IND vs AUS: ଭାରତର ଐତିହାସିକ ବିଜୟ; କ୍ରମାଗତ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ନିଜ ଘରେ ପରାସ୍ତ କଲା
ଶୁଭମାନ ଗିଲ, ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତ ବ୍ରିସବେନ ଟେଷ୍ଟର ଶେଷ ଦିନରେ ଅର୍ଦ୍ଧ ଶତକ ପାଳି ଖେଳି ଭାରତକୁ ଏକ ଐତିହାସିକ ବିଜୟ ପ୍ରଦାନ କରିଛନ୍ତି ।

ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ
- News18 Odia
- Last Updated: January 19, 2021, 1:40 PM IST
ନୂଆ ଦିଲ୍ଲୀ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଛି । ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରି ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆକୁ ତା'ର ନିଜ ମାଟିରେ ବର୍ଡ଼ର ଗାଭାସ୍କର ଟ୍ରଫିରେ ପରାସ୍ତ କରିଛି । ଚେତେଶ୍ୱର ପୂଜାରା, ଶୁଭମାନ ଗିଲଙ୍କ ପରେ ଋଷଭ ପନ୍ତଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ଏହି ଚତୁର୍ଥ ଟେଷ୍ଟ ଜିତିନେଇଛି । ଗିଲ ୯୧, ପୂଜାରା ୫୬ ଓ ପନ୍ତ ଅପରାଜିତ ୮୯ ସ୍କୋର କରିଛନ୍ତି । ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 369 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା ।
ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ
ପ୍ରଥମ ଟେଷ୍ଟ ଶତକରୁ ବଞ୍ଚିତ ହୋଇଥିଲେ ଗିଲ୍
ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦
ଏହି ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ସୁନ୍ଦର ଭାବରେ କଟ୍ ଓ ଡ୍ରାଇଭ୍ ମାରିଥିଲେ ଓ କିଛି ସର୍ଟ ପିଚ୍ ବଲ୍, ସୁନ୍ଦର ବଡ଼ ସଟ୍ ମଧ୍ୟ ଖେଳିଥିଲେ । ନିଜର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିବା ପରେ ମିଚେଲ ଷ୍ଟାର୍କଙ୍କ ବାଉନ୍ସର୍ଙ୍କୁ ମଧ୍ୟ ଏକ ଛକା ମାରିଥିଲେ । ନାଥନ୍ ଲିଅନଙ୍କ ଅଫ୍ ଷ୍ଟମ୍ପର ଆସୁଥିବା ବଲକୁ ମାରିବାକୁ ଚେଷ୍ଟା କରି ଗିଲ୍ ସ୍ମିଥଙ୍କ ହାତରେ ସ୍ଲିପ୍ରେ କ୍ୟାଚ ଆଉଟ ହୋଇଥିଲା । ଗିଲ 146ଟି ବଲରେ ଆଠଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଏହା ପରେ ରାହାଣେ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ ।
ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ଦୁଇ ଝିଅଙ୍କ ବଚସା ବେଳେ ଗାଲ କାମୁଡ଼ା… ତା’ ପରେ ପିତାଙ୍କୁ ହାଣି ହତ୍ୟା କଲେ
ପୂଜାରା ଓ ପନ୍ତ ଦଳ ପାଇଁ ଢାଲ ହୋଇଥିଲେ
ରାହାଣେ ଆଉଟ ହେବା ପରେ ପୂଜାରା ଓ ପନ୍ତ ଦଳ ପାଇଁ ଢାଲ ହୋଇ ଯାଇଥିଲେ । ଉଭୟଙ୍କ ମଧ୍ୟରେ ୬୧ ରନ୍ ଭାଗିଦାରୀ ହୋଇଥିଲା ।
୨୨୮ ରନ୍ ସ୍କୋରରେ ଚେତେଶ୍ୱର ପୂଜାରା ଭାବରେ ଭାରତ ଚତୁର୍ଥ ଝଟକା ପାଇଥିଲା । ପୂଜାରା କମିନ୍ସଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହା ପରେ ପନ୍ତ ଦଳର ବିଜୟର ରାସ୍ତାରେ ପହଞ୍ଚାଇବାକୁ ନିଜେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ମୟଙ୍କ ଅଗ୍ରୱାଲଙ୍କ ସହ ୩୭ ରନ୍ ଭାଗିଦାରୀ ଗଠନ କରିଥିଲେ । ମୟଙ୍କ ଅଗ୍ରୱାଲ ପୁଣି ଥରେ ଫ୍ଲପ୍ ହେବା ସହ 9 ରନ୍ ସ୍କୋର କରି କମିନ୍ସଙ୍କ ଶିକାର ହୋଇଥିଲେ ।