ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଶଂସା; ବ୍ରିଟେନର ପ୍ରଧାନ ମନ୍ତ୍ରୀ କହିଲେ ବିଶ୍ୱସ୍ତ ସାଥୀ

ମିଳିତ ଜାତିସଂଘର (United Nations) ସାଧାରଣ ସଭାରେ ବ୍ରିଟେନର ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନ (PM Boris Johnson) କରୋନା ଭୂତାଣୁ ଚିକିତ୍ସା ପାଇଁ ଏକ ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରିବା ପାଇଁ ଭାରତକୁ ଏକ ବିଶ୍ୱସ୍ତ ସାଥୀ ଭାବରେ ପ୍ରଶଂସା କରିଛନ୍ତି ।

ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ପ୍ରଶଂସା; ବ୍ରିଟେନର ପ୍ରଧାନ ମନ୍ତ୍ରୀ କହିଲେ ବିଶ୍ୱସ୍ତ ସାଥୀ
ଭାରତକୁ ବିଶ୍ୱସ୍ତ ସାଥୀ କହିଲେ ବ୍ରିଟେନର ପ୍ରଧାନ ମନ୍ତ୍ରୀ
  • News18 Odia
  • Last Updated: September 28, 2020, 9:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଲଣ୍ଡନ: ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବୋରିସ ଜନସନ (PM Boris Johnson) ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ଭାରତକୁ ପ୍ରଶଂସା କରିଥିଲେ । କରୋନା ଭୂତାଣୁ ଚିକିତ୍ସା ପାଇଁ ପ୍ରଭାବଶାଳୀ ଟିକା ବିକଶିତ କରିବା ପାଇଁ ସେ ଭାରତକୁ ଏକ ବିଶ୍ୱସ୍ତ ସାଥୀ ଭାବରେ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ବ୍ରିଟିଶ କମ୍ପାନୀ ଆଷ୍ଟ୍ରାଜେନେକା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସହଯୋଗରେ ଏହି ଟିକାର କୋଟି କୋଟି ଡୋଜ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ କରୁଛି । ଟିକା ବିକଶିତ କରିବା ପାଇଁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଉଦ୍ୟମକୁ ଉଲ୍ଲେଖ କରି ବ୍ରିଟିଶ ପ୍ରଧାନ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଏହା ବିଶ୍ୱର ସମସ୍ତ ଦେଶରେ ପହଞ୍ଚିବ । ଏହାପୂର୍ବରୁ ମଧ୍ୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ସାଧାରଣ ସଭାରେ ସମ୍ବୋଧିତ କରି ଭାରତର କରୋନା ଭାଇରସ ଟୀକା ସମ୍ପର୍କରେ ସମାନ ଘୋଷଣା କରିଥିଲେ ।

ବୋରିସ୍ ଜନସନ ଶନିବାର ଦିନ ମିଳିତ ଜାତିସଂଘର ସାଧାରଣ ସଭାରେ ତାଙ୍କ ଡିଜିଟାଲ୍ ସମ୍ବୋଧନରେ କହିଛନ୍ତି ଯେ ଏପରି ୧୦୦ଟି ସମ୍ଭାବ୍ୟ ଟିକା ଅଛି ଯାହା ସୁରକ୍ଷା ଓ କାର୍ଯ୍ୟକାରିତା ପ୍ରତିବନ୍ଧକକୁ ଦୂର କରିବାକୁ ଚେଷ୍ଟା କରୁଛି । ଅକ୍ସଫୋର୍ଡ ଦ୍ୱାରା ବିକଶିତ ଏହି ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ଅଛି ଓ କମ୍ପାନୀ ଆଷ୍ଟ୍ରାଜେନେକା ଏହାର ଲକ୍ଷ ଲକ୍ଷ ଡୋଜ ଉତ୍ପାଦନ ପାଇଁ କାମ କରୁଛି । ଯଦି ଏହା ସଫଳ ହୁଏ ତେବେ ଟିକା ଶୀଘ୍ର ବିତରଣ ହୋଇପାରିବ ।

କରୋନା ବିରୋଧରେ ଏକଜୁଟ ହେବା ପାଇଁ ବିଶ୍ୱକୁ କଲେ ନିବେଦନ
ଜନସନ ଭାଇରସ୍ ଭଳି ସାଧାରଣ ଶତ୍ରୁ ସହିତ ମୁକାବିଲା କରିବା ପାଇଁ ଅଧିକରୁ ଅଧିକ ଆନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଓ ସୀମା ପାର୍ଶ୍ୱରେ ଥିବା ଦେଶମାନଙ୍କ ସହ ବିବାଦର ସମାଧାନ ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେ କହିଛନ୍ତି ଯେ କରୋନା ଭୂତାଣୁ ବିରୋଧରେ ୯ ମାସ ସଂଗ୍ରାମ ପରେ ବର୍ତ୍ତମାନ ସମଗ୍ର ବିଶ୍ୱକୁ ଏହା ବିରୋଧରେ ଏକଜୁଟ ହେବାକୁ ପଡିବ ।
Published by: Jagdish Barik
First published: September 28, 2020, 9:42 AM IST
corona virus btn
corona virus btn
Loading