ଭାରତ ଏବେ ଭୀଷଣ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି, ତ୍ୱରିତ ପଦକ୍ଷେପ ଦରକାର, କହିଛି IMF

ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବା ପରେ ବର୍ତ୍ତମାନର ମାନ୍ଦାବସ୍ଥାକୁ ରୋକିବା ଓ ଭାରତକୁ ପୁଣି ଉଚ୍ଚ ଅଭିବୃଦ୍ଧି ପଥକୁ ଫେରାଇ ଆଣିବା ପାଇଁ ସରକାର ଜଲ୍‌ଦି ନୀତିଗତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଚ଼େତେଇ ଦେଇଛନ୍ତି ଜଣେ ବରିଷ୍ଠ IMF ଅଧିକାରୀ ।

ଗୋଟେ କପଡ଼ା ଫ୍ୟାକ୍‌ଟ୍ରି ଭିତରର ଦୃଶ୍ୟ

ଗୋଟେ କପଡ଼ା ଫ୍ୟାକ୍‌ଟ୍ରି ଭିତରର ଦୃଶ୍ୟ

  • Share this:
ୱାଶିଂଟନ୍‌: ଏକଦା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧିର ଅନ୍ୟତମ ଇଞ୍ଜିନ୍‌ ସାଜିଥିବା ଭାରତ ନିଜର ବର୍ତ୍ତମାନର ଅର୍ଥନୈତିକ ମାନ୍ଦାବସ୍ଥାକୁ ଏଡ଼େଇବା ପାଇଁ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (International Monetary Fund - IMF) ।

ନିଜ ବାର୍ଷିକ ସମୀକ୍ଷାରେ IMF କହିଛି ଯେ ଉପଭୋକ୍ତାଙ୍କର କମି କମି ଯାଉଥିବା ଦ୍ରବ୍ୟ ବ୍ୟବହାର, ପୁଞ୍ଜି ନିବେଶ ତଥା କମୁଥିବା ରାଜସ୍ୱ ଆଦାୟ ଆଦି କାରଣ ଯୋଗୁଁ ଭାରତର ତୀବ୍ର ବେଗରେ ଆଗକୁ ବଢ଼ୁଥିବା ଅର୍ଥନୀତିରେ ବ୍ରେକ୍‌ ଲାଗି ଯାଇଛି ।

ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କରିବା ପରେ ଭାରତ ଏବେ ‘‘ଏକ ବଡ଼ ଅର୍ଥନୈତିକ ମାନ୍ଦାବସ୍ଥା ମଝିରେ ଗତି କରୁଛି’’ ବୋଲି କହିଛନ୍ତି IMF ଏସିଆ ଓ ପ୍ୟାସିଫିକ୍‌ର ରନିଲ୍‌ ସାଲ୍‌ଗାଡୋ କହିଛନ୍ତି ।

‘‘ବର୍ତ୍ତମାନର ମାନ୍ଦାବସ୍ଥାକୁ ରୋକିବା ଓ ଭାରତକୁ ପୁଣି ଉଚ୍ଚ ଅଭିବୃଦ୍ଧି ପଥକୁ ଫେରାଇ ଆଣିବା ପାଇଁ ଜଲ୍‌ଦି ନୀତିଗତ ପଦକ୍ଷେପ ନେବା ଆବଶ୍ୟକ,’’ ସେ କହିଛନ୍ତି ।

ବିଶେଷତଃ ଉଚ୍ଚ ଋଣ ଭାର ଓ ସୁଧ ହାର ଯୋଗୁଁ ଉପଭୋକ୍ତାଙ୍କ ଦ୍ୱାରା ଖର୍ଚ୍ଚର ଆକାର ଓ ବେଗ ବଢ଼େଇ ଆର୍ଥିକ ଅଭିବୃଦ୍ଧିକୁ ସହଯୋଗ କରିବା ପାଇଁ ସରକାରଙ୍କ ପାଖରେ ସୀମିତ ଅବକାଶ ହିଁ ଅଛି ବୋଲି ମଧ୍ୟ IMF ଚ଼େତେଇ ଦେଇଛି । ଗୀତା ଗୋପିନାଥ, ବିଶ୍ବ ଅର୍ଥନୈତିକ ଆଭିମୁଖ୍ୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, Reserve Bank of India – RBI, world economic outlook

ଗତ ସପ୍ତାହରେ IMFର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପିନାଥ କହିଥିଲେ ଯେ ଭାରତର ଅର୍ଥନୀତି ‘‘ଆଶ୍ଚର୍ଯ୍ୟଜନକ ଭାବେ ନିମ୍ନଗାମୀ ହୋଇଛି’’ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ମାସ ପ୍ରକାଶ ପାଇବାକୁ ଥିବା ବିଶ୍ବ ଅର୍ଥନୈତିକ ଆଭିମୁଖ୍ୟ (world economic outlook) ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଅନୁମାନକୁ IMF ବେଶ୍‌ କିଛି ମାତ୍ରାରେ କ୍ମ୍‌ କରିଦେବ ।

ଅକ୍‌ଟୋବର ମାସରେ IMF ୨୦୧୯ ବର୍ଷ ପାଇଁ ଆର୍ଥିକ ଅଭିବୃଦ୍ଧି ହାରକୁ କମେଇ ୬.୧% କରିଥିଲା ଓ ୨୦୨୦ ବର୍ଷ ପାଇଁ ଏହାକୁ କମେଇ ୭.୦% ରଖିଥିଲା ।

ସାଲଗାଡୋ କହିଛନ୍ତି ଯେ ଯଦି ଆର୍ଥିକ ମାନ୍ଦାବସ୍ଥା ରହି ଚ଼ାଲେ, ତାହେଲେ ‘‘ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍‌ ପାଖରେ ପଲିସି ରେଟ୍‌କୁ କମ୍‌ କରିବାର ଅବକାଶ ରହିଛି’’ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India - RBI) ଏଇ ବର୍ଷ ମୂଳ କରଜ ଦର (key lending rate) କୁ ପାଞ୍ଚ ଥର କମ୍‌ କରି ନଅ ବର୍ଷର ସର୍ବ ନିମ୍ନକୁ ଆଣିଥିଲା । ମାତ୍ର ଏହି ମାସ ହୋଇଥିବା ଏକ ବୈଠକରେ ବ୍ୟାଙ୍କ ଆଶାତୀତଭାବେ କାର୍ଯ୍ୟ କରି ମୁଖ୍ୟ ପଲିସି ଦରରେ କୌଣସି ପରିବର୍ତ୍ତନ ଆଣି ନ ଥିଲା ।

ଉପଭୋକ୍ତାଙ୍କ ଚ଼ାହିଦା ହାରରେ ପତନ ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥାକୁ ଦେଖି RBI ଭାରତର ଆର୍ଥିକ ଅଭିବୃଦ୍ଧି ହାରର ପୂର୍ବାନୁମାନକୁ ୬.୧% ରୁ କମେଇ ୫% କରିସାରିଛି ।

ସରକାରୀ ତଥ୍ୟ ଅନୁସାରେ ଜୁଲାଇ-ସେପ୍‌ଟେମ୍ବରରେ ଭାରତର ଅର୍ଥନୀତି ଗତ ଛଅ ବର୍ଷରେ ସବୁଠୁ ମାନ୍ଦା ବେଗରେ ବଢ଼ି ବର୍ଷେ ପୂର୍ବର ହାର ୭%ରୁ କମି ୪.୫% ରେ ପହଞ୍ଚିଥିଲା ।

ସାଲଗାଡୋ କହିଛନ୍ତି ଯେ ସରକାରଙ୍କୁ ଆର୍ଥିକ ସଂସ୍କାରକୁ ଗତି ଦେବା ଉଚ଼ିତ । ଆର୍ଥିକ କ୍ଷେତ୍ରର ସ୍ୱାସ୍ଥ୍ୟ ସୁଧାରି ତା’ର ଅର୍ଥନୀତିକୁ କରଜ ଦେବାର କ୍ଷମତାକୁ ସରକାର ବଢ଼ାଇବା ଉଚ଼ିତ ବୋଲି ସେ କହିଛନ୍ତି ।
Published by:Anand Shankar Thankur Das
First published: