IND vs AUS: ଭାରତକୁ ବଡ଼ ଝଟକା; ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ

ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ବର୍ଡ଼ର-ଗାଭାସ୍କର ଟ୍ରଫିରୁ (Border Gavaskar Trophy) ବାଦ୍ ପଡ଼ିଛନ୍ତି । ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି ।

IND vs AUS: ଭାରତକୁ ବଡ଼ ଝଟକା; ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଲେ କେଏଲ ରାହୁଲ
  • News18 Odia
  • Last Updated: January 5, 2021, 11:00 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ :ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ୭ ଜାନୁଆରୀରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ (SCG) ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଏକ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଷ୍ଟାଇଲିସ୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ (KL Rahul) ବର୍ଡ଼ର-ଗାଭାସ୍କର ଟ୍ରଫିରୁ (Border Gavaskar Trophy) ବାଦ୍ ପଡ଼ିଛନ୍ତି । ବିସିସିଆଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ରାହୁଲଙ୍କ ବାମ ହାତର ହାତରେ ଏକ ସ୍ପ୍ରେନ୍ ହୋଇଛି । ଶନିବାର ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ନେଟ୍ ଅଭ୍ୟାସ ସମୟରେ ବ୍ୟାଟିଂ କରୁଥିବା ବେଳେ ସେ ଆହତ ହୋଇଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବର୍ଡ଼ର-ଗାଭାସ୍କର ଟ୍ରଫିର ପରବର୍ତ୍ତୀ ଦୁଇଟି ଟେଷ୍ଟ ପାଇଁ ଏହି ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଉପଲବ୍ଧ ହେବେ ନାହିଁ ।



ବିସିସିଆଇ ସଚିବ ଜୟ ଶାହା ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଶନିବାର ଏମସିଜିରେ ଟିମ୍ ଇଣ୍ଡିଆର ଅଭ୍ୟାସ ସେସନରେ ନେଟରେ ବ୍ୟାଟିଂ କରୁଥିବା ବେଳେ କେ.ଏଲ୍ ରାହୁଲଙ୍କ ବାମ ହାତ ସ୍ପ୍ରେନ ହୋଇଥିଲା । ବର୍ଡ଼ର-ଗାଭାସ୍କର ଟ୍ରଫିର ଅବଶିଷ୍ଟ ଦୁଇଟି ମ୍ୟାଚ୍ ପାଇଁ ରାହୁଲ ଉପଲବ୍ଧ ହେବେ ନାହିଁ । ସଂପୂର୍ଣ୍ଣ ସୁସ୍ଥ ହେବା ଓ ପୂରା ଫିଟ ହେବା ପାଇଁ ତାଙ୍କୁ ପ୍ରାୟ ତିନି ସପ୍ତାହ ଆବଶ୍ୟକ ହେବ । ବର୍ତ୍ତମାନ ସେ ଭାରତକୁ ଫେରିବେ ଓ ନିଜ ଆଘାତର ଚିକିତ୍ସା ପାଇଁ ସିଧାସଳଖ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀକୁ ଯିବେ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳାଯାଇ ସାରିଛି । ଏଥି ସହିତ ଚାରିଟି ଟେଷ୍ଟ ମ୍ୟାଚର ବର୍ଡର ଗାଭାସ୍କର ଟ୍ରଫି ଖେଳାଯାଉଛି । ଏହି ସିରିଜର ଦୁଇଟି ମ୍ୟାଚ୍ ଖେଳାଯାଇ ସାରିଛି । ଏବଂ ଆଉ ଦୁଇଟି ମ୍ୟାଚ୍ ଖେଳାଯିବାକୁ ବାକି ଅଛି ।
Published by: Jagdish Barik
First published: January 5, 2021, 11:00 AM IST
corona virus btn
corona virus btn
Loading