World Test Championship: ଟିମ୍ ଇଣ୍ଡିଆ ସାମ୍ନାରେ ବଡ ସମସ୍ୟା; ଇଂଲଣ୍ଡ କୌଣସି କୋହଳ ଦେଲାନାହିଁ

ଭାରତ ରେଡ୍ ଲିଷ୍ଟରେ ରହିବା ପରେ ମଧ୍ୟ ଇଂଲଣ୍ଡ ସରକାର ଟିମ୍ ଇଣ୍ଡିଆକୁ (Team India) ନିଜ ଦେଶକୁ ଆସିବାକୁ ଅନୁମତି ଦେଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର (World Test Championship) ଫାଇନାଲ ବ୍ୟତୀତ ଦଳକୁ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ମଧ୍ୟ ଖେଳିବାକୁ ପଡିବ ।

ଟିମ୍ ଇଣ୍ଡିଆ ସାମ୍ନାରେ ବଡ ସମସ୍ୟା!

ଟିମ୍ ଇଣ୍ଡିଆ ସାମ୍ନାରେ ବଡ ସମସ୍ୟା!

  • Share this:
News18 Odia Digital
ନୂଆ ଦିଲ୍ଲୀ: ଇଂଲଣ୍ଡ ସରକାର ଉଭୟ ଭାରତ ଓ ପାକିସ୍ତାନର ଖେଳାଳିଙ୍କୁ ନିଜ ଦେଶରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି । ଏଥି ସହିତ ଇଂଲଣ୍ଡ କରୋନା କାରଣରୁ ଉଭୟ ଦେଶ ରେଡ ଲିଷ୍ଟରେ ରଖିଛି କିନ୍ତୁ ଖେଳାଳିଙ୍କୁ ବାରଣ କରାଯାଇ ନାହିଁ । ଖେଳାଳିମାନେ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇପାରିବେ ନାହିଁ । ଟିମ୍ ଇଣ୍ଡିଆ ଆସନ୍ତା ମାସରେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର (World Test Championship) ଫାଇନାଲ୍ ଖେଳିବାକୁ ଯାଉଛି । ଏହା ବ୍ୟତୀତ ଦଳକୁ ଆୟୋଜକ ଦେଶରୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ ।

ଇଭନିଂ ଷ୍ଟାଣ୍ଡାର୍ଡର (Evening Standard) ଖବର ଅନୁଯାୟୀ ଖେଳାଳିଙ୍କୁ ମଧ୍ୟ ସରକାରୀ କ୍ଵାରେଣ୍ଟିନ ସେଣ୍ଟରରେ ରହିବାକୁ ପଡ଼ିବ ନାହିଁ । ସେମାନେ ସାଉଥମ୍ପଟନ୍ ନିକଟସ୍ଥ ଆଶେସ୍ ବାଉଲରେ ଅଟକି ରହିବେ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ୧୮ ଜୁନ୍ ଠାରୁ ସାଉଥମ୍ପଟନରେ ଖେଳାଯିବ । ଏହା ବ୍ୟତୀତ ଭାରତୀୟ ମହିଳା ଦଳକୁ ଆସନ୍ତା ମାସରେ ଇଂଲଣ୍ଡ ଯିବାକୁ ପଡିବ । ମହିଳା ଦଳ ସେଠାରେ ଗୋଟିଏ ଟେଷ୍ଟ, ତିନୋଟି ଦିନିକିଆ ଓ ତିନୋଟି ଟି -୨୦ ମ୍ୟାଚ୍ ଖେଳିବେ ।

ପରିବାରକୁ ମିଳିନାହିଁ କୌଣସି ଅନୁମତି
ତେବେ ରେଡ୍ ତାଲିକାଭୁକ୍ତ ଦେଶରୁ ଆସୁଥିବା ଖେଳାଳିଙ୍କ ପାଇଁ କ୍ଵାରେଣ୍ଟିନ ନିୟମ ଅଧିକ କଠୋର ହେବ । ସବୁଜ ତାଲିକାରେ ନ୍ୟୁଜିଲ୍ୟାଣ୍ଡ ଅଛି ଓ ତାଙ୍କ ଦଳ ଇଂଲଣ୍ଡରେ ପହଞ୍ଚି ସାରିଛି । ତେବେ ଇଂଲଣ୍ଡ ସରକାରଙ୍କ ଏହି ଛାଡ କେବଳ ଖେଳାଳି ଓ ସହାୟକ କର୍ମଚାରୀଙ୍କ ପାଇଁ ଅଟେ । ପରିବାର ସଦସ୍ୟଙ୍କୁ ରିହାତି ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ବାର୍ତ୍ତାଳାପ ଚାଲିଛି । ଟିମ୍ ଇଣ୍ଡିଆକୁ ପ୍ରାୟ ୪ ମାସ ଇଂଲଣ୍ଡରେ ରହିବାକୁ ପଡିବ ଓ ଅନେକ ଖେଳାଳି ସେମାନଙ୍କ ସହିତ ନିଜ ପରିବାରକୁ ନେବାକୁ ଚାହୁଁଛନ୍ତି ।

ଦି ହଣ୍ଡ୍ରେଡ଼କୁ ନେଇ ମିଳିନାହିଁ କୌଣସି ସୁବିଧା
ରିପୋର୍ଟ ଅନୁଯାୟୀ ଏହି ରିହାତି କେବଳ ଅନ୍ତର୍ଜାତୀୟ ମ୍ୟାଚ୍ ପାଇଁ ଦିଆଯାଇଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ତରଫରୁ ଜୁଲାଇରେ ଦି ହଣ୍ଡ୍ରେଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଏପର୍ଯ୍ୟନ୍ତ କୌଣସି କୋହଳ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ଏହି ଟୁର୍ନାମେଣ୍ଟରେ ଖେଳିବାକୁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କ ବିଷୟରେ କୌଣସି ସ୍ପଷ୍ଟତା ନାହିଁ । ଏହା ବ୍ୟତୀତ ଅନ୍ୟାନ୍ୟ ଦେଶର ଖେଳାଳିମାନେ ମଧ୍ୟ ଏଥିରେ ପ୍ରବେଶ କରିବେ । ଭାରତର ପାଞ୍ଚ ଖେଳାଳି ମଧ୍ୟ ମହିଳା ବର୍ଗରେ ଓହ୍ଲାଉଛନ୍ତି । ତାଙ୍କ ଖେଳିବା ଉପରେ ମଧ୍ୟ ସନ୍ଦେହ ଅଛି ।
Published by:Jagdish Barik
First published: