ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କାଲାପାନି ଓ ଲିପୁଲେଖକୁ ଭାରତ ନିଜର ଅଞ୍ଚଳ ବୋଲି ମାନେ, ହେଲେ ନେପାଳ ଏହି ଦୁଇଟି ସ୍ଥାନକୁ ନିଜର ବୋଲି କହୁଛି । ଏହି ବିବାଦରେ ମନୀଷା କୋଇରାଲା ନେପାଳକୁ ସମର୍ଥନ କରିଛନ୍ତି ।

କାଲାପାନି ଓ ଲିପୁଲେଖକୁ ଭାରତ ନିଜର ଅଞ୍ଚଳ ବୋଲି ମାନେ, ହେଲେ ନେପାଳ ଏହି ଦୁଇଟି ସ୍ଥାନକୁ ନିଜର ବୋଲି କହୁଛି । ଏହି ବିବାଦରେ ମନୀଷା କୋଇରାଲା ନେପାଳକୁ ସମର୍ଥନ କରିଛନ୍ତି ।

କାଲାପାନି ଓ ଲିପୁଲେଖକୁ ଭାରତ ନିଜର ଅଞ୍ଚଳ ବୋଲି ମାନେ, ହେଲେ ନେପାଳ ଏହି ଦୁଇଟି ସ୍ଥାନକୁ ନିଜର ବୋଲି କହୁଛି । ଏହି ବିବାଦରେ ମନୀଷା କୋଇରାଲା ନେପାଳକୁ ସମର୍ଥନ କରିଛନ୍ତି ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଭାରତ ଓ ନେପାଳ (India-Nepal) ମଧ୍ୟରେ କାଲାପାନି ଓ ଲିପୁଲେଖକୁ (Kalapani and Lipulekh dispute) ନେଇ ବିବାଦ କମିବାର ନାଁ ନେଉନାହିଁ । ନେପାଳ ନିକଟରେ ଏକ ନୂତନ ମାନଚିତ୍ର ପ୍ରକାଶ କରି ଉଭୟ କାଲାପାନି ଓ ଲିପୁଲେଖକୁ ନିଜର ଅଞ୍ଚଳ ବୋଲି ବର୍ଣ୍ଣନା କରିଛି । ଯେତେବେଳେ ନଭେମ୍ବର ୨୦୧୯ରେ ଭାରତର ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ନୂତନ ମାନଚିତ୍ରରେ ଭାରତର ଇଲାକା ରୂପେ ଅନ୍ତର୍ଭୁକ୍ତ ହୋଇଥିଲା ସେତେବେଳେ ଏହି ବିବାଦ ଆହୁରି ଜଟିଳ ହୋଇଥିଲା । ସେବେ ଠାରୁ ନେପାଳ ଏହା ତା’ ଇଲାକା ବୋଲି ଦାବି କରିଆସୁଛି । ନେପାଳର ବାସିନ୍ଦା ଓ ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲା (Manisha Koirala) ଏବେ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ।

ମନୀଷା କୋଇରାଲା ନେପାଳ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରି ଟ୍ୱିଟ କରିଛନ୍ତି । ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସେହି ଟ୍ୱିଟର ସମର୍ଥନ କରି ମନୀଷା ନିଜର ମତ ପ୍ରକାଶ କରିଛନ୍ତି ଯେଉଁଥିରେ ନେପାଳର ସରକାରୀ ମାନଚିତ୍ରରେ କାଲାପାନି ଓ ଲିପୁଲେଖ ଭଳି ଦୁଇଟି ବିବାଦୀୟ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରିବା ବିଷୟରେ କୁହାଯାଇଥିଲା ।

ମନୀଷା ଟ୍ୱିଟ୍ କରି କହିଛନ୍ତି, ‘‘ଆମ ଛୋଟ ଦେଶର ଗର୍ବ ବଜାୟ ରଖିଥିବାରୁ ଧନ୍ୟବାଦ। ମୁଁ ତିନୋଟି ମହାନ ଦେଶ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ଓ ସମ୍ମାନଜନକ ସଂଳାପକୁ ଅପେକ୍ଷା କରିଛି ।’’



ଏହା ପୂର୍ବରୁ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗୱାଲୀ ଟ୍ୱିଟ କରିଥିଲେ । ସେଥିରେ ସେ କହିଥିଲେ ଯେ ନେପାଳର ମନ୍ତ୍ରୀ ପରିଷଦ ଦେଶର ସାତଟି ପ୍ରଦେଶ, ୭୭ଟି ଜିଲ୍ଲା ଓ ୭୫୩ଟି ସ୍ଥାନୀୟ ପ୍ରଶାସନିକ ବିଭାଗକୁ ଦର୍ଶାଇ ଦେଶର ଏକ ନୂତନ ମାନଚିତ୍ର ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି । ଏଥିରେ 'ଲିମ୍ପିୟାଧୁରା, ଲିପୁଲେଖ ଏବଂ କାଲାପାନି' ମଧ୍ୟ ଅନ୍ତର୍ଭୁକ୍ତ ବୋଲି ସେ ଲେଖିଥିଲେ । ଦେଶର ଭୂ ପରିଚାଳନା ବିଭାଗ ଏହି ସରକାରୀ ମାନଚିତ୍ର ଖୁବ ଶୀଘ୍ର ପ୍ରକାଶ କରିବ ବୋଲି ପ୍ରଦୀପ କହିଥିଲେ ।



ନେପାଳ କାଲାପାନି ଓ ଲିପୁଲେଖ ଉପରେ ଦାବି କରିଆସୁଛି । ୧ ମଇରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୈଳାସ ମାନସରୋଭରକୁ ୮୦ କିଲୋମିଟର ଦୀର୍ଘ ରାସ୍ତାର ଉଦ୍ଘାଟନ କରିଥିଲେ । ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଥୋରାଗଡ-ଧର୍ଚୁଲାକୁ ଲିପୁଲେଖ ସହ ସଂଯୋଗ କରୁଥିବା ରାସ୍ତାର ଉଦଘାଟନ କରାଯାଇଥିଲା । ଏହି ରାସ୍ତା ଲିପୁଲେଖ ପାସରେ ଶେଷ ହେଉଛି । ନେପାଳ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା । ନେପାଳ ଭାରତ ପକ୍ଷରୁ କୌଳାସ ମାନସରୋବରଙ୍କ ପାଇଁ ଲିଙ୍କ୍ ରାସ୍ତାର ଉଦ୍ଘାଟନକୁ ବିରୋଧ କରି କହିଥିଲା ଯେ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ବୁଝାମଣା ବିରୁଦ୍ଧ ଅଟେ ।

ମନୀଷା କୋଇରାଲା ଗତ କିଛି ଦିନ ହେଲା ଚଳଚ୍ଚିତ୍ରରେ ସକ୍ରିୟ ହୋଇଛନ୍ତି । ସେ ରାଜକୁମାର ହିରାନୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ସଞ୍ଜୁ’ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ରଣବୀର କପୁରଙ୍କ ମା’ ଭୂମିକାରେ ଅଭିନୟ କରିଥିଲେ ।



ଏହା ବି ପଢ଼ନ୍ତୁ: ଅମ୍ଫନ ପ୍ରଭାବରେ ଦୋହଲିଲା ଜଗତସିଂହପୁର; ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ଲ୍ୟାଣ୍ଡଫଲ କଲା ବାତ୍ୟା ଅମ୍ଫନ; ରାଜ୍ୟରେ ଏ ଯାଏଁ ୨ ଜଣଙ୍କ ମୃତ୍ୟୁ

ଏହା ବି ପଢ଼ନ୍ତୁ: ଜୁନ୍ ୧ ତାରିଖରୁ ଦୈନିକ ଚାଲିବ ୨୦୦ଟି ନନ୍-ଏସି ଟ୍ରେନ୍; ଟିକଟ ବୁକିଂ ଶୀଘ୍ର ଆରମ୍ଭ ହେବ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
Published by:Anand Shankar Thankur Das
First published: