Populous Country: ଜନସଂଖ୍ୟାରେ ଭାରତ ନଂ ୧; ପଛରେ ରହିଲା ଚୀନ

Most populous country: ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ସାଜିଛି। ଭାରତରେ ଏବେ ଚାଇନା ତୁଳନାରେ ୩୦ ଲକ୍ଷରୁ ଅଧିକ ଲୋକ ରହିଛନ୍ତି।

ଜନସଂଖ୍ୟାରେ ଭାରତ ନଂ ୧

ଜନସଂଖ୍ୟାରେ ଭାରତ ନଂ ୧

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Most populous country: ବିଶ୍ବର (World) ସବୁଠାରୁ ଅଧିକ ଜନବହୁଳ ଦେଶ ଚୀନ (China) ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ ଦେଶ ହେବ।

ଏବେ ଏହି ନୂଆ ସଂଖ୍ୟା ଉପରେ ଜାତିସଂଘ ମୋହର ମାରିଛି। ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ସାଜିଛି। ଭାରତରେ ଏବେ ଚାଇନା ତୁଳନାରେ ୩୦ ଲକ୍ଷରୁ ଅଧିକ ଲୋକ ରହିଛନ୍ତି।

ୟୁଏନଏଫପିଏର ଦ ଷ୍ଟେଟ ଅଫ ୱାର୍ଲଡ ପପୁଲେସନ ରିପୋର୍ଟ ୨୦୨୩ ଜାରି କରିଛି। ଏଥିରେ କୁହାଯାଇଛି କି ଏବେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷ ରହିଛି। ଏହି ହିସାବରେ ଚାଇନାର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ରହିଛି।

ଅର୍ଥାତ୍‌ ଦୁଇ ଦେଶର ଜନସଂଖ୍ୟାରେ ୩୦ ଲକ୍ଷ ଅନ୍ତର ରହିଛି। ପ୍ରଥମ ଥର ଭାରତର ଜନସଂଖ୍ୟା ୧୯୫୦ ପରେ ଚୀନଠାରୁ ଅଧିକ ହୋଇଛି। ୧୯୫୦ରେ ଜାତିସଂଘ ଜନସଂଖ୍ୟା ଡାଟା ଏକତ୍ର କରିବା ଓ ଜାରି କରିବା ଆରମ୍ଭ କରିଥିଲା।


ରିପୋର୍ଟ ଅନୁଯାୟୀ ଭାରତର ୨୫ ପ୍ରତିଶତ ଜନସଂଖ୍ୟା ୦-୧୪ ବର୍ଷ ମଧ୍ୟରେ ରହିଛି । ସେହିଭଳି ୨୬% ଜନତା ୧୦-୨୪ ବର୍ଷ ବୟସ ମଧ୍ୟରେ ରହିଥିବା ବେଳେ ୬୮% ଜନତାଙ୍କ ବୟସ ୧୫-୬୪ ବର୍ଷ ରହିଛି । ୬୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ସଂଖ୍ୟା ୭% ରହିଛି ।

୨୦୧୧ ଜନଗଣନା ଅନୁଯାୟୀ ଭାରତର ବାର୍ଷିକ ଜନସଂଖ୍ୟା ବୃଦ୍ଧି ହାର ୧.୨% ଥିଲା । ଯାହା କି ୧୦ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୦୧ ମସିହାରେ ୧.୭% ଥିଲା । ୨୦୧୫ରେ ଭାରତର ମୋଟ ଜନସଂଖ୍ୟା ୧୨୮ କୋଟି ଥିବା ବେଳେ ଚୀନର ୧୩୭ କୋଟି ଥିଲା । ସେହିଭଳି ୨୦୦୮ରେ ଭାରତର ଜନସଂଖ୍ୟା ୧୧୪ କୋଟି ଥିବା ବେଳେ ଚୀନ ଜନସଂଖ୍ୟା ଥିଲା ୧୩୦ କୋଟି । ତେବେ ଜନସଂଖ୍ୟା ବୃଦ୍ଧି ଅନୁପାତକୁ ଦୃଷ୍ଟିରେ ରଖିଲେ ଭବିଷ୍ୟତରେ ଚୀନକୁ ଢେର୍‌ ପଛରେ ପକାଇବ ଭାରତ । ୨୦୪୦ ବର୍ଷକୁ ଆନୁମାନିକ ଭାବେ ନେଲେ ଭାରତର ମୋଟ ଜନସଂଖ୍ୟା ୧୫୨ କୋଟି ଟପିଯାଇଥିବ ।

ପଢ଼ନ୍ତୁ ଏହି ଖବର:  ଖୁସି ଖବର: ଅକ୍ଷୟ ତୃତୀୟାରେ ଯଦି କିଣିବେ ସୁନା, ମିଳିବ ରିହାତି; ମେକିଂ ଚାର୍ଜ ଫ୍ରି

ଚୀନ୍ ବିଷୟରେ କହିବାକୁ ଗଲେ, ୧୭% ୦ ରୁ ୧୪ ବର୍ଷ ମଧ୍ୟରେ, ୧୨% ୧୦ ରୁ ୧୯, ୧୦ ରୁ ୨୪ ବର୍ଷ ୧୮%, ୧୫ ରୁ ୬୪ ବର୍ଷ ୬୯% ଏବଂ ୬୫ ରୁ ଅଧିକ ଲୋକଙ୍କ ସଂଖ୍ୟା ୧୪% ରହିଛନ୍ତି । ଚାଇନାରେ ଜନ୍ମ ହାର ହ୍ରାସ ପାଇଛି କିନ୍ତୁ ବୃଦ୍ଧମାନଙ୍କ ସଂଖ୍ୟା ଅଧିକ ରହିଛି । ସେଠାରେ ୬୫ ବର୍ଷରୁ ଅଧିକ ଲୋକ ପ୍ରାୟ ୨୦୦ ନିୟୁତ ଅଛନ୍ତି। କିଛି ଦଶନ୍ଧି ପୂର୍ବରୁ ଚୀନ୍ ସରକାର ଗୋଟିଏ ଶିଶୁ ନୀତି ପ୍ରଣୟନ କରିଥିଲେ, ଯାହା ଦ୍ୱାରା ଏଭଳି ସ୍ଥିତି ରହିଛି ।
Published by:Lipina Das
First published: