News18 Odia Digital
ନୂଆ ଦିଲ୍ଲୀ: କରୋନା ଭାଇରସ୍ ସଙ୍କଟ (Coronavirus) ମଧ୍ୟରେ ସାରା ଦେଶରେ ଲୋକେ ଉତ୍ସାହର ସହ ଉତ୍ସବ ପାଳନ କରିବାକୁ ଯୋଜନା କରୁଛନ୍ତି ।କିନ୍ତୁ ଏହି ସମୟରେ ଭାରତର ଇଣ୍ଟେଲିଜେନ୍ସ ଏଜେନ୍ସି ଏକ ବଡ଼ ସତର୍କ ସୂଚନା ଜାରି କରିଛି । ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇ.ଏସ.ଆଇ. (ISI of Pakistan) ଉତ୍ସବ ସମୟରେ ଭାରତୀୟ ଲୋକଙ୍କ ଖୁସିକୁ ବିଚଳିତ କରିପାରେ ବୋଲି ଏଜେନ୍ସି ଭୟ ପ୍ରକାଶ କରିଛି।
ଭାରତରେ ଉତ୍ସବ ପରିବେଶ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଶଙ୍କା କରାଯାଉଛି ଯେ ଆଇ.ଏସ.ଆଇ. ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇ.ଏସ.ଆଇ. ଏଜେନ୍ସି ଭାରତରେ ପର୍ବ ସମୟରେ IED ବିସ୍ଫୋରଣ ମାଧ୍ୟମରେ ଆତଙ୍କବାଦୀ ଆକ୍ରମଣ କରିବା ପ୍ରକ୍ରିୟାରେ ଅଛି । ଏହା ମଧ୍ୟ କୁହାଯାଉଛି ଯେ ଟିଫିନ୍ ବାକ୍ସରେ IED ରଖି ଏହି ଆକ୍ରମଣ କରିବାକୁ ଯୋଜନା କରାଯାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଲୋମହର୍ଷକ VIDEO: ଆସାମରେ ପୋଲିସ ଗୁଳିରେ ବ୍ୟକ୍ତିର ମତ୍ୟୁ; ଶବ ଉପରେ ଯୁବକର ଗୋଇଠା ମାଡ଼
ଗୁପ୍ତଚର ସୂଚନା ଅନୁସାରେ ଏହି ଆକ୍ରମଣ ଆଇ.ଏସ.ଆଇ. ଦ୍ୱାରା ଜନଗହଳି-ପୂର୍ଣ୍ଣ ଅଞ୍ଚଳରେ କରାଯାଇପାରେ, ଯାହା ଦ୍ୱାରା ଭାରତ ପାଇଁ ସର୍ବାଧିକ କ୍ଷତି ହୋଇପାରିବ ।
ଏହା ବି ପଢ଼ନ୍ତୁ | Hathras Rape Case: ନାବାଳିକାକୁ ବଳାତ୍କାର ପରେ ହତ୍ୟା କରିଥିବା ଯୁବକକୁ ମୃତ୍ୟୁ ଦଣ୍ଡ ମିଳିଲା
ISIର ଏହି ଘୃଣ୍ୟ ଯୋଜନା ୧୮ ସେପ୍ଟେମ୍ବରରେ ଭାରତୀୟ ଗୁପ୍ତଚର ଏଜେନ୍ସି ଦ୍ୱାରା ପ୍ରକାଶ କରାଯାଇଥିଲା ।ଏହା ସହିତ ଭାରତୀୟ ଗୁପ୍ତଚର ବିଭାଗ ମଧ୍ୟ ଆଫଗାନିସ୍ତାନରୁ ଆସିଥିବା ଆତଙ୍କବାଦୀମାନଙ୍କର ପାକିସ୍ତାନରୁ ଭାରତରେ ଅନୁପ୍ରବେଶ ସମ୍ପର୍କରେ ଏକ ସତର୍କ ସୂଚନା ଜାରି କରିଛି ।
ଏହା ବି ପଢ଼ନ୍ତୁ | କରୋନା ମୃତକଙ୍କ ପରିବାର ବର୍ଗଙ୍କୁ ମିଳିବ ୫୦,୦୦୦ ଟଙ୍କା କ୍ଷତିପୂରଣ; କେମିତି ମିଳିବ ଜାଣନ୍ତୁ
ଗୁପ୍ତଚର ସୂଚନା ଅନୁସାରେ ପାକିସ୍ତାନର ଆଇ.ଏସ.ଆଇ. ଖୋଲାଖୋଲି ଭାବେ ଆତଙ୍କବାଦୀମାନଙ୍କୁ ଭାରତରେ ପ୍ରବେଶ କରିବାରେ ସାହାଯ୍ୟ କରୁଛି। ଏହି ସୂଚନା ଅନୁସାରେ କିଛି ଦିନ ତଳେ ଉରି ସେକ୍ଟରର ଏକ ପୋଷ୍ଟରେ ତାର କାଟି ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଶ୍ଳୀଳ ଫିଲ୍ମ ମାମଲା: ଗେହନା ବଶିଷ୍ଟଙ୍କୁ ସୁପ୍ରିମ କୋର୍ଟରୁ କୋହଳତା ମିଳିଲା; ଏବେ ଗିରଫ ହେବେନି
ଉଲ୍ଲେଖନୀୟ କଥା ହେଉଛି ଯେ ପାକିସ୍ତାନ ଭାରତର ପ୍ରଗତି ଓ ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ହଟାଇବା ପରେ ସେଠାରେ ଆସିଥିବା ଶାନ୍ତିକୁ ପସନ୍ଦ କରୁନାହିଁ । ସେଥି ପାଇଁ ପାକିସ୍ତାନ ବାରମ୍ବାର ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି । କିନ୍ତୁ ଭାରତର ସାହସୀ ସୁରକ୍ଷା ବାହିନୀ ସମସ୍ତଙ୍କ ମନ୍ଦ ଉଦ୍ଦେଶ୍ୟକୁ ନଷ୍ଟ କରିଚାଲିଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।