IND VS AUS: ସେନ ୱାର୍ନ ଟି-ନାଟାରାଜନଙ୍କ ଉପରେ କଲେ ସ୍ପଟ୍ ଫିକ୍ସିର ସନ୍ଦେହ; ଦେଲେ ବିବାଦିତ ବୟାନ
ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ ୱାର୍ନ ନିଜର ବିବାଦୀୟ ବୟାନ ଯୋଗୁଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ଇସାରା ମାଧ୍ୟମରେ ନାଟାରାଜନଙ୍କ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ସେନ ୱାର୍ନ ଟି-ନାଟାରାଜନଙ୍କ ଉପରେ କଲେ ସ୍ପଟ୍ ଫିକ୍ସିର ସନ୍ଦେହ
- News18 Odia
- Last Updated: January 18, 2021, 3:52 PM IST
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ-ସ୍ପିନର ସେନ ୱାର୍ନ ବ୍ରିସବେନ ଟେଷ୍ଟର ଚତୁର୍ଥ ଦିନରେ ଏପରି କିଛି କଥା କହିଛନ୍ତି ଯାହା ଶୁଣି କୌଣସି ଭାରତୀୟ ପ୍ରଶଂସକ ତାଙ୍କୁ କ୍ଷମା କରି ପାରିବେ ନାହିଁ । ସେନ ୱାର୍ନ ଇସାରା ମାଧ୍ୟମରେ ଟି-ନାଟାରାଜନଙ୍କୁ (T Natrajan) ଟିମ୍ ଇଣ୍ଡିଆର ବୋଲିଂ ସମୟରେ ସ୍ପଟ୍ ଫିକ୍ସିଂ କରିଥିବା ଅଭିଯୋଗ କରିଛନ୍ତି । ଅଷ୍ଟ୍ରେଲୀୟ ଚ୍ୟାନେଲରେ କମେଣ୍ଟ୍ରି କରୁଥିବା ସମୟରେ ଟି ନାଟାରାଜନଙ୍କ ଦ୍ୱାରା କରାଯାଇଥିବା ବୋଲିଂକୁ ନେଇ ସେନ ୱାର୍ନ ସନ୍ଦେହ ପ୍ରକାଶ କରିଛନ୍ତି । ବ୍ରିସବେନ୍ ଟେଷ୍ଟ ସମୟରେ ଟି ନାଟରାଜନ୍ ୭ଟି ନୋ ବଲ୍ ପକାଇଥିଲେ ଓ ଏହି ବଲ୍ ଗୁଡିକୁ ନେଇ ସେନ ୱାର୍ନ ବହୁ ବିବାଦୀୟ କଥା କହିଛନ୍ତି । ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲିଂ ସମୟରେ କମେଣ୍ଟ୍ରି କରୁଥିବା ସେନ ୱାର୍ନ ଏଲେନ ବର୍ଡରଙ୍କୁ କହିଛନ୍ତି ଯେ ଟି ନାଟାରାଜନ ଦ୍ୱାରା କରାଯାଇଥିବା ସମସ୍ତ ୭ଟି ନୋ ବଲ ମଧ୍ୟରୁ ୭ଟି ଯାକ ଓଭରର ପ୍ରଥମ ବଲରେ କରିଥିଲେ ।
ସେନ ୱାର୍ନ ଇସାରା ମାଧ୍ୟମରେ ଟି ନାଟାରାଜନଙ୍କୁ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କ ସହ ତୁଳନା କରୁଛନ୍ତି । ଯିଏ ୨୦୧୦ ଲର୍ଡସ୍ ଟେଷ୍ଟ ସମୟରେ ବହୁତ ବଡ଼ ନୋ ବଲ ପକାଇ ଥିଲେ । ଏହା ପରେ ମହମ୍ମଦ ଆମିର ସ୍ପଟ୍ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ନଟରାଜନ୍ କଲେ ଟେଷ୍ଟ ଡେବ୍ୟୁ