ଶିଞ୍ଜୋ ଆବେଙ୍କ ପୂର୍ବରୁ ଏହି ବିଦେଶୀ ନେତାଙ୍କ ପାଇଁ ଭାରତ ପାଳିଥିଲା ରାଷ୍ଟ୍ରୀୟ ଶୋକ ଦିବସ

ଆବେଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୯ରେ ଜାତୀୟ ଶୋକ ଦିବସ ଘୋଷଣା କରିଛନ୍ତି। ଜାଣନ୍ତୁ କେତେଜଣ ବିଦେଶୀ ନେତାଙ୍କ ମୃତ୍ୟୁକୁ ନେଇ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି।

ଶିଞ୍ଜୋ ଆବେ (ପ୍ରତୀକାତ୍ମକ ଛବି)

ଶିଞ୍ଜୋ ଆବେ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶୁକ୍ରବାର ଦିନ ଜାପାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନିର୍ବାଚନ ପ୍ରଚାର ସମୟରେ ମୃତ୍ୟୁ ଶିଞ୍ଜୋ ଆବେଙ୍କ ମୃତ୍ୟୁକୁ ନେଇ ଏସିଆ ସମେତ ବିଶ୍ୱର ନେତାମାନେ ଗଭୀର ଦୁଃଖ  ପ୍ରକାଶ କରିଛନ୍ତି। ଶିଞ୍ଜୋ ଆବେଙ୍କ ଆକସ୍ମିକ ଦେହାନ୍ତରେ ଗଭୀର ସମବେଦନା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୯ରେ ଜାତୀୟ ଶୋକ ଦିବସ ଘୋଷଣା କରିଛନ୍ତି।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବବାଇଡେନଙ୍କ ସମେତ ଅଷ୍ଟ୍ରେଲିୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମଧ୍ୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ଭାରତରେ ବିଦେଶୀ ନେତାଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରୀୟ ଶୋକ ପାଳନ କରାଯାଇଛି।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଦେହାନ୍ତରେ ଜୁଲାଇ ୯ ଶନିବାର ଦିନ ଭାରତରେ ଏକ ଦିନିଆ ଜାତୀୟ ଶୋକ ପାଳନ କରାଯାଉଛି। ଏହା ପୂର୍ବରୁ, ମେ ୧୪, ୨୦୨୨ ରେ, ସଂଯୁକ୍ତ ଆରବ ଏମିରେଟ୍ସର ଶେଖ ଖଲିଫା ବିନ୍ ଜାଏଦ ଅଲ ନାହିନଙ୍କ ମୃତ୍ୟୁକୁ ନେଇ ଜାତୀୟ ଶୋକ ଦିବସ ପାଳନ କରାଯାଇଥିଲା।

ଭାରତୀୟ ମୂଳର ମରିସ ରାଜନେତା ଅନିରୁଦ୍ଧ ଜଗନ୍ନାଥଙ୍କ ମୃତ୍ୟୁରେ ୫ ଜୁନ୍ ୨୦୨୧ ରେ ଭାରତରେ ଜାତୀୟ ଶୋକ ଘୋଷଣା କରାଯାଇଥିଲା ଓ ସେ ଉଭୟ ପ୍ରଧାନମନ୍ତ୍ରୀ ତଥା ମରିସସର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ, ୧୦ ଜାନୁୟାରୀ ୨୦୨୦ ରେ ଓମାନର ସୁଲତାନ କାବୁସ ବିନ ସୟଦ ଅଲ ସଇଦଙ୍କ ମୃତ୍ୟୁରେ ୧୩ ଜାନୁଆରୀ ୨୦୨୦ ରେ ଭାରତରେ ଜାତୀୟ ଶୋକ ଦିବସ ପାଳନ କରାଯାଇଥିଲା।

୨୦୧୫ ରେ, ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ତିନି ଦଶନ୍ଧି ଧରି ଏହି ପଦବୀରେ ଅବସ୍ଥାପିତ ଥିବା ଲି କୁଆନ୍ ୟେଙ୍କ ମୃତ୍ୟୁରେ ୨୯ ମାର୍ଚ୍ଚ ୨୦୧୫ ରେ ଭାରତରେ ଜାତୀୟ ଶୋକ ଦିବସ ଘୋଷଣା କରାଯାଇଥିଲା। ଲି କୁଆନ୍ ୟେ ୨୩ ମାର୍ଚ୍ଚ ୨୦୧୫ ରେ ମୃତ୍ୟୁ ବରଣ କରିଥିଲେ।

ଏହାପୂର୍ବରୁ ପୋପ୍ ଜନ୍ ପଲ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ଭାରତରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରାଯାଇଥିଲା। ଏହି ତିନି ଦିନିଆ ଜାତୀୟ ଶୋକ ଏପ୍ରିଲ୍ ୨୦୦୫ ରେ ପୋପ୍ ଜନ୍ ପଲ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ହୋଇଥିଲା। ୨ ଏପ୍ରିଲ ୨୦୦୫ ରେ ପୋପ୍ ଜନ୍ ପଲ୍ ଦ୍ୱିତୀୟଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ, ତାଙ୍କର ମୃତ୍ୟୁର ଛଅ ଦିନ ପରେ ୮ ଏପ୍ରିଲ ୨୦୦୫ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

୨୦୧୩ ମସିହାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ନେଲସନ ମଣ୍ଡେଲାଙ୍କ ଡିସେମ୍ବର ୫ ରେ ଦେହାନ୍ତ ହୋଇଥିଲା। ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା। ୧୯୯୦ ମସିହାରେ ନେଲସନ ମଣ୍ଡେଲାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଡକ୍ଟର ନେଲସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ୬ ରୁ ୧୦ ଡିସେମ୍ବର ମଧ୍ୟରେ ଭାରତରେ ପାଞ୍ଚ ଦିନିଆ ରାଜ୍ୟ ଶୋକ ପାଳନ କରାଯାଇଥିଲା।  ଏଥି ସହିତ, ୧୯୮୯ ରେ ଇରାନର ଆୟତୋଲ୍ଲା ଖୋମେନୀଙ୍କ ମୃତ୍ୟୁ ପରେ ଭାରତରେ ଜାତୀୟ ଶୋକ ଘୋଷଣା କରାଯାଇଥିଲା।
Published by:Soumya Das
First published: