News18 Odia Digital
ନୂଆ ଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଗତ କିଛି ମାସ ହେବ ପୂର୍ବ ଲଦ୍ଦାଖରେ (East Ladakh) ତିକ୍ତତା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ସାମରିକ କମାଣ୍ଡର ସ୍ତରର ଅନେକ ଥର ମଧ୍ୟ ବୈଠକ ଅନୁଷ୍ଠିତ ହୋଇସାରିଛି କିନ୍ତୁ ଚୀନ୍ ନିୟନ୍ତ୍ରଣ ଲାଇନରୁ ପଛକୁ ଯିବାକୁ ପ୍ରସ୍ତୁତ ହେବା ଦେଖିବାକୁ ମିଳୁ ନାହିଁ । ଚୀନର (China) ଏହି ଜିଦଖୋର ମନୋଭାବକୁ ଦୃଷ୍ଟିରେ ରଖି ଭାରତ (India) ସୀମା ବିବାଦକୁ ନେଇ ନିଜର ସ୍ଥିତିକୁ ମଜବୁତ କରିବା ଆରମ୍ଭ କରିଛି । ରବିବାର ଦିନ ଲେହଠାରୁ ୨୦୦ କିଲୋମିଟର ଦୂରରେ ଥିବା ପୂର୍ବ ଲଦ୍ଦାଖର ଚୁମାର ଡେମୋକୋକ ଅଞ୍ଚଳରେ ଭାରତୀୟ ସେନା ଟ୍ୟାଙ୍କ ଓ ପଦାତିକ ଯାନ ନିୟୋଜିତ କରିଛି ।
ଭାରତୀୟ ସେନା LAC ରେ ଚୁମାର-ଡେମୋକୋକ ଅଞ୍ଚଳରେ ବିଏମ୍ପି-୨ ପଦାତିକ ଯୁଦ୍ଧ ଯାନ ସହିତ ଟି-୯୦ ଓ ଟି-୭୨ ଟ୍ୟାଙ୍କ ନିୟୋଜିତ କରିଛି । ଏହି ଟ୍ୟାଙ୍କର ଗୁଡ଼ିକର ବିଶେଷ ଗୁଣ ହେଉଛି ଯେ ସେମାନେ ପୂର୍ବ ଲଦ୍ଦାଖରେ ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଶତ୍ରୁ ଉପରେ ଆକ୍ରମଣ କରିପାରିବେ ।
ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଟି-90 ଓ ଟି-୭୨ ଟ୍ୟାଙ୍କର ନିୟୋଜନ ବିଷୟରେ କହିବାକୁ ଯାଇ ମେଜର ଜେନେରାଲ ଅରବିନ୍ଦ କପୁର କହିଛନ୍ତି ୧୪ଟି କର୍ପସ, ଅଗ୍ନିଶମ ଓ ଫାୟାର ଆଣ୍ଡ କ୍ୟୁରି ଭାରତୀୟ ସେନାର ଏକମାତ୍ର ଗଠନ ଅଟେ । ଦୁନିଆର ଏଭଳି କଠୋର ଅଞ୍ଚଳରେ ମେକାନାଇଜଡ୍ ଫୋର୍ସ ମୁତୟନ କରାଯାଇଛି । ଟ୍ୟାଙ୍କ, ପଦାତିକ ଯୁଦ୍ଧ ଯାନ ଓ ଭାରୀ ବନ୍ଧୁକ ରକ୍ଷଣାବେକ୍ଷଣ ଏହି ଅଞ୍ଚଳରେ ଏକ ଆହ୍ୱାନ ପରି । ଚୀନ୍ ସହିତ ଚାଲିଥିବା ଉତ୍ତେଜନାକୁ ବର୍ଣ୍ଣନା କରି ମେଜର ଜେନେରାଲ୍ ଅରବିନ୍ଦ କପୁର କହିଛନ୍ତି ଯେ କ୍ରୁ ଓ ଯନ୍ତ୍ରପାତିର ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ ଉଭୟ ଯବାନ ଓ ମେସିନ୍ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।
ଏହା ବି ପଢ଼ନ୍ତୁ | ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ , ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା
ଏହା ବି ପଢ଼ନ୍ତୁ | IPL: ଧୋନି ପୁଣି ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିଲେନି ; ସେହ ୱ ାଗ କହିଲେ - ‘ମୋଦୀଜୀ ଆପଣ କିଛି ବୁଝାନ୍ତୁ ତାକୁ’
ଟି -୯୦ ଭୀଷ୍ମ ଟ୍ୟାଙ୍କରେ ୩ ପ୍ରକାର ଇନ୍ଧନ ଭରାଯାଇଥାଏ
ପୂର୍ବ ଲଦ୍ଦାଖରେ ଚୁମାର-ଡେମୋକୋକ ଅଞ୍ଚଳରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ନିକଟରେ ଭାରତୀୟ ସେନାର ଟି -୯୦ ଭୀଷ୍ମ ଟ୍ୟାଙ୍କ ନିୟୋଜିତ କରାଯାଇଛି ।
ଆଗାମୀ ସମୟରେ ଏଠାରେ ତାପମାତ୍ରା ମାଇନସ୍ କୁ ଖସିଯାଏ । ଏଭଳି ପରିସ୍ଥିତିରେ ଏହି ଟ୍ୟାଙ୍କରେ ତିନି ପ୍ରକାରର ଇନ୍ଧନ ବ୍ୟବହୃତ କରାଯାଏ ଯାହା ଫଳରେ ଶୀତଦିନେ ଇନ୍ଧନ ଫ୍ରିଜ୍ ହେବାର ଆଶଙ୍କା ନଥାଏ ।
Published by: Jagdish Barik
First published: September 27, 2020, 15:11 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।