୨୦୪୭ ସୁଦ୍ଧା ମହାଶକ୍ତିରେ ପରିଣତ ହେବ ଭାରତ: ସ୍ମୃତି ଇରାନୀ

"ଭାରତ ଚ୍ୟାଲେଞ୍ଜ ମୁକାବିଲା ପାଇଁ ଅଧିକ ଦକ୍ଷ ଓ ଶକ୍ତିଶାଳୀ ହେବା ପଥରେ ଗତି କରୁଛି ଓ ୨୦୪୭ ସୁଦ୍ଧା ଏକ ବିଶ୍ୱସ୍ତରୀୟ ଶକ୍ତିରେ ପରିଣତ ହେବ।"

ସ୍ମୃତି ଇରାନୀ (ପ୍ରତୀକାତ୍ମକ ଛବି)

ସ୍ମୃତି ଇରାନୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଚଣ୍ଡୀଗଡ଼: ଭାରତ ଚ୍ୟାଲେଞ୍ଜ ମୁକାବିଲା ପାଇଁ ଅଧିକ ଦକ୍ଷ ଓ ଶକ୍ତିଶାଳୀ ହେବା ପଥରେ ଗତି କରୁଛି ଓ ୨୦୪୭ ସୁଦ୍ଧା ଏକ ବିଶ୍ୱସ୍ତରୀୟ ଶକ୍ତି ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନରେ 'ସେବା ପଖଓ୍ୱାଡ଼ା' ପାଳନ ଅବସରରେ ଆୟୋଜିତ ଏକ ସ୍ୱାସ୍ଥ୍ୟ ଯାଞ୍ଚ ଶିବିରରେ ଉପସ୍ଥିତ ଥିବା ଲୋକଙ୍କୁ ଇରାନୀ ସମ୍ବୋଧିତ କରିଥିଲେ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ଭାରତର ଶୀର୍ଷକୁ ପହଞ୍ଚିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଓ ବର୍ତ୍ତମାନ ଭାରତ ଅଧିକ ଶକ୍ତିଶାଳୀ ଓ ଦକ୍ଷ ହେବାକୁ ଯାଉଛି। ଏହାକୁ କେହି ଅଟକାଇ ପାରିବେ ନାହିଁ।

ସ୍ମୃତି ଇରାନୀ ଲୋକମାନଙ୍କୁ ସମ୍ବୋଧିତ କରିଥିବା ସେହି ଶିବିରକୁ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଉଦ୍ଘାଟନ କରିଥିଲେ। ରାଜ୍ୟପାଳ ପୁରୋହିତ କହିଛନ୍ତି ଯେ ଏତେ ବଡ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଗରିବ ଓ ଅଭାବୀ ଲୋକଙ୍କୁ ସେବା କରିବା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦିଆଯାଇଥିବା ସବୁଠାରୁ ବଡ ଉପହାର।

ରାଜ୍ୟପାଳ କହିଛନ୍ତି ଯେ କେବଳ ତାଙ୍କ ଜନ୍ମଦିନରେ ନୁହେଁ, ଚଣ୍ଡିଗଡ଼ ୱେଲଫେୟାର ଟ୍ରଷ୍ଟ (ସିଡବ୍ଲ୍ୟୁଡି) ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ୧୫ ଦିନିଆ 'ସେବା ପଖୱାଡା' ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରୁଛି।
Published by:Soumya Das
First published: