ଟି-20 ମହିଳା ବିଶ୍ବ କପ୍ ଫାଇନାଲରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ଭିତରେ ମୁକାବିଲା ହେବ

ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ ଗତ ଟି-୨୦ ବିଶ୍ୱ କପ୍ ସେମିଫାଇନାଲରେ ପରାଜୟର ପ୍ରତିଶୋଧ ନେବାର ସୁଯୋଗ ଆସିଛି ।

ଟି-20 ମହିଳା ବିଶ୍ବ କପ୍ ଫାଇନାଲରେ ରବିବାର ଭାରତ ଓ ଅଷ୍ଟ୍ରେଲିଆ ଭିତରେ ମୁକାବିଲା ହେବ
ଏହି ବିଶ୍ୱ କପ୍‌ରେ ଗୋଟେ ମ୍ୟାଚ୍‌ ଜିତିବା ପରେ ଭାରତୀୟ ଦଳ
  • News18 Odia
  • Last Updated: March 6, 2020, 12:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News8 Odia Digital

ସିଡନୀରେ ଚ଼ାଲିଥିବା ଟି-୨୦ ମହିଳା ବିଶ୍ବ କପରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ସେମିଫାଇନାଲ ବର୍ଷା ଯୋଗୁଁ ଧୋଇଯିବାରୁ ଭାରତ ଫାଇନାଲରେ ପ୍ରବେଶ କରିଛି । ଦ୍ବିତୀୟ ସେମିଫାଇନାଲରେ ବର୍ଷା ଯୋଗୁଁ ବାଧାପ୍ରାପ୍ତ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ପାଞ୍ଚ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଆସନ୍ତା ୮ ତାରିଖରେ ମେଲବୋର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ ।

ଏହି ସଫଳତା ଦ୍ୱାରା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପାଦ ରଖିବା ଭାରତୀୟ ମହିଳା କ୍ରିକେଟ ଟିମ୍ ପାଇଁ ଇତିହାସର ବିଷୟ ପାଲଟିଛି । ମହିଳା ଟି-20 ବିଶ୍ବ କପର ପ୍ରଥମ ସେମିଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବାର ଥିଲା । ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଗତ ଟି-୨୦ ବିଶ୍ୱ କପ୍‌ ସେମିଫାଇନାଲର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଥିଲେ । ଆଉ ହିସାବ ବରାବର କରିବା ପାଇଁ SCG ଗ୍ରାଉଣ୍ଡରେ ପହଞ୍ଚି ସାରିଥିଲେ ଟିମ୍ ଇଣ୍ଡିଆର ଖେଳାଳିମାନେ ।

ଇଂଲଣ୍ଡ ଟିମ୍ ବି ସେମିଫାଇନାଲ ମ୍ୟାଚ ଜିତିବା ପାଇଁ ପୂରା ପ୍ରସ୍ତୁତି ଶେଷ କରି ପଡ଼ିଆରେ ପହଞ୍ଚିଥିଲେ । ହେଲେ ଦୁଇ ଟିମର ସମୀକରଣକୁ ବିଗାଡ଼ି ଦେଇଥିଲା ବର୍ଷା । ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡ଼ି ପାରିନଥିଲା ମ୍ୟାଚରେ । ସେମିଫାଇନାଲ ପରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବର୍ଷା ପୁଣି ଥରେ ସବୁ କିଛି ବିଗାଡ଼ି ଦେଇଥିଲା । ହେଲେ ଭାରତୀୟ ଟିମ୍ ପାଇଁ ଇତିହାସ ରଚିବାର ସୁଯୋଗ ଆସିଥିଲା । ହରମନପ୍ରୀତଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା ।

ଲିଗ୍ ମୁକାବିଲାରେ ଟିମ୍ ଇଣ୍ଡିଆର ପରିଶ୍ରମ ମେଲବୋର୍ଣ୍ଣ ମହାମୁକାବିଲା ପାଇଁ ଟିକେଟ ଦେବାର ସଫଳ ହୋଇଛି । ସେମିଫାଇନାଲ ମ୍ୟାଚ ପାଇଁ କୌଣସି ରିଜର୍ଭ ଡେ ରଖାଯାଇଥିଲା । ଆଉ ବର୍ଷା ଯୋଗୁଁ ମ୍ୟାଚକୁ ରଦ୍ଦ ଘୋଷଣା କରିଥିଲେ ଦୁଇ ଅମ୍ପାୟାର ।

ଗ୍ରୁପ ଷ୍ଟେଜରେ ଭାରତୀୟ ଦଳ ନିଜର ପ୍ରଦର୍ଶନ ଯୋଗୁଁ ହିଁ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କଲା । ଗ୍ରୁପ-ଏରେ ଭାରତ ସବୁ ଚ଼ାରିଟି ମ୍ୟାଚ ଜିତିଥିଲା । ଆଠ ପଏଣ୍ଟ ସହ ଶୀର୍ଷରେ ରହିଥିଲା ଭାରତ । ସେପଟେ ଇଂଲଣ୍ଡ ମହିଳା ଟିମର ଗ୍ରୁପ ପର୍ଯ୍ୟାୟ ପ୍ରଦର୍ଶନକୁ ଦେଖିଲେ ଦଳ ଚ଼ାରିଟି ମ୍ୟାଚରୁ ତିନିଟିରେ ବିଜୟ ଓ ଗୋଟିଏରେ ପରାଜିତ ହୋଇଥିଲା । ଗ୍ରୁପ-ବିରେ ଛଅ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲା ଇଂଲଣ୍ଡ । ଗ୍ରୁପ ଷ୍ଟେଜରେ ଭାରତୀୟ ମହିଳାଙ୍କ ପ୍ରଦର୍ଶନ ବ୍ରିଟିଶ ଟିମ୍ ଉପରେ ଭାରି ପଡ଼ିଥିଲା ।

ଏବେ ମାର୍ଚ୍ଚ ୮ରେ ମେଲବୋର୍ଣ୍ଣରେ ହେବାକୁ ଥିବା ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳକୁ ଟିକେଟ ମିଳିଯାଇଥିବାରୁ ସାରା ଦେଶ ଉତ୍ସାହିତ ହୋଇଛି ।
First published: March 6, 2020, 12:50 AM IST
corona virus btn
corona virus btn
Loading