India vs Australia, 3rd Test: ଭାରତ ଦୁଇଟି ୱିକେଟ୍ ହରାଇଲା; ଶେଷ ଦିନରେ ବିଜୟ ପାଇଁ ଦରକାର ୩୦୯ ରନ୍
India vs Australia, 3rd Test: ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତ ସମ୍ମୁଖରେ ୪୦୭ ରନ୍ର ଲକ୍ଷ୍ୟ ରଖିଛି । ଭାରତକୁ ଶେଷ ଦିନରେ ଜିତିବା ପାଇଁ ୩୦୯ ରନ୍ ସ୍କୋର କରିବାକୁ ପଡିବ ଓ ଏହାର ଆଠଟି ୱିକେଟ୍ ଏବେବି ସୁରକ୍ଷିତ ରହିଛି ।

ରୋହିତ ଶର୍ମା ୫୨ ରନ୍ କରି ଆଉଟ ହେଲେ
- News18 Odia
- Last Updated: January 10, 2021, 1:14 PM IST
ନୂଆ ଦିଲ୍ଲୀ: ସିଡନୀ ଟେଷ୍ଟର ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତୀୟ ଦଳ ଦୁଇଟି ୱିକେଟ୍ ହରାଇ ୯୮ ରନ୍ ସଂଗ୍ରହ କରିଛି । ଚତୁର୍ଥ ଇନିଂସରେ ବିଜୟ ପାଇଁ ଭାରତ ପାଇଁ ଅଷ୍ଟ୍ରେଲିଆ ୪୦୭ ରନ୍ ଲକ୍ଷ୍ୟ ରଖିଛି । ସିଡନୀ ଟେଷ୍ଟର ଶେଷ ଦିନରେ ଭାରତକୁ ଜିତିବା ପାଇଁ ୩୦୯ ରନ୍ ସ୍କୋର କରିବାକୁ ପଡିବ ଓ ଏହାର ଆଠଟି ୱିକେଟ୍ ଏବେବି ସୁରକ୍ଷିତ ରହିଛି । ଚେତେଶ୍ୱର ପୂଜାରା (୯ *) ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ (୪*) କ୍ରିଜରେ ଅଛନ୍ତି ।
ଏହା ପୂର୍ବରୁ ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ଜିତିବା ପାଇଁ ଭାରତ ସମ୍ମୁଖରେ ୪୦୭ ରନ୍ର ଲକ୍ଷ୍ୟ ସ୍ଥିର କରିଥିଲା । ଅଷ୍ଟ୍ରେଲୀୟ ଦ୍ୱିତୀୟ ଇନିଂସରେ ୩୨୨ ରନ୍ ସଂଗ୍ରହ କରି ୬ଟି ୱିକେଟ୍ ହରାଇଥିଲେ । ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ଇନିଂସରେ ୮୧ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ମାର୍ନୁସ୍ ଲାବୁଶେନ୍ ୭୩ ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା କ୍ୟାମେରନ୍ ଗ୍ରୀନଙ୍କ ବିସ୍ଫୋରକ ଇନିଂସ । ତାଙ୍କର ତୃତୀୟ ଟେଷ୍ଟ ମ୍ୟାଚରେ ଗ୍ରୀନ୍ ୮ଟି ଚୌକା ଓ ଚାରୋଟି ଛକା ସହ ୮୪ ରନ୍ ସ୍କୋର କରିଥିଲେ । ଏହା ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧ ଶତକ ଥିଲା । ଭାରତ ପାଇଁ ନବଦୀପ ସାଇନି ଓ ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବାବେଳେ ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦର୍ଶକଙ୍କ ଯୋଗୁଁ ଖେଳ ବନ୍ଦ ହୋଇଥିଲା
ଏହାପୂର୍ବରୁ ଖେଳର ଚତୁର୍ଥ ଦିନରେ ମାର୍ନସ୍ ଲାବୁଶେନ୍ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ମଧ୍ୟ ପ୍ରଥମ ଇନିଂସରେ ୯୧ ରନ୍ ସଂଗ୍ରହ କରିଥିଲେ । ପ୍ରଥମ ଇନିଂସରେ ଶତକୀୟ ସହଭାଗୀତା ଥିବା ଷ୍ଟିଭ୍-ଲାବୁଶେନ୍ ଯୋଡି ମଧ୍ୟ ଦ୍ୱିତୀୟ ଇନିଂସରେ ୧୦୩ ରନ୍ ଯୋଡିଥିଲେ । ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳି ନବଦୀପ ସାଇନି ଲାବୁଶେନଙ୍କ ୱିକେଟ୍ ନେଇଥିଲେ । ଏହା ପରେ ମାଥ୍ୟୁ ୱେଡ ପଡିଆକୁ ଅବତରଣ କରିଥିଲେ ଓ କିଛି ବିଶେଷ କରିପାରିନଥିଲେ ଓ ସାଇନିଙ୍କ ବଲରେ ଆଉଟ୍ ହୋଇଥିଲେ ।
ଏହାପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୮ ରନ୍ ସଂଗ୍ରହ କରିଥିଲା । ଷ୍ଟିଭ୍ ସ୍ମିଥ୍ ୧୩୧, ମାର୍ନସ୍ ଲାବୁଶେନ୍ ୯୧ ଓ ୱିଲ୍ ପୁକୋସ୍କି ପ୍ରଥମ ଟେଷ୍ଟ ଖେଳି ୬୨ ରନ୍ ସ୍କୋର କରିଥିଲେ । ଭାରତର ପ୍ରଥମ ଇନିଂସ ମାତ୍ର ୨୪୪ ରନ୍ କରିବାରେ ସମର୍ଥ ହୋଇଥିଲା । ଚେତେଶ୍ୱର ପୂଜାରା ଓ ଶୁଭମାନ ଗିଲ ଭାରତ ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ । ତିନି ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ରନ ଆଉଟ୍ ହୋଇଥିବା ବେଳେ ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ପାଇଁ ଚାରିଟି ୱିକେଟ୍ ନେଇଥିଲେ ।