ଭାରତର ମହାକାଶ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ; ଲଞ୍ଚ ହେଲା Vikram-S

Vikram-S: ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତିଶ୍ ଧବନ ଲଞ୍ଚ୍ ପ୍ୟାଡରୁ ବିକ୍ରିମ-ଏସ୍‌କୁ ଲଞ୍ଚ କରାଯାଇଛି। ଯଦି ଏହି ମିଶନ ସଫଳ ହୁଏ, ତେବେ ଘରୋଇ ସ୍ପେସ୍ ରକେଟ୍ ଉତକ୍ଷେପଣ ପ୍ରସଙ୍ଗରେ ଭାରତର ନାମ ବିଶ୍ୱର ଏକ ଅଗ୍ରଣୀ ଦେଶ ହୋଇପାରିବ।

ଲଞ୍ଚ ହେଲା Vikram-S ରକେଟ

ଲଞ୍ଚ ହେଲା Vikram-S ରକେଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Vikram-S Launching: ଆଜି ମହାକାଶରେ ଭାରତ ଏକ ନୂଆ ଯୁଗ ଆରମ୍ଭ କରିଛି। ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ISRO) ଦେଶର ପ୍ରଥମ ଘରୋଇ ରକେଟ୍ 'ବିକ୍ରମ-ଏସ୍' ଉତକ୍ଷେପଣ ଲଞ୍ଚ କରିଛି।

ଏହି ରକେଟ୍ (ବିକ୍ରମ-ଏସ୍) ହାଇଦ୍ରାବାଦରେ ଅବସ୍ଥିତ ସ୍କାଇରୋଟ୍ ଏରୋସ୍ପେସ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆଜି ଶୁକ୍ରବାର ଶ୍ରୀହରିକୋଟାସ୍ଥିତ ସତିଶ ଧବନ ସ୍ପେସ୍ ସେଣ୍ଟରରୁ ବିକ୍ରମ-ଏସ୍ ଲଞ୍ଚ କରାଯାଇଛି। ଏହି ମିଶନର ନାମ ଥିଲା 'ପ୍ରାରମ୍ଭ'। ଏହା ଦେଶର ମହାକାଶ ଶିଳ୍ପରେ ଘରୋଇ କ୍ଷେତ୍ରର ପ୍ରବେଶକୁ ନୂଆ ଉଚ୍ଚତା ଦେବ।

ଏହି ରକେଟର ନାମ ଭାରତର ମହାନ ବୈଜ୍ଞାନିକ ତଥା ISROର ପ୍ରତିଷ୍ଠାତା ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ହୋଇଛି। ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (IN-SPACE) ର ଅଧ୍ୟକ୍ଷ ପୱନ ଗୋୟନକା କହିଛନ୍ତି ଯେ ଏହା ଭାରତର ଘରୋଇ କ୍ଷେତ୍ର ପାଇଁ ଏକ ବଡ଼ ସଫଳତା। ପ୍ରଥମ ଭାରତୀୟ କମ୍ପାନୀ ହୋଇଥିବାରୁ ଏହି ରକେଟ୍ ଉତକ୍ଷେପଣ ପାଇଁ ସେ ସ୍କାଇରୁଟ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ସେପଟେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଶ୍ରୀହରିକୋଟା ଠାରୁ 'ସ୍କାଏରୋଟ ଏରୋସ୍ପେସ' ଦ୍ବାରା ବିକଶିତ ହୋଇଥିବା ପ୍ରଥମ ଘରୋଇ ରକେଟ ଉତକ୍ଷେପଣ କରି ଭାରତ ଇତିହାସ ସୃଷ୍ଟି କରୁଛି।

ଭାରତ ପାଇଁ ବଡ ମୁହୂର୍ତ୍ତ

ବିକ୍ରମ-ଏସ୍ ରକେଟ ବର୍ତ୍ତମାନ ଆକାଶରେ ଉଡୁଛି। ବର୍ତ୍ତମାନ ସେହି ଦେଶଗୁଡ଼ିକ ସହିତ ଭାରତର ନାମ ଜଡିତ ହୋଇଛି, ଯାହା ମହାକାଶକୁ ଘରୋଇ କମ୍ପାନୀଗୁଡିକର ରକେଟ୍ ପଠାଉଛନ୍ତି। ସତିଶ ଧବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ପରେ ବିକ୍ରମ-ଏସ ୮୧ କିଲୋମିଟର ଉଚ୍ଚରେ ପହଞ୍ଚିବ। ଏହି ମିଶନରେ ଦୁଇଟି ଘରୋଇ ଏବଂ ଜଣେ ବିଦେଶୀ ଗ୍ରାହକଙ୍କ ତିନୋଟି ପେଲୋଡ୍ ନିଆଯାଉଛି। ଚେନ୍ନାଇ ସ୍ଥିତ ଷ୍ଟାର୍ଟ ଅପ୍ ସ୍ପେସ୍ କିଡଜ୍, ଆନ୍ଧ୍ରପ୍ରଦେଶର ଷ୍ଟାର୍ଟ ଅପ୍ ଏନ-ସ୍ପେସ୍ ଟେକ୍ ଏବଂ ଆର୍ମେନିଆ ଷ୍ଟାର୍ଟ ଅପ୍ ବାଜୁମକ୍ୟୁ ସ୍ପେସ୍ ରିସର୍ଚ୍ଚ ଲ୍ୟାବରୁ ବିକ୍ରମ-ଏସ୍ ତିନୋଟି ପେଲୋଡ୍ ବହନ କରୁଛି।
Published by:Lipina Das
First published: