India vs Australia 3rd Test: ପ୍ରଥମ ଦିନର ଖେଳ ସମାପ୍ତ; ପୁକୋସ୍କି-ଲାବୁଶେନ୍‌ର ଅର୍ଦ୍ଧଶତକ ସହିତ ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ

India vs Australia 3rd Test: ଭାରତ ତରଫରୁ ମହମ୍ମଦ ସିରାଜ ଓ ନବଦୀପ ସାଇନି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ବର୍ଷା ଦ୍ୱାରା ମ୍ୟାଚ ବାଧାପ୍ରାପ୍ତ ହେବା ଯୋଗୁଁ ପ୍ରଥମ ଦିନରେ କେବଳ ୫୫ ଓଭର ଖେଳ ହୋଇପାରିଥିଲା ।

India vs Australia 3rd Test: ପ୍ରଥମ ଦିନର ଖେଳ ସମାପ୍ତ; ପୁକୋସ୍କି-ଲାବୁଶେନ୍‌ର ଅର୍ଦ୍ଧଶତକ ସହିତ ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ
ପୁକୋସ୍କି-ଲାବୁଶେନ୍‌ର ଅର୍ଦ୍ଧଶତକ ସହିତ ଅଷ୍ଟ୍ରେଲିଆ ମଜବୁତ ସ୍ଥିତିରେ
  • News18 Odia
  • Last Updated: January 7, 2021, 3:11 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଶେଷ ସୁଦ୍ଧା ଆୟୋଜକମାନେ ଦୁଇଟି ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଛି । ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍‌ ୬୭ ଓ ଷ୍ଟିଭ୍ ସ୍ମିଥ୍ ୩୧ ରନ୍ କରି ଅପରାଜିତ ଅଛନ୍ତି । ଦୁଇ ଖେଳାଳିଙ୍କ ମଧ୍ୟରେ ତୃତୀୟ ୱିକେଟର ଭାଗିଦାରୀ ୬୦ ରନ୍ ହୋଇସାରିଛି । ଭାରତ ତରଫରୁ ମହମ୍ମଦ ସିରାଜ ଓ ନବଦୀପ ସାଇନି ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ବର୍ଷା ଦ୍ୱାରା ମ୍ୟାଚ ବାଧାପ୍ରାପ୍ତ ହେବା ଯୋଗୁଁ ପ୍ରଥମ ଦିନରେ କେବଳ ୫୫ ଓଭର ଖେଳ ହୋଇପାରିଥିଲା ।

ପୁକୋସ୍କିଙ୍କ ଭାଗ୍ୟ ତାଙ୍କ ସାଥ ଦେଇଥିଲା
ବର୍ଷା ଦ୍ୱାରା ମ୍ୟାଚ ବାଧାପ୍ରାପ୍ତ ହେବା ଯୋଗୁଁ ପ୍ରଥମ ସେସନରେ କେବଳ ୭.୧ ଓଭର ଖେଳାଯାଇଥିଲା । ପ୍ରଥମ ସେସନରେ ମହମ୍ମଦ ସିରାଜଙ୍କ ଡେଭିଡ ୱାର୍ଣ୍ଣରଙ୍କୁ (୫) ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ବର୍ଷା ଯୋଗୁଁ କେବଳ ଚାରି ଘଣ୍ଟାର ଖେଳ ହୋଇପାରିଥିଲା । ବ୍ୟାଟିଂ ପାଇଁ ଅନୁକୂଳ ଦେଖାଯାଉଥିବା ୱିକେଟ୍ ଉପରେ ପୁକୋସ୍କି ଓ ଲାବୁଶେନ୍ ନିରନ୍ତର ଭଲ ବ୍ୟାଟିଂ କରିଥିଲେ । ପୁକୋସ୍କି ନିଜର ଡେବ୍ୟୁ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ମ୍ୟାଚରେ ତାଙ୍କୁ ତାଙ୍କ ଭାଗ୍ୟ ମଧ୍ୟ ଅନେକ ସାଥ ଦେଇଥିଲା । ପ୍ରଥମ ପରିବର୍ତ୍ତନ ଭାବରେ ୧୩ ଓଭର ପରେ ବଲ କରିବାକୁ ଆସିଥିବା ରବିଚନ୍ଦ୍ରନ ଅଶ୍ୱିନ ଶୀଘ୍ର ଦଳକୁ ଦ୍ୱିତୀୟ ସଫଳତା ପ୍ରଦାନ କରିପାରିଥାନ୍ତେ । ଅଶ୍ୱିନଙ୍କ ବଲ୍ ପୁକୋସ୍କିଙ୍କ ଖେଳାଇବାକୁ ୱିକେଟ୍ ପଛରେ କ୍ୟାଚ ଦେଇଥିଲେ କିନ୍ତୁ ପନ୍ତ ଏକ ସହଜ କ୍ୟାଚ୍ ହାତ ଛଡ଼ା କରିଥିଲେ । ଏହାର କିଛି ସମୟ ପରେ ସିରାଜଙ୍କ ସର୍ଟ ପିଚ୍ ବଲ୍ ଖେଳିବାକୁ ଚେଷ୍ଟା କରି ପୁକୋସ୍କି ପୁଣି ଏକ କ୍ୟାଚ ଦେଇଥିଲେ କିନ୍ତୁ ପୁର୍ନବାର ମଧ୍ୟ ପନ୍ତ କ୍ୟାଚ ଧରିବାରେ ବିଫଳ ହୋଇଥିଲେ ।

ପରିଶେଷରେ ଡେବ୍ୟୁ ମ୍ୟାଚ୍ ଖେଳୁଥିବା ପୁକୋସ୍କିଙ୍କୁ ନବଦୀପ ସାଇନି ବ୍ୟକ୍ତିଗତ ସ୍କୋର ୬୨ ସ୍କୋରରେ ଏଲବିଡବ୍ଲ୍ୟୁ ଆଉଟ କରିଥିଲେ । ପୁକୋସ୍କି ୧୧୦ ବଲ ଖେଳି ଚାରି ଚାରି ଚୌକା ମାରିଥିଲେ । ସେ ଦ୍ୱିତୀୟ ୱିକେଟ୍ ପାଇଁ ଲାବୁଶେନଙ୍କ ସହ ୧୦୦ ରନ୍ ଭାଗିଦାରୀ କରିଥିଲେ ।

ଫର୍ମକୁ ଫେରିଲେ ଷ୍ଟିଭ୍ ସ୍ମିଥ୍

ଗତ ଦୁଇଟି ଟେଷ୍ଟରେ ମାତ୍ର ୧୦ ରନ୍ ସ୍କୋର କରିଥିବା ଷ୍ଟିଭ୍ ସ୍ମିଥ୍ ଏକ ଫ୍ଲାଟ ସିଡନୀ ପିଚରେ ଫର୍ମକୁ ଫେରିବାକୁ ସକ୍ଷମ ହୋଇଛନ୍ତି । ସେ ଅଶ୍ୱିନଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ । ମ୍ୟାଚ୍‌ର ପରେ ସ୍ମିଥ୍ କହିଛନ୍ତି, "କ୍ରିଜରେ ସମୟ ଅତିବାହିତ କରିବା ଭଲ ଥିଲା । ମୁଁ ଅଶ୍ୱିନଙ୍କ ଉପରେ ଚାପ ପକାଇବାକୁ ଚାହୁଁଥିଲି ଯାହା ମୁଁ ଏହି ସିରିଜରେ କରି ନଥିଲି । ଆରମ୍ଭରେ ବାଉଣ୍ଡ୍ରି ମାରିବା ଭଲ ଥିଲା । ଲାବୁଶେନ୍ ଭଲ ଖେଳିଥିଲେ, ଆଶା କରୁଛୁ ଆସନ୍ତାକାଲି ମଧ୍ୟ କରିବୁ ଭଲ ଖେଳିବୁ । "

ଉଭୟ ଦଳ ଦୁଇଟି ଲେଖାଏଁ ପରିବର୍ତ୍ତନ କରିଛନ୍ତି
ପ୍ଲେଇଂ ଏକାଦଶରେ ଉଭୟ ଦଳ ଦୁଇଟି ଲେଖାଏଁ ପରିବର୍ତ୍ତନ କରିଛନ୍ତି । ଭାରତ ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ ଶର୍ମାଙ୍କ ଓ ଉମେଶ ଯାଦବଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସାମିଲ କରିଛି । ଏହା ହେଉଛି ସାଇନିଙ୍କ ପ୍ରଥମ ଟେଷ୍ଟ ମ୍ୟାଚ୍ । ଅଷ୍ଟ୍ରେଲିୟା ଦଳ ଜୋ ବର୍ନସଙ୍କ ସ୍ଥାନରେ ୱାର୍ଣ୍ଣର ଓ ଟ୍ରାଭିସ୍ ହେଡଙ୍କ ସ୍ଥାନରେ ପୁକୋସ୍କି ସାମିଲ କରିଛି । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏପର୍ଯ୍ୟନ୍ତ ୧–୧ ରେ ବରାବର ରହିଛି ।
Published by: Jagdish Barik
First published: January 7, 2021, 3:11 PM IST
corona virus btn
corona virus btn
Loading