ଚଳିତଥର ହେବନାହିଁ ପିଆଜ ସଂକଟ ; ଉତ୍ପାଦନ ବଢ଼ାଇଲା ଦେଶ

ଚଳିତଥର ହେବନାହିଁ ପିଆଜ ସଂକଟ ; ଉତ୍ପାଦନ ବଢ଼ାଇଲା ଦେଶ

ଚଳିତଥର ହେବନାହିଁ ପିଆଜ ସଂକଟ ; ଉତ୍ପାଦନ ବଢ଼ାଇଲା ଦେଶ

  • Share this:
News18 Odia Digital

ନୂଆଦିଲ୍ଲୀ; ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ପିଆଜର ମୂଲ୍ୟ ଆକାଶ ଛୁଆଁ ହୋଇଯାଇଥାଏ । ଫଳରେ ଗରିବ ଲୋକଙ୍କ ପଖାଳ କଂସା ପାଖରେ ଦେଖିବାକୁ ମିଳେନି ପିଆଜ । ସାଧାରଣ ବର୍ଗର ଲୋକେ ବି ପିଆଜ ଦର ବୃଦ୍ଧି ପାଇଁ ହତସନ୍ତ ହୁଅନ୍ତି । ଦର କମ ପାଇଁ ବିରୋଧୀ ରାଜନୈତିକ ଦଳ ସ୍ୱର ବି ଉଠାନ୍ତି । କିନ୍ତୁ ଚଳିତ ବର୍ଷ ଦେଶରେ ଏପରି ସମସ୍ୟା ଉପଜିବ ନାହିଁ ବୋଲି ଆଶା କରାଯାଉଛି । କାରଣ ଦେଶରେ ଏଥର ପିଆଜ ଉତ୍ପାଦନ ବଢ଼ିଛି ।

ଚଳିତ ବର୍ଷ ଭାରତ ସରକାର ୨.୫ଲକ୍ଷ ଟନ୍ ପିଆଜ ଚାଷୀଙ୍କଠାରୁ ସଂଗ୍ରହ କରିଛନ୍ତି । ଯାହାକି ପୂର୍ବ ରେକର୍ଡ ତୁଳନାରେ ଢେର ଅଧିକ । ପୂର୍ବବର୍ଷ ୨ଲକ୍ଷ ଟନ୍ ପିଆଜ ଉତ୍ପାଦନ ହୋଇଥିବା ବେଳେ ଚଳିତ ବର୍ଷ ୦.୫୦ ଲକ୍ଷ ବୃଦ୍ଧି ହୋଇ ପୂର୍ବ ଉତ୍ପାଦନର ରେକର୍ଡ ଭାଙ୍ଗିଛି । ରାଜ୍ୟ ଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ ମହାରାଷ୍ଟ୍ର, ଗୁଜୁରାଟ ଏବଂ ଅନ୍ୟ କିଛି ଅଞ୍ଚଳର ଚାଷୀଙ୍କଠୁ କେନ୍ଦ୍ର ସରକାର ପିଆଜ କିଣିଛନ୍ତି ।

ଆସନ୍ତା ମାସରୁ ବର୍ଷ ଶେଷ ପର୍ଯ୍ୟନ୍ତ ଦେଶରେ ପିଆଜ ଉତ୍ପାଦନ କମ ରହିବ । ତେଣୁ ଉକ୍ତ ସମୟରେ ପିଆଜ ଆବଶ୍ୟକତାକୁ ଭରଣ କରିବା ପାଇଁ ସରକାର ଯଥେଷ୍ଟ ପଦକ୍ଷପ ନେଇଥିବା ସୂଚନା ମିଳିଛି । ଶୀତଳ ଭଣ୍ଡାରରେ ଗଚ୍ଛିତ ହେଇଥିବା ପିଆଜକୁ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ଉଚିତ ଦରରେ ଯୋଗାଇବେ । ଫଳରେ ଖାଉଟି ସାମାନ୍ୟ ଆସ୍ୱସ୍ତି ପାଇବେ । ଏଥିସହ ଚାଷୀଙ୍କ ଉପରେ ମଧ୍ୟ ସରକାର ଧ୍ୟାନ ଦେଇଛନ୍ତି । ପିଆଜ ଅମଳ କରିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷପ ନିଆଯାଉଛି । ଚାଷୀଙ୍କ କ୍ଷତିକୁ ଭରଣ କରିବାକୁ ମଧ୍ୟ ସରକାର ସହାୟତା ଦେବେ । ଚାଷରେ ବିଭିନ୍ନ ଜ୍ଞାନକୌଶଳ ବ୍ୟବହାର କରାଯାଇ ପିଆଜ ଉତ୍ପାଦନକୁ ଆହୁରି ବୃଦ୍ଧି କରିବାକୁ ସରକାର ଲକ୍ଷ ରଖିଛନ୍ତି ।
Published by:Soubhagya Mishra
First published: