News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ୭ ଜାନୁଆରୀରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ରୋହିତ ଶର୍ମା ସିଡନୀ ଟେଷ୍ଟ (ଏସସିଜି) ପାଇଁ ଦଳରେ ଯୋଗ ଦେଇଛନ୍ତି । ରୋହିତ ଶର୍ମା ପୂର୍ବରୁ ସିଡନୀ ଟେଷ୍ଟରେ ଖେଳିବାକୁ ଥିବା ଏକାଦଶରେ ଯୋଗଦେବାକୁ ସ୍ଥିର ହୋଇଥିଲା । ଶୁବମାନ ଗିଲଙ୍କ ସହ ରୋହିତ ଶର୍ମା ଓପନର୍ ଭାବେ ପଡ଼ିଆକୁ ଓଲ୍ହାଇବେ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଶେଷ ଦୁଇଟି ମ୍ୟାଚରେ ଖରାପ ଫର୍ମ ଦେଇ ଗତି କରୁଥିବା ମାୟଙ୍କ ଅଗ୍ରୱାଲଙ୍କୁ ଦଳରୁ ବାଦ୍ ଦିଆଯାଇଛି ।
ଭାରତୀୟ ଦଳ ମଙ୍ଗଳବାର ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏକ ନେଟ୍ ସେସନରେ ଅଭ୍ୟାସ କରିଥିଲେ । ଯେଉଁଠାରେ ସମସ୍ତ ନଜର ରୋହିତ ଶର୍ମାଙ୍କ ଉପରେ ଥିଲା । ସେ ଉଭୟ ଦ୍ରୁତ ଓ ସ୍ପିନ୍ ବୋଲିଂ ବିପକ୍ଷରେ ବହୁତ ଆରାମରେ ଖେଳୁଥିବା ଦେଖାଯାଉଥିଲେ । ସାମ୍ବାଦିକ ସମ୍ମିଳନୀରେ ଅଜିଙ୍କ୍ୟ ରାହାଣେ କହିଛନ୍ତି ଯେ ରୋହିତ ଶର୍ମା ଖୋଲିବେ ।
ଗତ ଆଠଟି ଟେଷ୍ଟ ଇନିଂସରୁ ସାତୋଟି ମ୍ୟାଚରେ ମୟଙ୍କ ଅଗ୍ରୱାଲ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଯାହାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି ଓ ଏହା ଭାରତକୁ ଅଧିକ ଅସୁବିଧା କରିବ ନାହିଁ । ଏଥି ସହିତ ଉମେଶ ଯାଦବ ଆହତ ହେବା ପରେ ନବଦୀପ ସାଇନିଙ୍କୁ ପ୍ଲେଇଂ ଏକାଦଶରେ ସୁଯୋଗ ଦିଆଯାଇଛି । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ନବଦୀପ ସାଇନି ଟେଷ୍ଟ ଡେବ୍ୟୁ କରିବେ । ନବଦୀପ ସାଇନି ମଧ୍ୟ ଦ୍ରୁତ ଗତିରେ ବୋଲିଂ ଓ ପୁରୁଣା ବଲକୁ ଓଲଟା ସୁଇଙ୍ଗ କରିବାରେ ସକ୍ଷମ ଅଟନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀ ଟେଷ୍ଟରେ ଖେଳୁବାକୁ ଥିବା ଭାରତୀୟ ଏକାଦଶ:
ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ନବଦୀପ ସାଇନି, ମହମ୍ମଦ ସିରାଜ, ଜସପ୍ରୀତ ବୁମ୍ରା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।