News18 Odia Digital
ନୂଆ ଦିଲ୍ଲୀ: ସୁପ୍ରିମ୍ କୋର୍ଟ୍ କଲେଜିୟମ (SC Collegium) ଦ୍ୱାରା ସମ୍ବାବ୍ୟ ବିଚାରପତିମାନଙ୍କ ପ୍ରସ୍ତାବିତ ସବୁ ନଅଟି ନାମକୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ (Ramnath Kovind) ଅନୁମୋଦନ କରିଛନ୍ତି । ତା’ ପରେ ଔପଚାରିକତା ସମାପ୍ତ କରିବାକୁ ଫାଇଲ୍ ଆଗକୁ ପଠାଇ ଦିଆଯାଇଛି । ଏହି ସବୁ ବିଚାରପତି ଆସନ୍ତା ସପ୍ତାହରେ ଶପଥ ଗ୍ରହଣ କରିପାରନ୍ତି। ଏହି ତାଲିକାରେ ଥିବା ଗୋଟିଏ ନାମ ହେଉଛି ଜଷ୍ଟିସ୍ ବି.ଭି. ନାଗରତ୍ନା (BV Nagarathna) । ଶପଥ ଗ୍ରହଣ କରିବା ସହିତ ଜଷ୍ଟିସ୍ ବି.ଭି ନାଗରତ୍ନା ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି (first woman chief justice of India) ହେବା ଦିଗରେ ପାଦ ବଢ଼ାଇ ଇତିହାସ ସୃଷ୍ଟି କରିବେ । ବରିଷ୍ଠତା ଅନୁଯାୟୀ ସେ ୨୦୨୭ ମସିହାରେ ଭାରତର ପ୍ରଧାନ ବିଚାରପତି ହେବେ ।
ଏହି ତାଲିକାରେ ଥିବା ନଅଟି ନାମ ମଧ୍ୟରୁ ଆଠ ଜଣ ହେଉଛନ୍ତି ବିଭିନ୍ନ ହାଇ କୋର୍ଟର ବିଚାରପତି ଓ ଜଣେ ସୁପ୍ରିମ୍ କୋର୍ଟର ବରିଷ୍ଠ ଓକିଲ । କର୍ଣ୍ଣାଟକ ହାଇ କୋର୍ଟର ପ୍ରଧାନ ବିଚାରପତି ଏ.କେ. ଓକା, ଗୁଜୁରାଟ ହାଇ କୋର୍ଟର ପ୍ରଧାନ ବିଚାରପତି ବିକ୍ରମ ନାଥ, ସିକିମ ହାଇ କୋର୍ଟର ଜଷ୍ଟିସ୍ ଜେ.କେ. ମାହେଶ୍ୱରୀ, ତେଲେଙ୍ଗାନା ହାଇ କୋର୍ଟର ପ୍ରଧାନ ବିଚାରପତି ହିମା କୋହଲି, ଜଷ୍ଟିସ୍ ବି.ଭି. ନାଗରତ୍ନା, କେରଳ ହାଇ କୋର୍ଟର ଜଷ୍ଟିସ ସି.ଟି. ରବିକୁମାର, ମାଦ୍ରାସ ହାଇ କୋର୍ଟର ଜଷ୍ଟିସ୍ ଏମ୍.ଏମ୍. ସୁନ୍ଦରେଶ, ଗୁଜୁରାଟ ହାଇ କୋର୍ଟର ଜଷ୍ଟିସ ବେଲା ଏମ୍. ତ୍ରିବେଦୀ ଓ ସିନିୟର ଆଟର୍ଣ୍ଣି ପି.ଏସ୍. ନରସିଂହଙ୍କ ନାମ ଅନ୍ତର୍ଭୁକ୍ତ ।
ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’ସୁପ୍ରିମ୍ କୋର୍ଟ କଲେଜିୟମର ଅଧ୍ୟକ୍ଷ ଅଛନ୍ତି ପ୍ରଧାନ ବିଚାରପତି ଏନ.ଭି. ରମଣା । ଏହା ବ୍ୟତୀତ ଜଷ୍ଟିସ୍ ୟୁ.ୟୁ. ଲଲିତ, ଏ.ଏମ୍. ଖାନୱିଲକର, ଡି.ୱାଇ. ଚନ୍ଦ୍ରଚୁଡ଼ ଓ ଏଲ୍. ନାଗେଶ୍ୱର ଏହି କଲେଜିୟମରେ ଥିଲେ । ଏହା ପ୍ରଥମ ଥର ପାଇଁ ହେଉଛି ଯେ ସୁପ୍ରିମ୍ କୋର୍ଟ କଲେଜିୟମ୍ ତିନି ଜଣ ମହିଳା ଜଜଙ୍କ ନାମ ସୁପାରିଶ କରିଛି । ଦେଶର ସୁପ୍ରିମ୍ କୋର୍ଟରେ ମହିଳାଙ୍କ ପ୍ରତିନିଧିତ୍ୱ ଉପରେ ଏହି ସୁପାରିଶ ମାଧ୍ୟମରେ ଏକ ବାର୍ତ୍ତା ମଧ୍ୟ ପଠାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତଯେଉଁ ନଅ ଜଣ ବିଚାରପତିଙ୍କ ନାମ ସୁପ୍ରିମ କୋର୍ଟରେ ନିଯୁକ୍ତି ପାଇଁ କଲେଜିୟମ୍ ଦ୍ୱାରା ସୁପାରିଶ କରାଯାଇଛି ସେମାନଙ୍କ ମଧ୍ୟରୁ ତିନି ଜଣ ଭବିଷ୍ୟତରେ ଭାରତର ପ୍ରଧାନ ବିଚାରପତି ହୋଇପାରିବେ । ଫେବୃଆରୀ ୨୦୨୭ରେ ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଅବସର ନେବା ପରେ ଜଷ୍ଟିସ୍ ବିକ୍ରମ ନାଥ ଭାରତର ପ୍ରଧାନ ବିଚାରପତି ହେବେ । ତା’ ପରେ ଜଷ୍ଟିସ୍ ବି.ଭି. ନାଗରତ୍ନା ଜଷ୍ଟିସ୍ ବିକ୍ରମ ନାଥଙ୍କ ଉତ୍ତରାଧିକାରୀ ହେବେ । ଜଷ୍ଟିସ୍ ବି.ଭି. ନାଗରତ୍ନା ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବେ। ନ୍ୟାୟପାଳିକାର ମୁଖ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ଏକ ମାସରୁ ଅଧିକ ହେବ ।
ଏହା ବି ପଢ଼ନ୍ତୁ | Jio ପ୍ରାୟ ୧.୫ କୋଟି ମୋବାଇଲ୍ ଗ୍ରାହକଙ୍କ ସହ ଓଡ଼ିଶାରେ ନିଜ ୧ ନମ୍ବର ସ୍ଥାନ ଅଧିକ ସୁଦୃଢ କଲାବେଙ୍ଗାଲୁରୁରେ ଓକିଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିବା ଜଷ୍ଟିସ୍ ବି.ଭି. ନାଗରତ୍ନା ନିଜ ପରିବାରରୁ ଦ୍ୱିତୀୟ ଦେଶର ପ୍ରଧାନ ବିଚାରପତି (CJI) ହେବେ । ତାଙ୍କ ବାପା ଇ.ଏସ୍. ଭେଙ୍କଟାରାମିଆ ୧୯୮୯ ମସିହାରେ ପ୍ରାୟ ଛଅ ମାସ CJI ଥିଲେ। ଜଷ୍ଟିସ୍ ନାଗରତ୍ନାଙ୍କୁ ୨୦୦୮ରେ କର୍ଣ୍ଣାଟକ ହାଇ କୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ଦୁଇ ବର୍ଷ ପରେ ସେ ସ୍ଥାୟୀ ବିଚାରପତି ହୋଇଥିଲେ ।
ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ୍ ପାସ୍ କଲେ ଗଞ୍ଜାମ MLA ପୂର୍ଣ୍ଣଚନ୍ଦ୍ର ସ୍ବାଇଁ; B2 ଗ୍ରେଡ୍ ପାଇଲେ; ଇଂରାଜୀରେ ୪୪ ମାର୍କ ରଖିଲେସୁପ୍ରିମ୍ କୋର୍ଟରେ ବର୍ତ୍ତମାନ ମାତ୍ର ଜଣେ ମହିଳା ବିଚାରପତି ଅଛନ୍ତି । ସେ ହେଉଛନ୍ତି ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଯିଏ ୨୦୨୨ ମସିହାରେ ଅବସର ନେବାକୁ ଯାଉଛନ୍ତି । ଆଜି ପର୍ଯ୍ୟନ୍ତ ସର୍ବୋଚ୍ଚ ନ୍ୟାୟାଳୟରେ କେବଳ ଆଠ ଜଣ ମହିଳା ବିଚାରପତି ରହିଛନ୍ତି ।
ଏହି ନଅ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିବା ପରେ ସୁପ୍ରିମ୍ କୋର୍ଟରେ ମୋ’ଟ ୩୩ ଜଣ ବିଚାରପତି ରହିବେ ଓ ଗୋଟିଏ ଖାଲି ପଦ ରହିବ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।