ଜାତିସଂଘ ସୁରକ୍ଷା ପରିଷଦରେ ଋଷ ବିରୋଧରେ ଭୋଟ ଦେବାକୁ ଏଥର ବି ବାଦ ପଡ଼ିଲା ଭାରତ

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ଓ ଆଲବେନିଆ ଶୁକ୍ରବାର ଦିନ ଏକ ସଂକଳ୍ପ ଉପସ୍ଥାପନ କରି ୟୁକ୍ରେନରେ ବେଆଇନ ଜନମତ ସଂଗ୍ରହ ହିଂସାକୁ ଋଷ ତୁରନ୍ତ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦରେ ଋଷ ବିରୋଧରେ ଭୋଟ ଦେବାକୁ ଏଥର ବି ବାଦ ପଡ଼ିଲା ଭାରତ

ଜାତିସଂଘ ସୁରକ୍ଷା ପରିଷଦରେ ଋଷ ବିରୋଧରେ ଭୋଟ ଦେବାକୁ ଏଥର ବି ବାଦ ପଡ଼ିଲା ଭାରତ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଶୁକ୍ରବାର ଦିନ କହିଥିଲେ ଯେ ୟୁକ୍ରେନରେ ଘଟିଥିବା ଘଟଣା ଯୋଗୁଁ ଭାରତ ଗଭୀର ବିବ୍ରତ ହୋଇଛି ଓ ବିବାଦର ସମାଧାନ ପାଇଁ ଏକମାତ୍ର ଅସ୍ତ୍ର ହେଲା କଥାବାର୍ତ୍ତା। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଋଷ ବିରୋଧରେ ହୋଇଥିବା ଭୋଟରେ ଭାଗ ନ ନେବା ପରେ ଭାରତ ପକ୍ଷରୁ ଏହି ବିବୃତ୍ତି ସାମ୍ନାକୁ ଆସିଛି।

ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ଓ ଆଲବେନିଆ ଶୁକ୍ରବାର ଦିନ ଏକ ସଂକଳ୍ପ ଉପସ୍ଥାପନ କରି ୟୁକ୍ରେନରେ ବେଆଇନ ଜନମତ ସଂଗ୍ରହ ହିଂସାକୁ ଋଷ ତୁରନ୍ତ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ହେଲେ ଋଷ ଏହି ରିଜୋଲ୍ୟୁସନକୁ ଭିଟୋ ଲଗାଇବା ସହ ଏହାକୁ ପାରିତ ହେବାକୁ ଦେଇନଥିଲା। ଭାରତ ବ୍ୟତୀତ ଚୀନ, ଗାବନ ଓ ବ୍ରାଜିଲ ମଧ୍ୟ ଏହି ପ୍ରସ୍ତାବ ସହ ଜଡିତ ଭୋଟିଂରେ ଭାଗ ନେଇ ନାହାଁନ୍ତି।

ବିବାଦର ସମାଧାନ ପାଇଁ କଥାବାର୍ତ୍ତା ହେଉଛି ଏକମାତ୍ର ଉପାୟ

ହିଂସାକୁ ତୁରନ୍ତ ବନ୍ଦ କରିବା ପାଇଁ ସମ୍ପୃକ୍ତ ପକ୍ଷଙ୍କ ଦ୍ବାରା ସମସ୍ତ ଉଦ୍ୟମ କରାଯିବାକୁ ଭାରତୀୟ ପ୍ରତିନିଧୀ କାମ୍ବୋଜ ଅନୁରୋଧ କରିଥିଲେ। କଥାବାର୍ତ୍ତା ବିବାଦର ସମାଧାନ ପାଇଁ ଏକମାତ୍ର ଉପାୟ ବୋଲି ମଧ୍ୟ ଗୁରୁତ୍ୱାରୋପ କରିଥିଲେ।

ୟୁଏନଏସସିରେ ତାଙ୍କ ଭାଷଣରେ ସେ କହିଥିଲେ, “ମତଭେଦ ବିବାଦର ସମାଧାନ ପାଇଁ ସଂଳାପ ହେଉଛି ଏକମାତ୍ର କଥାର୍ତ୍ତା, ଯଦିଓ ଏହା କଷ୍ଟସାଧ୍ୟ ହୋଇପାରେ। ଶାନ୍ତି ପାଇଁ ବାଟ କୂଟନୀତିର ସମସ୍ତ ରାସ୍ତା ଖୋଲା ରଖିବାକୁ ପଡ଼ିବ।’’

ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଉଚ୍ଚ ସ୍ତରୀୟ ସପ୍ତାହରେ ମିଳିତ ଜାତିସଂଘର ସାଧାରଣ ସଭାରେ ଅନୁଷ୍ଠିତ ଇଭେଣ୍ଟରେ ସେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ବିବୃତ୍ତି ଉପରେ ଆଲୋକପାତ କରିଛନ୍ତି।

ସମରକନ୍ଦରେ ଅନୁଷ୍ଠିତ ଏସସିଓ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ପୁଟିନଙ୍କୁ ଦେଇଥିବା ପରାମର୍ଶକୁ ଉଲ୍ଲେଖ କରି ଏହା ଯୁଦ୍ଧର ଯୁଗ ହୋଇପାରିବ ନାହିଁ ବୋଲି କାମ୍ବୋଜ କହିଛନ୍ତି ଯେ ବିବାଦର ସମାଧାନ ପାଇଁ ଭାରତ ଶାନ୍ତି ଆଲୋଚନା ଆରମ୍ଭ କରିବା ପାଇଁ ଆଶାବାଦୀ।
Published by:Lipina Das
First published: