News18 Odia Digital
ନୂଆ ଦିଲ୍ଲୀ: ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ (SCG) ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚେତେଶ୍ୱର ପୂଜାରା (Cheteshwar Pujara) ଓ ଋଷଭ ପନ୍ତଙ୍କ (Risabh Pant) ସେଞ୍ଚୁରୀର ଭାଗିଦାରୀ ଭାଙ୍ଗିବା ଯୋଗୁଁ ଭାରତର ବିଜୟର ଆଶା କ୍ଷୀଣ ହୋଇଥିଲା । କିନ୍ତୁ ଏହା ପରେ ହନୁମା ବିହାରୀ (Hanuma Vihari) ଓ ରବିଚନ୍ଦ୍ରନ ଅଶ୍ୱିନ୍ (Ravichandran Ashwin) କ୍ରିଜରେ ପାଦ ରଖିଥିଲେ, ଯାହା ଫଳରେ ତୃତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଡ୍ର କରି ଭାରତ ଅଷ୍ଟ୍ରେଲିଆ (India vs Australia) ଉପରେ ମାନସିକ ସ୍ତରରେ ଆଗୁଆ ରହିଥିଲା ।
ସିଡନୀ ଟେଷ୍ଟ ଡ୍ର ହେବା ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପତ୍ନୀ ଏକ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ସ୍ପିନର୍ ପତି ଟେଷ୍ଟ୍ ମ୍ୟାଚର ପଞ୍ଚମ ଦିନର ପୂର୍ବ ରାତିରେ ନିଜ ଶରୀରରେ କେତେ କଷ୍ଟ ଅନୁଭବ କରୁଥିଲେ । ଅଶ୍ୱିନ ପୂର୍ବରୁ ଆହତ ହୋଇଥିଲେ ମଧ୍ୟ ସିଡନୀ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲୀୟ ବୋଲରଙ୍କ ପ୍ରତ୍ୟେକ ରଣ କୌଶଳକୁ ବିଫଳ କରି ବିଜୟର ଆଶାକୁ ଉଜ୍ଜ୍ୱଳ କରିଥିଲେ ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହହନୁମା ବିହାରୀ ସିଡନୀ ଟେଷ୍ଟର ପଞ୍ଚମ ଦିନରେ ହାମଷ୍ଟ୍ରିଂ ଆଘାତ ସତ୍ତ୍ୱେ କ୍ରିଜରେ ପ୍ରାୟ ଚାରି ଘଣ୍ଟା ବିତାଇ ନିଜର ଅପରାଜିତ ୨୩ ରନ୍ ପାଇଁ ୧୬୧ଟି ବଲ୍ ଖେଳିଥିଲେ । ଠିକ୍ ସେମିତି ଅଶ୍ୱିନ୍ ୧୨୮ ବଲ ଖେଳି ଅପରାଜିତ ୩୮ ରନ୍ କରିଥିଲେ । ଷଷ୍ଠ ୱିକେଟ୍ ପାଇଁ ଦୁହେଁ ୪୨ ଓଭର୍ ବ୍ୟାଟିଂ କରି ଭାରତ ପାଇଁ ୬୨ ରନ୍ ଯୋଡ଼ିବାରେ ସଫଳ ହୋଇଥିଲେ ।

ସିଡନୀରେ ମ୍ୟାଚ୍ ସମୟରେ ଅଶ୍ୱୀନ୍ ଓ ହନୁମା ବିହାରୀ
ରବିଚନ୍ଦ୍ରନ ଅଶ୍ୱିନଙ୍କ ପତ୍ନୀ ପ୍ରୀତି ଅଶ୍ୱିନ୍ ଟ୍ୱିଟ୍ କରି କହିଛନ୍ତି, ‘‘ଏହି ବ୍ୟକ୍ତି ଗତ କାଲି ରାତିରେ ଭୟଙ୍କର ପିଠି ସ୍ପ୍ରେନ୍ ଓ ଦେହରେ ଅବିଶ୍ୱସନୀୟ ଯନ୍ତ୍ରଣା ସହ ଶୋଇବାକୁ ଯାଇଥିଲେ । ଯେତେବେଳେ ସେ ସକାଳେ ଉଠିଥିଲେ ସେ ସିଧା ଠିଆ ହୋଇ ପାରୁ ନ ଥିଲେ । ସେ ଜୋତାର ଫିତା ବାନ୍ଧିବା ପାଇଁ ତଳକୁ ନଇଁ ପାରୁ ନ ଥିଲେ । ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଆଜି ଅଶ୍ୱିନଙ୍କୁ ଏତେ ଶକ୍ତି କେଉଁଠୁ ମିଳିଲା!’’
ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲାଏହା ପରେ ପ୍ରୀତି ଆଉ ଏକ ଟ୍ୱିଟ୍ କରି ପଚାରିଛନ୍ତି ଯେ ଏବେ ତାଙ୍କୁ ପ୍ୟାକ୍ କରିବାରେ କିଏ ସାହାଯ୍ୟ କରିବ? ପ୍ରୀତିଙ୍କ ଏହି ଟ୍ୱିଟ ଉପରେ ଅଶ୍ୱିନଙ୍କ ସହ ତାଙ୍କ ପ୍ରଶଂସକମାନେ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ | ଓଲିଉଡ୍ର ଷ୍ଟାର୍ ଦମ୍ପତି ବର୍ଷା ଓ ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ ସଂଗ୍ରହ କରିଥିଲା ଓ ଦ୍ୱିତୀୟ ଇନିଂସରେ ଛଅଟି ୱିକେଟରେ ୩୧୨ ରନ୍ ସ୍କୋର କରି ଇନିଂସ୍ ଶେଷ ହେବା ଘୋଷଣା କରିଥିଲା । ଭାରତ ପ୍ରଥମ ଇନିଂସରେ ୨୪୪ ରନ୍ ସଂଗ୍ରହ କରିଥିଲା । ରୋମାଞ୍ଚକର ଚରମ ସୀମାରେ ପହଞ୍ଚିବା ପରେ ଏହି ମ୍ୟାଚ୍ ଡ୍ର ହୋଇଥିଲା । ଏହା ପରେ ଚାରିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୧-୧ରେ ସମାନ ରହିଛି ।
ଏବେ ବ୍ରିସବେନରେ (Brisbane) ୧୫ ଜାନୁୟାରୀରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ (India vs Australia fourth Test) ନିର୍ଣ୍ଣାୟକ ହୋଇପାରିଛି । ସେହି ମ୍ୟାଚ୍ ହିଁ ସ୍ଥିର କରିବ ଏହି ସିରିଜ୍ କିଏ ଜିତୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।