IND VS AUS: ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲଙ୍କୁ ବିରାଟ କୋହଲି କଲେ ସଲାମ; କହିଲେ- ମାନିଗଲି ଠାକୁର
ୱାଶିଂଟନ୍ ସୁନ୍ଦର (Washington Sundar) ଓ ଶାର୍ଦ୍ଦୁଲ ଠାକୁର (Shardul Thakur) ସପ୍ତମ ୱିକେଟ୍ ପାଇଁ ୧୨୩ ରନ୍ ପାର୍ଟନରସିପ କରିଥିଲେ । ଭାରତ ପ୍ରଥମ ଇନିଂସରେ ୩୩୬ ରନ୍ ସ୍କୋର କରିଛି ।

ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲଙ୍କୁ ବିରାଟ କୋହଲି କଲେ ସଲାମ
- News18 Odia
- Last Updated: January 17, 2021, 6:57 PM IST
ନୂଆ ଦିଲ୍ଲୀ: ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୩୬ ରନ୍ ସ୍କୋର କରିଛି । ଏକ ସମୟରେ ଏପରି ଲାଗୁଥିଲା ଯେ ଟିମ୍ ଇଣ୍ଡିଆ ୨୨୦ ରନ୍ ମଧ୍ୟ କରିପାରିବ ନାହିଁ। କିନ୍ତୁ ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦରଙ୍କ ଅର୍ଦ୍ଧ ଶତକୀୟ ଇନିଂସ ଏହା ଘଟିବାକୁ ଦେଇ ନଥିଲା । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩ ରନ୍ ଅଗ୍ରଣୀ ହାସଲ କରିଥିଲା କିନ୍ତୁ ଆୟୋଜକଙ୍କ ସହ ଟିମ୍ ଇଣ୍ଡିଆକୁ କଡ଼ା ମୁକାବିଲା କରିଥିଲା । ଟିମ୍ ଇଣ୍ଡିଆ ପାଇଁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୬୭ ରନ୍ ସଂଗ୍ରହ କରିଥିଲେ । ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ସୁନ୍ଦର ମଧ୍ୟ ୬୨ ରନ୍ ସଂଗ୍ରହ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ମିଳିତ ଭାବେ ସପ୍ତମ ୱିକେଟ୍ ପାଇଁ ୧୨୩ ରନ୍ ଭାଗିଦାରୀ ବାଣ୍ଟିଥିଲେ । ଶାର୍ଦ୍ଦୁଲ ଓ ୱାଶିଂଟନର ସୁନ୍ଦର ବ୍ୟାଟିଂ ଦେଖି ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କର ପ୍ରଶଂସକ ହୋଇଥିଲେ । ପିତୃତ୍ୱ ଛୁଟିରେ ଥିବା ବିରାଟ କୋହଲି ଟ୍ୱିଟରରେ ଉଭୟ ବ୍ୟାଟ୍ସମ୍ୟାନ୍ଙ୍କୁ ଅଭିବାଦନ ଜଣାଇଛନ୍ତି ।
Outstanding application and belief by @Sundarwashi5 and @imShard. This is what test cricket is all about. Washy top composure on debut and tula parat maanla re Thakur! 👏👌
— Virat Kohli (@imVkohli) January 17, 2021
ଠାକୁର ଓ ସୁନ୍ଦର ବଲ ଓ ବ୍ୟାଟରେ ସାନଦାର ଖେଳ ଦେଖାଇଥିଲେ । ବ୍ୟାଟ୍ ପୂର୍ବରୁ ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦର ମଧ୍ୟ ବଲ ସହ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଉଭୟ ଖେଳାଳି ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପ୍ରଥମ ଥର ଯେତେବେଳେ ଦୁଇ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆରେ ୩ ୱିକେଟ୍ ନେଇଛନ୍ତି ଓ ଏହା ପରେ ସେମାନେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।
Congrats @Sundarwashi5 & @imShard on ur maiden Test 50’s. Loved the fight, technique and will power you both exhibited. Also a good example for young bowlers to work on their batting as you never know when your contribution with the bat will help the team. #AUSvIND
— VVS Laxman (@VVSLaxman281) January 17, 2021
ଶର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦରଙ୍କ ସହଭାଗିତାକୁ ମଧ୍ୟ ସୁରେଶ ରାଇନା ଅଭିବାଦନ ଜଣାଇଛନ୍ତି । ବୀରେନ୍ଦ୍ର ସେହୱାଗ ମଧ୍ୟ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କରିଥିଲେ ଓ ଏହି ଦଳକୁ ଡୋମିନେରିଂ ବୋଲି କହିଥିଲେ । ଭିଭିଏସ୍ ଲକ୍ଷ୍ମଣ ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁରଙ୍କ ବ୍ୟାଟିଂ ଓ ସହଭାଗିତାକୁ ମଧ୍ୟ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଛନ୍ତି ।