News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଅଷ୍ଟ୍ରେଲୀୟ ଓପନର୍ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ନରଙ୍କ (David Warner) ରିଭ୍ୟୁକୁ ନେଇ ଏକ ହଙ୍ଗାମା ସୃଷ୍ଟି ହୋଇଛି । ପ୍ରଶଂସକମାନେ ଏହାକୁ ବେୟୀମାନି ବୋଲି ମଧ୍ୟ କହିଛନ୍ତି । ଚତୁର୍ଥ ଦିନରେ ୱାର୍ଣ୍ଣରଙ୍କୁ ଟାଇମ ଆଉଟ ସରିବା ପରେ ମଧ୍ୟ ରିଭ୍ୟୁ ଦିଆ ଯାଇଥିଲା । ଯେଉଁଥିରେ ତୃତୀୟ ଅମ୍ପାୟାର କାହିଁକି ଧ୍ୟାନ ଦେଇନାହାଁନ୍ତି ବୋଲି ପ୍ରଶ୍ନ ଉଠିଛି ।
ଚତୁର୍ଥ ଦିନରେ ଡେଭିଡ ୱାର୍ନର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆକୁ ଏକ ଭଲ ଆରମ୍ଭ କରିଥିଲେ । ୱାର୍ଣ୍ଣର ମହମ୍ମଦ ସିରାଜଙ୍କ ପ୍ରଥମ ଦୁଇଟି ଓଭରରେ ଦୁଇଟି ବାଉଣ୍ଡ୍ରି ମାରି ଅଷ୍ଟ୍ରେଲିଆକୁ ୧୦୦ ଅଗ୍ରଣୀ ଦେବାରେ ସହଯୋଗ କରିଥିଲେ ।
ଏହା ବି ପଢ଼ନ୍ତୁ | ‘‘ମା’ ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲାଚତୁର୍ଥ ଦିନର ପ୍ରଥମ ସେସନରେ ସେ ଅନେକ ସିଙ୍ଗଲ୍ ମଧ୍ୟ ନେଇଥିଲେ । ତେବେ ଏକ ଘଣ୍ଟା ପରେ ଅଷ୍ଟ୍ରେଲିଆ ଉଭୟ ଓପନରଙ୍କ ୱିକେଟ୍ ହରାଇଥିଲା । ମାର୍କସ ହ୍ୟାରିସ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ୱିକେଟ୍ ପଛରେ ଋଷଭ ପନ୍ତଙ୍କ ହାତରେ ୩୮ ରନ୍ କରି ଆଉଟ ହେବା ବେଳେ ପରବର୍ତ୍ତୀ ଓଭରରେ ୱାର୍ଣ୍ଣର ୱାଶିଂଟନ୍ ସୁନ୍ଦରଙ୍କ ବଳରେ ଏଲବିଡବ୍ଲୁ ଆଉଟ୍ ହୋଇଥିଲେ ।
ଏହା ପରେ ୱାର୍ଣ୍ଣର ପାଭିଲିୟନକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ନନ-ଷ୍ଟ୍ରାଇକ୍ ଥିବା ମାର୍ନୁସ୍ ଲାବୁଶେନଙ୍କ ପରାମର୍ଶ କ୍ରମେ ସେ ରିଭ୍ୟୁ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ରିଭ୍ୟୁ ପାଇଁ ନିର୍ଦ୍ଧାରିତ ଥିବା ୧୫ ସେକେଣ୍ଡ ସମୟ ପରେ ଏହା ମାଗିଥିଲେ । ଅମ୍ପାୟାର ମଧ୍ୟ ତାଙ୍କୁ ଏକ ରିଭ୍ୟୁ ଦେଇଥିଲେ । ତେବେ ଏହି ମାମଲାରେ ନିଷ୍ପତ୍ତି ପୂର୍ବରୁ ୱାର୍ଣ୍ଣର ଅଷ୍ଟ୍ରେଲିଆ ଖୋଳତାଡ଼ରେ ପହଞ୍ଚି ସାରିଥିଲେ ।
ରିଭ୍ୟୁ ନେବା ପରେ ମଧ୍ୟ ସେ ନିଜ ନିଷ୍ପତ୍ତିକୁ ଓଲଟାଇ ପାରିନଥିଲେ ଓ ହୋଷ୍ଟକୁ ମଧ୍ୟ ଏକ ରିଭ୍ୟୁ ହରାଇବାକୁ ପଡିଥିଲା । ୱାର୍ଣ୍ଣର ନିଜ ଅର୍ଦ୍ଧ ଶତକରୁ ମଧ୍ୟ ବଞ୍ଚିତ ହୋଇଥିଲେ । ସେ ୭୫ ଟି ବଲରେ ୬ ଟି ଚୌକା ସହ ୪୮ ରନ୍ ସ୍କୋର କରିଥିଲେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।