡ୍ର ଅଛି । ଭାରତକୁ ବର୍ତ୍ତମାନ ୧୫ ଜୁନରେ ଆଫଗାନିସ୍ତାନ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବାକୁ ପଡି଼ବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।