India China Faceoff: ଭାରତ LAC ବିବାଦ ଉପରେ ଚୀନ୍‌ର ନୂଆ ବାହାନାକୁ କଲା ପ୍ରତ୍ୟାଖ୍ୟାନ; କହିଲା ତିନୋଟି ବିଶେଷ କାରଣ

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ଦାବି କରିଛନ୍ତି ଯେ ଚୀନ୍ ସୀମାରେ ଭାରତର ଭିତ୍ତିଭୂମି ନିର୍ମାଣ ଓ ସାମରିକ ନିୟୋଜନ ହେଉଛି 'ଟେନସନର ମୂଳ କାରଣ ।'

India China Faceoff: ଭାରତ LAC ବିବାଦ ଉପରେ ଚୀନ୍‌ର ନୂଆ ବାହାନାକୁ କଲା ପ୍ରତ୍ୟାଖ୍ୟାନ; କହିଲା ତିନୋଟି ବିଶେଷ କାରଣ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: October 14, 2020, 12:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଚୀନର (India China Faceoff) ଦେଇଥିବା ସେହି ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି ଯେଉଁଥିରେ କୁହାଯାଉଛି ଯେ ୩,୪୮୮ କିଲୋମିଟର ଲମ୍ବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ସୀମାରେ ଭାରତର ଭିତ୍ତିଭୂମି ନିର୍ମାଣ ଓ ସାମରିକ ନିୟୋଜନ ହେଉଛି ତିକ୍ତତାର 'କାରଣ' । ଭାରତ କହିଛି ଯେ ପିପୁଲ୍ସ ଲିବରେସନ୍ ଆର୍ମି (PLA) ପ୍ରଥମେ ଏ ସବୁ କରିଛି ଓ ସୀମାରେ ପ୍ରଥମେ ସଡକ ଓ ଯୋଗାଯୋଗ ନେଟୱାର୍କର କାର୍ଯ୍ୟ ଚାଲୁ ରଖିଛି ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି 'ପ୍ରଥମ କଥା ହେଉଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ସୋମବାର ଉଦ୍ଘାଟିତ ହୋଇଥିବା ସେତୁ LAC ଠାରୁ ଦୂରରେ ଥିବା ସିଭିଲ୍ ମୁଭମେଣ୍ଟ ଓ ସାମରିକ ଲଜିଷ୍ଟିକ୍ ସୁବିଧା ଯୋଗାଇବ । ଦ୍ୱିତୀୟତ ଚୀନ୍ ବର୍ତ୍ତମାନର ସାମରିକ-କୂଟନୈତିକ କଥାବାର୍ତ୍ତାରେ ଭାରତ ଯେଉଁ ଭିତ୍ତିଭୂମି ନିର୍ମାଣ ପରିବର୍ତ୍ତନ କରୁଛି ତାହା ଚୀନ୍ ଉଠାଇ ନାହିଁ । ତୃତୀୟତ PLA ର ରାସ୍ତା, ବ୍ରିଜ୍, ଅପ୍ଟିକାଲ୍ ଫାଇବର, ସୋଲାର-ହିଟେଡ଼-ହିଟସ ଓ LAC ନିକଟରେ କ୍ଷେପଣାସ୍ତ୍ର ନିୟୋଜନ ବିଷୟରେ କ’ଣ କୁହାଯିବ ? ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଭାରତ କେବଳ ନିଜ ସୀମା ମଧ୍ୟରେ ଭିତ୍ତିଭୂମି ନିର୍ମାଣ କରୁଛି ଓ ଏଥିପାଇଁ ଆମକୁ ଚୀନ୍‌ର ଅନୁମତି ଦରକାର ନାହିଁ ।

ଚୀନ୍ କାହିଁକି ଏତେ ବିବ୍ରତ?
ସାମରିକ କମାଣ୍ଡରଙ୍କ କହିବାନୁସାରେ PLA ଗୋଗ୍ରା-ହଟ୍ ସ୍ପ୍ରିଙ୍ଗ୍ସରେ ଏକାକୀ ଯୋଗାଯୋଗ ପାଇଁ ଅପ୍ଟିକାଲ୍ ଫାଇବର ସ୍ଥାପନ କରିବା ସହିତ ପଙ୍ଗୋଙ୍ଗ୍ ସୋର ଉତ୍ତର ପାର୍ଶ୍ୱରେ ସୌର ଉତ୍ତାପ କଣ୍ଟେନର ସ୍ଥାପନ କରିଛି । ଏହା ସହିତ ସେଠାରେ ଏକ ହସ୍ପିଟାଲ ନିର୍ମାଣ କରାଯାଇଛି ଯାହାଦ୍ୱାରା ଯଦି ସେମାନଙ୍କର କୌଣସି ସୈନିକ କିଛି ଅସୁବିଧା ହେଲେ ସେମାନେ ସାହାଯ୍ୟ କରି ପରିବେ ।

ଚୀନ୍ ବ୍ୟାପାର ବିଶେଷଜ୍ଞମାନେ କହିଛନ୍ତି ଯେ ଲଦ୍ଦାଖରେ ଭାରତୀୟ ଭିତ୍ତିଭୂମି ବୃଦ୍ଧି ପାଇଁ PLA ଚିନ୍ତିତ କାରଣ ଏହା ପାକିସ୍ତାନର ବିଲିୟନ ଡଲାରର ପାକିସ୍ତାନ ଇକୋନୋମିକ୍ କରିଡର ଅର୍ଥାତ CPEC ଏକ ସାମରିକ ବିପଦ ସୃଷ୍ଟି କରିପାରେ । ଯାହା ଖୁଞ୍ଜର ଦ୍ୱାର ଓ ପାକିସ୍ଥାନ ଦେଇ ଗତି କରେ ।

ଜଣାପଡିଛି ଯେ ଚୀନର CPEC କୁ ନେଇ ସହଯୋଗୀ ପାକିସ୍ତାନକୁ ନିଜର ଚିନ୍ତା ବିଷୟରେ କହିଛି ଜେ ଭାରତ ବେଜିଂ ସହିତ ପରିବେଶଗତ କେନ୍ଦ୍ରୀୟ ଗିଲ୍ଗିଟ୍-ବାଲ୍ଟିସ୍ତାନ ଅଞ୍ଚଳରେ ଓ POK ରେ ଚାଲିଥିବା କାର୍ଯ୍ୟକୁ ଦୃଢ଼ ବିରୋଧ କରିଛି । ଏହା ସତ୍ୟ ଯେ LAC ଉପରେ ଭାରତୀୟ ସେନାର ବିଦ୍ୟମାନ ସାମର୍ଥ୍ୟ ମଧ୍ୟ ପୂର୍ବ ଲଦ୍ଦାଖରେ ୧୯୫୯ କାର୍ଟୋଗ୍ରାଫିକ୍ ଦାବି ଲାଇନ୍ ଦାବି କରିବାକୁ PLA କୁ ପ୍ରତିରୋଧ କରୁଛି ।
Published by: Jagdish Barik
First published: October 14, 2020, 12:40 PM IST
corona virus btn
corona virus btn
Loading