ଗାମ୍ବିୟାରେ ୬୬ ପିଲଙ୍କ ମୃତ୍ୟୁ ପଛରେ ଭାରତରେ ନିର୍ମିତ କଫ୍ ସିରପ: WHO

ଗାମ୍ବିୟାରେ କିଡନୀ ରୋଗରେ ଶିଶୁଙ୍କ ମୃତ୍ୟୁ ପଛରେ ଭାରତୀୟ ଔଷଧ ଉତ୍ପାଦନକାରୀଙ୍କ ଦ୍ୱାରା କଫ୍ ସିରପ ସହିତ ଜଡିତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ଭାରତରେ ନିର୍ମିତ କଫ୍ ସିରପ

ଭାରତରେ ନିର୍ମିତ କଫ୍ ସିରପ

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଗାମ୍ବିୟାରେ କିଡନୀ ରୋଗରେ ଶିଶୁଙ୍କ ମୃତ୍ୟୁ ପଛରେ ଭାରତୀୟ ଔଷଧ ଉତ୍ପାଦନକାରୀଙ୍କ ଦ୍ୱାରା କଫ୍ ସିରପ ସହିତ ଜଡିତ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। WHO ମହାନିର୍ଦ୍ଦେଶକ ଟେଡ୍ରୋସ ଅଦନୋମ ଘେବ୍ରେୟସସ ଗଣମାଧ୍ୟମକୁ କହିଛନ୍ତି ଯେ ମିଳିତ ଜାତିସଂଘ ଏଜେନ୍ସି ଭାରତୀୟ ନିୟାମକ ତଥା ଔଷଧ ନିର୍ମାତା, ନୂଆଦିଲ୍ଲୀ ସ୍ଥିତ ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ସହିତ ଏକ ଅନୁସନ୍ଧାନ କରୁଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ, ଏହି କମ୍ପାନୀ ଦ୍ବାରା ଉକ୍ତ ଔଷଧ ଆଫ୍ରିକାର ଗାମ୍ବିଆକୁ ରପ୍ତାନୀ କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଯିବା ଆବଶ୍ୟକତା ରହିଛି। WHO ମୁଖ୍ୟ ଟେଡ୍ରୋସ୍ କହିଛନ୍ତି ଯେ, ଏହି ଚାରୋଟି କଫ୍‌ ସିରପ୍‌ ହେଉଛି, ପ୍ରୋମେଥାଜାଇନ୍ ଓରାଲ୍ ସଲ୍ୟୁସନ୍, କୋଫେକ୍ସମାଲିନ୍ ବେବି କଫ୍‌ ସିରପ୍, ମାକଫ୍ ବେବି କଫ୍‌ ସିରପ୍ ଏବଂ ମାଗ୍ରିପ୍ ଏନ କୋଲ୍ଡ ସିରପ୍ । ଏହି ଚାରୋଟି କଫ୍‌ ସିରପ୍‌ର କିଡନ୍‌କୁ ଖରାପ କରିବା ସାମର୍ଥ୍ୟ ରହିଛି।
Published by:Soumyashree Mishra
First published: