ଦେଶରେ ମଙ୍କିପକ୍ସ ଭୟ; ପ୍ରଥମ ମଙ୍କିପକ୍ସ ମାମଲା କେରଳରୁ ଚିହ୍ନଟ

ପ୍ରଥମ ମଙ୍କିପକ୍ସ ମାମଲା କେରଳରୁ ଚିହ୍ନଟ

ପ୍ରଥମ ମଙ୍କିପକ୍ସ ମାମଲା କେରଳରୁ ଚିହ୍ନଟ

  • Share this:
News 18 Odia Digital

ନୂଆଦିଲ୍ଲୀ; କେରଳର ଜଣେ ଯୁବକଙ୍କଠାରେ ମଙ୍କିପକ୍ସ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ୩୫ ବର୍ଷର ଯୁବକ ଜଣକ କିଛି ଦିନ ତଳେ ସାଉଦିଆରବରୁ ଫେରିଥିଲେ । ପରେ ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନିୟ ଥିରୁବନନ୍ତପୁରମ ମେଡିକାଲରେ ଚିକିତ୍ସା କରାଯାଉଛି । ଏଥିସହ ତାଙ୍କ ପରିବାର ଏବଂ ପଡ଼ୋଶୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସାଉଦିଆରବରୁ ଯୁବକଙ୍କ ସହ ଆସିଥିବା ବିମାନର ଯାତ୍ରୀଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।

ମଙ୍କିପକ୍ସରେ ପିଡ଼ିତ ଯୁବକ ସାଉଦିଆରବରେ ଜୈନିକ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଯୁବକ ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସେ ମଙ୍କିପକ୍ସରେ ଆକ୍ରାନ୍ତ । କେରଳରେ ପହଞ୍ଚିବା ପରେ ଯୁବକଙ୍କ ସାମ୍ପୁଲ୍ ଟେଷ୍ଟ୍ ପାଇଁ ପୁନେ NIOVକୁ ଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ସ୍ଥାନିୟ ଅଞ୍ଚଳରେ ଭୟ ଖେଳିଯାଇଛି ।

ଯୁବକ ଜଣଙ୍କ ସାମାନ୍ୟ ଭୟବିତ ଥିବାବେଳେ ଡାକ୍ତର ତାଙ୍କୁ ଭୟବିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି । କେରଳ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଭୟ ନକରିବାକୁ ପରାମର୍ଶ ଦେଇଛି । ଆଗକୁ ମଙ୍କିପକ୍ସକୁ ନ ବ୍ୟାପିବା ଦିଗରେ ସମସ୍ତ ସତର୍କତା ଅବଲମ୍ୱନ କରାଯାଉଛି । ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ କାମ କରୁଛି । ବ୍ରିଟେନରେ ସର୍ବାଧିକ ମଙ୍କିପକ୍ସ ମାମଲା ଥିବାବେଳେ ସମଗ୍ର ବିଶ୍ୱର ୨୬ଟି ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇଛି ।
Published by:Soubhagya Mishra
First published: