ସିଡନୀ ଟେଷ୍ଟ ପରେ ପତ୍ନୀ କହିଥିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’

ରବିଚନ୍ଦ୍ରନ ଅଶ୍ୱିନ୍ ସକାଳେ ଉଠିବା ପରେ ସିଧା ଠିଆ ହୋଇ ପାରୁ ନ ଥିଲେ ଓ ଜୋତାର ଫିତା ବାନ୍ଧିବା ପାଇଁ ତଳକୁ ନଇଁ ପାରୁ ନ ଥିଲେ ବୋଲି ତାଙ୍କ ସ୍ତ୍ରୀ ପ୍ରୀତି କହିଥିଲେ । ‘‘ଅଶ୍ୱିନଙ୍କୁ ଏତେ ଶକ୍ତି କେଉଁଠୁ ମିଳିଲା!’’ ସେ କହିଥିଲେ ।

ସିଡନୀ ଟେଷ୍ଟ ପରେ ପତ୍ନୀ କହିଥିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’
ରବିଚନ୍ଦ୍ରନ ଅଶ୍ୱୀନଙ୍କ ସହ ତାଙ୍କ ପତ୍ନୀ ପ୍ରୀତି ଅଶ୍ୱୀନ
  • News18 Odia
  • Last Updated: January 23, 2021, 6:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ଅଷ୍ଟ୍ରେଲିଆ ବିରୁଦ୍ଧରେ ସିରିଜ୍‌ ଜିତି ଇତିହାସ ସୃଷ୍ଟି କରିଛି । ହେଲେ ଏହା ଆଦୌ ସହଜ ନ ଥିଲା । ଭାରତର ଅନେକ ଖେଳାଳୀ ଆଘାତ ପାଇ ଆହତ ହୋଇଥିଲେ । ତଥାପି ସେମାନେ ଖୁବ୍‌ ସାହସ, ଶକ୍ତି ଓ ଧୈର୍ଯ୍ୟର ସହ ଖେଳିଥିଲେ ଓ ଭାରତର ସିରିଜ୍‌ ବିୟସ ସମ୍ଭବ କରାଇଥିଲେ ।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ (SCG) ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚେତେଶ୍ୱର ପୂଜାରା (Cheteshwar Pujara) ଓ ଋଷଭ ପନ୍ତଙ୍କ (Risabh Pant) ସେଞ୍ଚୁରୀର ଭାଗିଦାରୀ ଭାଙ୍ଗିବା ଯୋଗୁଁ ଭାରତର ବିଜୟର ଆଶା କ୍ଷୀଣ ହୋଇଥିଲା । କିନ୍ତୁ ଏହା ପରେ ହନୁମା ବିହାରୀ (Hanuma Vihari) ଓ ରବିଚନ୍ଦ୍ରନ ଅଶ୍ୱିନ୍ (Ravichandran Ashwin) କ୍ରିଜରେ ପାଦ ରଖିଥିଲେ, ଯାହା ଫଳରେ ତୃତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚ୍ ଡ୍ର କରି ଭାରତ ଅଷ୍ଟ୍ରେଲିଆ (India vs Australia) ଉପରେ ମାନସିକ ସ୍ତରରେ ଆଗୁଆ ରହିଥିଲା ।

ଏହା ବି ପଢ଼ନ୍ତୁ | ବାଲେଶ୍ୱର: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହ

ସିଡନୀ ଟେଷ୍ଟ ଡ୍ର ହେବା ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପତ୍ନୀ ଏକ ଟ୍ୱିଟ୍ କରି କହିଥିଲେ ଯେ ତାଙ୍କ ସ୍ପିନର୍‌ ପତି ଟେଷ୍ଟ୍‌ ମ୍ୟାଚର ପଞ୍ଚମ ଦିନର ପୂର୍ବ ରାତିରେ ନିଜ ଶରୀରରେ କେତେ କଷ୍ଟ ଅନୁଭବ କରୁଥିଲେ । ଅଶ୍ୱିନ୍‌ ପୂର୍ବରୁ ଆହତ ହୋଇଥିଲେ ମଧ୍ୟ ସିଡନୀ ଟେଷ୍ଟର ପଞ୍ଚମ ଦିନରେ ଅଷ୍ଟ୍ରେଲୀୟ ବୋଲରଙ୍କ ପ୍ରତ୍ୟେକ ରଣ କୌଶଳକୁ ବିଫଳ କରି ବିଜୟର ଆଶାକୁ ଉଜ୍ଜ୍ୱଳ କରିଥିଲେ ।

ରବିଚନ୍ଦ୍ରନ ଅଶ୍ୱୀନଙ୍କ ସହ ତାଙ୍କ ପତ୍ନୀ ପ୍ରୀତି ଅଶ୍ୱୀନ


ହନୁମା ବିହାରୀ ସିଡନୀ ଟେଷ୍ଟର ପଞ୍ଚମ ଦିନରେ ହାମଷ୍ଟ୍ରିଂ ଆଘାତ ସତ୍ତ୍ୱେ କ୍ରିଜରେ ପ୍ରାୟ ଚାରି ଘଣ୍ଟା ବିତାଇ ନିଜର ଅପରାଜିତ ୨୩ ରନ୍ ପାଇଁ ୧୬୧ଟି ବଲ୍ ଖେଳିଥିଲେ । ଠିକ୍‌ ସେମିତି ଅଶ୍ୱିନ୍ ୧୨୮ ବଲ ଖେଳି ଅପରାଜିତ ୩୮ ରନ୍ କରିଥିଲେ । ଷଷ୍ଠ ୱିକେଟ୍ ପାଇଁ ଦୁହେଁ ୪୨ ଓଭର୍‌ ବ୍ୟାଟିଂ କରି ଭାରତ ପାଇଁ ୬୨ ରନ୍ ଯୋଡ଼ିବାରେ ସଫଳ ହୋଇଥିଲେ ।

ରବିଚନ୍ଦ୍ରନ ଅଶ୍ୱିନଙ୍କ ପତ୍ନୀ ପ୍ରୀତି ଅଶ୍ୱିନ୍ ଟ୍ୱିଟ୍ କରି କହିଥିଲେ, ‘‘ଏହି ବ୍ୟକ୍ତି (ଅଶ୍ୱୀନ୍‌) ଗତ କାଲି ରାତିରେ ଭୟଙ୍କର ପିଠି ସ୍ପ୍ରେନ୍ ଓ ଦେହରେ ଅବିଶ୍ୱସନୀୟ ଯନ୍ତ୍ରଣା ସହ ଶୋଇବାକୁ ଯାଇଥିଲେ । ଯେତେବେଳେ ସେ ସକାଳେ ଉଠିଥିଲେ ସେ ସିଧା ଠିଆ ହୋଇ ପାରୁ ନ ଥିଲେ । ସେ ଜୋତାର ଫିତା ବାନ୍ଧିବା ପାଇଁ ତଳକୁ ନଇଁ ପାରୁ ନ ଥିଲେ । ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ଆଜି ଅଶ୍ୱିନଙ୍କୁ ଏତେ ଶକ୍ତି କେଉଁଠୁ ମିଳିଲା!’’

ଏହା ବି ପଢ଼ନ୍ତୁ | ସୁନ୍ଦରଗଡ଼: ନିଜ ସ୍ତ୍ରୀକୁ ହତ୍ୟା କରି ଘର ପଛ ପଟେ ପୋତିଦେଇଥିଲା; ଶବ ଉଦ୍ଧାର ହେଲା

ଏହା ପରେ ପ୍ରୀତି ଆଉ ଏକ ଟ୍ୱିଟ୍‌ କରି ପଚାରିଥିଲେ ଯେ ଏବେ ତାଙ୍କୁ ପ୍ୟାକ୍ କରିବାରେ କିଏ ସାହାଯ୍ୟ କରିବ? ପ୍ରୀତିଙ୍କ ଏହି ଟ୍ୱିଟ ଉପରେ ଅଶ୍ୱିନଙ୍କ ସହ ତାଙ୍କ ପ୍ରଶଂସକମାନେ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ଦେଇଥିଲେ ।

ଏହା ବି ପଢ଼ନ୍ତୁ | ଓଲିଉଡ୍ ଷ୍ଟାର୍ ଦମ୍ପତି ବର୍ଷା ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେ

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ ସଂଗ୍ରହ କରିଥିଲା ଓ ଦ୍ୱିତୀୟ ଇନିଂସରେ ଛଅଟି ୱିକେଟରେ ୩୧୨ ରନ୍ ସ୍କୋର କରି ଇନିଂସ୍‌ ଶେଷ ହେବା ଘୋଷଣା କରିଥିଲା । ଭାରତ ପ୍ରଥମ ଇନିଂସରେ ୨୪୪ ରନ୍ ସଂଗ୍ରହ କରିଥିଲା । ରୋମାଞ୍ଚକର ଚରମ ସୀମାରେ ପହଞ୍ଚିବା ପରେ ଏହି ମ୍ୟାଚ୍ ଡ୍ର ହୋଇଥିଲା । ଏହା ପରେ ଚାରିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ୧-୧ରେ ସମାନ ରହିଥିଲା ।



ତା’ ପରେ ବ୍ରିସବେନରେ (Brisbane) ଖେଳାଯାଇଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌‌ରେ (India vs Australia fourth Test) ଭାରତର ଐତିହାସିକ ସିରିଜ୍‌ ବିଜୟ‌ ସମ୍ଭବ ହୋଇଥିଲା । ଅଜିଙ୍କ୍ୟା ରହାଣେଙ୍କ ଟିମ୍‌ ଦେଶକୁ ଉପହାର ଦେଇଥିଲା ଏକ ବିଶାଳ କ୍ରୀଡ଼ା ବିଜୟ ।
Published by: Anand Shankar Thankur Das
First published: January 23, 2021, 6:10 PM IST