IND vs AUS: ପ୍ରଥମ ଇନିଂସରେ ୧୦୦+ ଅଗ୍ରଣୀ ନେବା ପରେ ଭାରତ କେବଳ ଗୋଟିଏ ଥର ହାରିଛି; MCG ରେ କ’ଣ ହେବ?

India vs Australia, 2nd Test: ରେକର୍ଡ ଉପରେ ନଜର ପକାଇଲେ ଜଣାଯାଏ ପ୍ରଥମ ଇନିଂସରେ ୧୦୦ ରୁ ଅଧିକ ରନ୍ ଅଗ୍ରଣୀ ନେବା ପରେ ଭାରତୀୟ କ୍ରିକେଟ୍ ଟିମ୍ କେବଳ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଛି ।

ପ୍ରଥମ ଇନିଂସରେ ୧୦୦+ ଅଗ୍ରଣୀ ନେବା ପରେ ଭାରତ କେବଳ ଗୋଟିଏ ଥର ହାରିଛି

ପ୍ରଥମ ଇନିଂସରେ ୧୦୦+ ଅଗ୍ରଣୀ ନେବା ପରେ ଭାରତ କେବଳ ଗୋଟିଏ ଥର ହାରିଛି

  • Share this:
News18 Odia Digital
ନୂଆ ଦିଲ୍ଲୀ: ଅଜିଙ୍କ୍ୟ ରାହାଣେଙ୍କ ଚମତ୍କାର ଶତକୀୟ ଇନିଂସ ରନ୍ ଆଉଟ୍ ସହ ନିରାଶାଜନକ ସମାପ୍ତ ହେବାପରେ ଅଷ୍ଟ୍ରେଲିଆର ଦଳକୁ ପ୍ରତ୍ୟାବର୍ତ୍ତନ କରିବାରେ ସୁଯୋଗ ମିଳିଥିଲା । ଏହା ସତ୍ତ୍ୱେ ସୋମବାର (୨୮ ଡିସେମ୍ବର) ଦ୍ୱିତୀୟ ଟେଷ୍ଟ କ୍ରିକେଟ୍ ମ୍ୟାଚର (India vs Australia) ତୃତୀୟ ଦିନରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ (MCG) ଭାରତ ୩୨୬ ରନ୍ ସ୍କୋର କରି ୧୩୧ ରନର ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଛି । ଏହାପୂର୍ବରୁ ଆଡିଲେଡରେ ଖେଳାଯାଇଥିବା ଟେଷ୍ଟର ଭାରତ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆଠାରୁ ଅଗ୍ରଣି ହାସଲ କରିଥିଲା । ଏଭଳି ପରିସ୍ଥିତିରେ ଭାରତର ଏହି ଅଗ୍ରଣୀ ଦଳର ବିଜୟ ଆଡକୁ ସୂଚାଉଛି ।

ରେକର୍ଡ ଉପରେ ନଜର ପକାଇଲେ ପ୍ରଥମ ଇନିଂସରେ ୧୦୦ ରୁ ଅଧିକ ରନ୍ ଅଗ୍ରଣୀ ନେବା ପରେ ଭାରତୀୟ କ୍ରିକେଟ୍ ଦଳ କେବଳ ଗୋଟିଏ ଥର ଟେଷ୍ଟ ମ୍ୟାଚ୍ ହାରିଛି । ୨୦୧୫ ରେ ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଇନିଂସରେ ୧୯୨ ରନ୍ ଅଗ୍ରଣୀ ନେବା ପରେ ଭାରତ ୬୩ ରନରେ ପରାସ୍ତ ହୋଇଥିଲା । ଏହା ବ୍ୟତୀତ ସେପରି କୌଣସି ସୁଯୋଗ ଆସିନାହିଁ ଯେତେବେଳେ ଭାରତ ପ୍ରଥମ ଇନିଂସରେ ୧୦୦ ରୁ ଅଧିକ ରନ୍‌ର ଅଗ୍ରଣୀ ହାସଲ କରି ପରାଜୟ ହୋଇଛି ।

ଏହା ସହ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବା ପରେ କେବେବି ଦୁଇଟି ଟେଷ୍ଟ ମ୍ୟାଚ୍ ହାରିନାହିଁ । ଉଭୟ ଆଡିଲେଡ ଓ ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ଅଗ୍ରଣୀ ହାସଲ କରିଛି । ତେବେ ଆଡିଲେଡ୍ ଟେଷ୍ଟର ପ୍ରଥମ ଇନିଂସରେ ୫୩ ରନ୍ ଅଗ୍ରଣୀ ହାସଲ କରିବା ପରେ ଟିମ୍ ଇଣ୍ଡିଆକୁ ୮ ୱିକେଟର ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ କେବେଳ ୩୬ ରନ୍ କରିବାରେ ସମର୍ଥ ହୋଇଥିଲା ।

MCG ରେ ପ୍ରଥମ ଇନିଂସରେ ୧୦୦+ ଅଗ୍ରଣୀ ନେବା ପରେ ବିଜୟ:
ଭାରତ ଅଷ୍ଟ୍ରେଲିଆକୁ ୫୯ ରନରେ ପରାସ୍ତ କରିଥିଲା (୧୯୮୦/୮୧) (ପ୍ରଥମ ଇନିଂସରେ ଅଗ୍ରଣୀ - ୧୮୨)
ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୧୬୯ ରନରେ ପରାସ୍ତ କରିଥିଲା (୧୯୩୧/୩୨) (ପ୍ରଥମ ଇନିଂସରେ ଅଗ୍ରଣୀ- ୧୬୦)
ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୮୯ ରନରେ ପରାସ୍ତ କରିଥିଲା (୧୯୧୦/୧୧) (ପ୍ରଥମ ଇନିଂସରେ ଅଗ୍ରଣୀ- ୧୫୮)
ଅଷ୍ଟ୍ରେଲିଆ ପାକିସ୍ତାନକୁ ୯୨ ରନରେ ପରାସ୍ତ କରିଥିଲା (୧୯୭୨/୭୩) (ପ୍ରଥମ ଇନିଂସରେ ଅଗ୍ରଣୀ - ୧୩୩)

ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ୧୯୫ ରନର ଜବାବରେ ତୃତୀୟ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଭାରତୀୟ ଇନିଂସ ଶେଷ ହୋଇଥିଲା । ଭାରତ ସକାଳେ ପାଞ୍ଚଟି ୱିକେଟ୍ ହରାଇ ୨୭୭ ରନରୁ ନିଜ ଖେଳ ଆରମ୍ଭ କରିଥିଲା ଓ ତୃତୀୟ ଦିନରେ ପ୍ରଥମ ଅଧିବେଶନରେ ମାତ୍ର ୪୯ ରନ୍ ଯୋଡିଥିଲା ​​ଏବଂ ଏହାସହ ବାକି ପାଞ୍ଚଟି ୱିକେଟ୍ ହରାଇଥିଲା । ରାହାଣେ ୧୧୨ ରନ୍ ସଂଗ୍ରହ କରିଥିବାବେଳେ ରବିନ୍ଦ୍ର ଜାଡେଜା ୫୭ ରନ୍ ସଂଗ୍ରହ କରିଛନ୍ତି ଯାହା ଟେଷ୍ଟ କ୍ରିକେଟ୍ ରେ ତାଙ୍କର ୧୫ ତମ ଅର୍ଦ୍ଧଶତକ ଅଟେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଷଷ୍ଠ ୱିକେଟ୍ ପାଇଁ ୧୨୧ ରନ୍ ଭାଗିଦାରୀ କରିଥିଲେ ।

ଅଜିଙ୍କ୍ୟ ରାହାଣେଙ୍କ ଚମତ୍କାର ଇନିଂସ ରନ୍ ଆଉଟ୍ ସହ ଶେଷ ହୋଇଥିଲା । ଏହି ଟେଷ୍ଟ ମ୍ୟାଚରେ ସେ ପ୍ରଥମ ଥର ପାଇଁ ରନ୍ ଆଉଟ୍ ହୋଇଥିଲେ । ସେ ୨୨୩ଟି ବଲ ଖେଳି ୧୨ଟି ଚୌକା ମାରିଥିଲେ । ଯେତେବଳେ ସେ ରନ ଆଉଟ ହୋଇଥିଲେ ସେତେବେଳେ ଜାଡେଜା ଅର୍ଦ୍ଧ ଶତକରୁ ମାତ୍ର ଗୋଟିଏ ରନ୍ ପଛରେ ଥିଲେ । ସେ ସର୍ଟ କଭରରେ ଏକ ସଟ୍ ଖେଳି ଏକ ରନ୍ ପାଇଁ ଦୌଡ଼ିଥିଲେ । କିନ୍ତୁ ଠିକ୍ ସମୟରେ କ୍ରିଜରେ ପହଞ୍ଚି ନ ପାରି ରନ୍ ଆଉଟ୍ ହୋଇଥିଲେ ।
Published by:Jagdish Barik
First published: