ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ମ୍ୟାଚରେ ବର୍ଷା ସାଜିଲା ବାଧକ; ବାତିଲ ହେଲା ମ୍ୟାଚ

ଆଇସିସି ଖେଳ ସୂଚୀ ଅନୁଯାୟୀ ଭାରତ ଗସ୍ତରେ ଆସିଥିବା ଦଣିଷ ଆଫ୍ରିକା ଦଳ ତିନିଟି ଦିନିକିଆ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ମ୍ୟାଚ ଧର୍ମଶାଳାରେ ଥିବା ବେଳେ ଦ୍ବିତୀୟ ମ୍ୟାଚ ଲକ୍ଷ୍ନୌ ଓ ତୃତୀୟ ମ୍ୟାଚ କଲିକତାରେ ହେବାକୁ ଅଛି ।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ମ୍ୟାଚରେ ବର୍ଷା ସାଜିଲା ବାଧକ; ବାତିଲ ହେଲା ମ୍ୟାଚ
ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ୍‌ ଡି କକ୍‌ (ଫାଇଲ୍‌ ଫଟୋ)
  • News18 Odia
  • Last Updated: March 12, 2020, 5:53 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟରେ ଆଜି ଧର୍ମାଶାଳାରେ ହେବକୁ ଥିବା ପ୍ରଥମ ମ୍ୟାଚରେ ବର୍ଷା ବାଧକ ସାଜିଛି । ମ୍ୟାଚଟି ମଧ୍ୟାନ୍ନ ସାଢ଼େ ଗୋଟେରେ ଆରମ୍ଭ ହେବକୁ ସମୟ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ଦିନ ସାରା ସେଠାର ପାଗ ଖରାପ ରହିଥିବା ସହ ବର୍ଷା ହେଉଥିବାରୁ ଏ ପର୍ଯ୍ୟନ୍ତ ଟସ୍ ପଡିପାରି ନ ଥିଲା ଓ ମ୍ୟାଚକୁ ବାତିଲ୍‌ କରାଯାଇଥିଲା ।

ପୂର୍ବରୁ ସ୍ଥିର କରାଯାଇଥିଲା ଯେ ଯଦି ସନ୍ଧ୍ୟା ୬ଟା ସୁଦ୍ଧା ବର୍ଷା ଛାଡ଼େ ତେବେ ୩୦ରୁ ୪୦ ଓଭର ବିଶିଷ୍ଟ ମ୍ୟାଚ ହୋଇପାରିବ । ହେଲେ ପାଗ ଲଗାତର ଖରାପ ରହିଥିବାରୁ ମ୍ୟାଚକୁ ବାଧ୍ୟ ହୋଇ ବାତିଲ୍‌ କରିବାକୁ ପଡ଼ିଥିଲା ।

ଆଇସିସି ଖେଳ ସୂଚୀ ଅନୁଯାୟୀ ଭାରତ ଗସ୍ତରେ ଆସିଥିବା ଦଣିଷ ଆଫ୍ରିକା ଦଳ ତିନିଟି ଦିନିକିଆ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ମ୍ୟାଚ ଧର୍ମଶାଳାରେ ଥିବା ବେଳେ ଦ୍ବିତୀୟ ମ୍ୟାଚ ଲକ୍ଷ୍ନୌ ଓ ତୃତୀୟ ମ୍ୟାଚ କଲିକତାରେ ହେବାକୁ ଅଛି ।

ଆଜି ହେବାକୁ ଥିବା ମ୍ୟାଚରେ ସୁସ୍ଥ ହୋଇ ଦଳକୁ ଫେରିଥିବା ହାର୍ଦିକ ପାଣ୍ଡ୍ୟା ସ୍ଥାନ ପାଇଛନ୍ତି । ସେ ନିକଟରେ ଘରୋଇ କ୍ରିକେଟ ଖେଳି ହାର୍ଦିକ ଦୁଇଟି ବିସ୍ଫୋରକ ଶତକ ମାରିଥିଲେ । କ୍ରିକେଟପ୍ରେମୀମାନେ ହାର୍ଦିକ ପାଣ୍ଡ୍ୟା ଆଜି ମ୍ୟାଚରେ କିପରି ଖେଳିବେ ତାହା ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଆହତ ହୋଇଥିବା ସମସ୍ୟା ଯୋଗୁଁ  ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଓପନିଂ କରିବେ ବୋଲି ଆଶା କରାଯାଉଛି ।
First published: March 12, 2020, 5:53 PM IST