ଆଫଗାନିସ୍ତାନୀଙ୍କ ପାଇଁ ଜରୁରୀକାଳୀନ ଭିସା ବ୍ୟବସ୍ଥା ଲାଗୁ କଲା ଭାରତ; ଆବେଦନ ପରେ ହେବ ଫଇସଲା

ଆଫଗାନିସ୍ତାନବାସୀଙ୍କ ପାଇଁ ଜରୁରୀକାଳୀନ ଭିସା ବ୍ୟବସ୍ଥା ଲାଗୁ କଲା ଭାରତ। ଅନଲାଇନରେ ଆବେଦନ ପରେ ସେମାନଙ୍କ ଯାତ୍ରାକୁ ସ୍ୱୀକୃତି ମିଳିବ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

ଜରୁରୀକାଳୀନ ଭିସା ବ୍ୟବସ୍ଥା କଲା ଭାରତ (ପ୍ରତୀକାତ୍ମକ ଛବି)

ଜରୁରୀକାଳୀନ ଭିସା ବ୍ୟବସ୍ଥା କଲା ଭାରତ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ତାଲିବାନ ଦଖଲ ପରେ ଆଫଗାନିସ୍ତାନର ଅବନତି ପରିସ୍ଥିତି ମଧ୍ୟରେ ଭାରତ କ୍ରମାଗତ ଭାବରେ ନିଜ ନାଗରିକମାନଙ୍କୁ ସେଠାରୁ ଫେରାଇ ଆଣିଛି। ଏଥିପାଇଁ ଭାରତୀୟ ବାୟୁସେନାର ବିମାନ ସହିତ ଏୟାର ଇଣ୍ଡିଆ ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ଜରୁରୀକାଳୀନ ସମୟରେ ଜରୁରୀ ଭିସା ପ୍ରଦାନ ପାଇଁ ଅନଲାଇନ ଆବେଦନ ପାଇଁ ଭାରତ ସରକାର ଏକ ନୂଆ ଉପାୟ ବାହାର କରିଛନ୍ତି। ଏହାର ନାମ ଇ ଏମର୍ଜେନ୍ସି ଏକ୍ସ ମିସ୍କ ଭିସା ରଖାଯାଇଛି। ଏଥିପାଇଁ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ଓ ସରକାର ଯଥାଶୀଘ୍ର ଏହି ଭିସା ଆବେଦନଗୁଡ଼ିକୁ ସ୍ୱୀକୃତି କରିବେ।  ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ କହିଛି ଯେ ଭିସା ବ୍ୟବସ୍ଥାର ସମୀକ୍ଷା କରାଯାଇଛି।

ତାଲିବାନ କାବୁଲକୁ କାବୁ କରିବା ପରେ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡ଼ି ପଳାଇବା ପରେ ଆଫଗାନିସ୍ତାନର ଅବସ୍ଥା ଆହୁରି ବିଗିଡ଼ି ଯାଇଛି। ଲୋକମାନେ ଦେଶ ବାହାରକୁ ଯିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡ଼ିଆରେ ପ୍ରକାଶିତ ଅନେକ ଭିଡ଼ିଓରେ କାବୁଲରୁ ବିମାନ ଉଡ଼ାଣ ଭରିବାକୁ ଯାଉଥିବା ବେଳେ ଆମେରିକାର ସାମରିକ ବିମାନ ପାଖରେ ଆଫଗାନିସ୍ତାନ ଲୋକମାନଙ୍କ ଭିଡ଼ ଦେଖାଯାଇଥିଲା। ସେମାନେ ଏହି ବିମାନ ମାଧ୍ୟମରେ ଦେଶ ଛାଡ଼ିବାକୁ ଚାହୁଁଥିଲେ। ଏହି ପ୍ରୟାସରେ କିଛି ଲୋକ ବିମାନର ଟାୟାର ଉପରେ ବସିଥିଲେ, ଯାହା ପରେ ତଳେ ପଡ଼ିଯିବା କାରଣରୁ ମୃତ୍ୟୁ ହୋଇଥିଲା। ଲୋକମାନେ ବିମାନର ଛାତ ଉପରେ ବସିଥିବାର ମଧ୍ୟ ଦେଖିବାକୁ ମିଳିଛି।

ଆଫଗାନିସ୍ତାନର ଚିନ୍ତାଜନକ ପରିସ୍ଥିତି ମଧ୍ୟରେ ଭାରତ ଓ ଅନ୍ୟାନ୍ୟ ଦେଶ ସେମାନଙ୍କ ଦୂତାବାସକୁ ସ୍ଥାନାନ୍ତର କରିଛନ୍ତି। ଭାରତୀୟ ବାୟୁସେନାର C-17 ବିମାନ ସୋମବାର ବିଳମ୍ବିତ ରାତିରେ ୧୨୦ ରୁ ଅଧିକ ଭାରତୀୟ ଅଧିକାରୀଙ୍କ ସହ କାବୁଲରୁ ଉଡାଣ ଭରିଛନ୍ତି।  ସୂତ୍ରରୁ ପ୍ରକାଶ ଯେ କର୍ମଚାରୀମାନଙ୍କୁ ସୁରକ୍ଷା ସହିତ ବିମାନବନ୍ଦରର ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ସ୍ଥିତିକୁ ଦୃଷ୍ଟିରେ ରଖି କାବୁଲରେ ଭାରତର ରାଷ୍ଟ୍ରଦୂତ ଓ ଭାରତୀୟ କର୍ମଚାରୀଙ୍କୁ ତୁରନ୍ତ ଦେଶକୁ ଫେରାଇ ନିଆଯିବ।

ବାଗଚି ଟ୍ୱିଟ୍ କରି କହିଛନ୍ତି, 'ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କାବୁଲରେ ଆମର ରାଷ୍ଟ୍ରଦୂତ ଓ ତାଙ୍କ ଭାରତୀୟ କର୍ମଚାରୀଙ୍କୁ ତୁରନ୍ତ ଭାରତକୁ ଅଣାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଦ୍ୱିତୀୟ ବିମାନ ଭାରତକୁ ଆସୁଛି।
Published by:Soumya Das
First published: