ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମୁକାବିଲା ହେବ ଦୁବାଇରେ ହେବାକୁ ଥିବା ଏସିଆନ୍‌ କପ୍‌ରେ

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବ କପ୍ ପୂର୍ବରୁ ଏସିସି ଦ୍ବାରା ଆୟୋଜିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ହେବାର ଥିଲା । କିନ୍ତୁ ଭାରତ ସେଠାରେ ଖେଳିବାକୁ ମନା କରିଦେଇଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମୁକାବିଲା ହେବ ଦୁବାଇରେ ହେବାକୁ ଥିବା ଏସିଆନ୍‌ କପ୍‌ରେ
ପାକିସ୍ତାନ ବିରୁଦ୍ଧରେ ଜୁନ୍‌ ୨୦୧୯ରେ ଏକ ମ୍ୟା‌ଚ୍‌ରେ ବିରାଟ କୋହଲି (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 29, 2020, 1:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ଅନେକ ଦିନ ପରେ ଭାରତ ଓ ପାକିସ୍ତାନକ କ୍ରିକେଟ ଟିମ୍‌ ମୁହାଁମୁହିଁ ହେବେ ଆଉ କ୍ରିକେଟପ୍ରେମୀଙ୍କୁ ଦେଖିବାକୁ ମିଳିବ କିଛି ଚ଼ିତ୍ତାକର୍ଷକ ଖେଳ । ଏହି ଦୁଇ ପଡ଼ୋଶୀ ଦୁବାଇରେ ଆୟୋଜିତ ହେବାକୁ ଥିବା ଏସିଆ କପ ଟୁର୍ଣ୍ଣାମେଣ୍ଟରେ ଖେଳିବେ ବୋଲି ବି.ସି.ସି.ଆଇ.ର ସଭାପତି ସୌରଭ ଗାଙ୍ଗଲୀ କହିଛନ୍ତି ।

‘‘ଏସିଆ କପ ଦୁବାଇରେ ଆୟୋଜିତ କରାଯିବ, ଆଉ ସେଥିରେ ଭାରତ ଓ ପାକିସ୍ତାନ ଉଭୟ ଖେଳିବେ,’’ କହିଛନ୍ତି ଭାରତର ସଫଳତମ କ୍ରିକେଟ ଅଧିନାୟକମାନଙ୍କ ମଧ୍ୟରୁ ଅନ୍ୟତମ ଥିବା ଗାଙ୍ଗୁଲି । ସେ ମାର୍ଚ୍ଚ ୩ରେ ଦୁବାଇରେ ହେବାକୁ ଥିବା ଏସୀୟ କ୍ରିକେଟ୍ ପରିଷଦ (ଏ.ସି.ସି.)ର ବୈଠକ ପାଇଁ କୋଲକାତାରୁ ଯିବା ପୂର୍ବରୁ ଇଡେନ୍‌ ଗାର୍ଡେନରେ ସାମ୍ବାଦିକଙ୍କୁ ଏ କଥା କହିଛନ୍ତି ।

ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ବ କପ୍‌ ପୂର୍ବରୁ ଏସୀୟ କ୍ରିକେଟ ପରିଷଦ ଦ୍ବାରା ଆୟୋଜିତ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ  ପାକିସ୍ତାନରେ ହେବାର ଥିଲା । କିନ୍ତୁ ଭାରତ ସେଠାରେ ଖେଳିବାକୁ ମନା କରିଦେଇଥିଲା ।

୨୦୧୨-୧୩ ପର ଠାରୁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ଖେଳି ନାହାଁନ୍ତି । ୨୦୧୨-୧୩ରେ ପାକିସ୍ତାନ ଏକ ସୀମିତ ଓଭର ସିରିଜ୍ ପାଇଁ ଭାରତ ଆସିଥିଲା । ଦୁଇ ଦେଶ ମଧ୍ୟରେ ଚ଼ାଲିଥିବା ରାଜନୈତିକ ତିକ୍ତତା ଯୋଗୁଁ ଭାରତ ଓ ପାକିସ୍ତାନ ୨୦୧୩ ମସିହା ଠାରୁ କେବଳ କେତେକ ପ୍ରମୁଖ ଆଇସିସି ପ୍ରତିଯୋଗିତାରେ ହିଁ ପରସ୍ପରକୁ ସାମନା କରିଛନ୍ତି।

ବି.ସି.ସି.ଆଇ. ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି


ଭାରତୀୟ ଦଳର ପୂର୍ବତନ କ୍ୟାପ୍ଟେନ ସୌରଭ ଗାଙ୍ଗୁଲି ଚ଼ଳିତ ଟି-20 ମହିଳା ବିଶ୍ବ କପରେ ନ୍ୟୁଜିଲାଣ୍ଡକୁ ହରାଇ ସେମିଫାଇନାଲ ଆଡ଼କୁ ବଢ଼ୁଥିବାରୁ ଭାରତୀୟ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ ଜଣାଇଥିଲେ ।

‘‘ସେମାନେ କିଛି ଚମତ୍କାର କ୍ରିକେଟ୍ ଖେଳୁଛନ୍ତି, ଆଉ କ୍ୱାଲିଫାଇ କରିଛନ୍ତି। ବିଶ୍ୱ ଟୁର୍ନାମେଣ୍ଟରେ କେହି ଫେବୋରାଇଟ୍‌ ଥାଆନ୍ତି ନାହିଁ। ସେମାନେ ଏକ ଭଲ ଟିମ୍‌, ଦେଖିବା ସେମାନେ କେଉଁଠି ଶେଷ ପହଞ୍ଚୁଛନ୍ତି,’’ କ୍ରମାଗତ ତିନିଟି ମ୍ୟାଚ୍ ଜିତିଥିବା ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ ବିଷୟରେ କହିଛନ୍ତି ଗାଙ୍ଗୁଲି ।

ବିରାଟ କୋହଲିଙ୍କ ଦଳକୁ ସମର୍ଥନ କରି ଗାଙ୍ଗୁଲି କହିଛନ୍ତି ଯେ ବେସିନ ରିଭର୍ସରେ ମିଳିଥିବା ନିରାଶାରୁ ଉପରକୁ ଉଠି ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ସମତୁଲ କରିପାରିବ ବୋଲି ଆଶଆ ରଖିଛନ୍ତି । ‘‘ସେମାନେ ପୂର୍ବରୁ ବି ଏମିତି ନିରାଶାରୁ ଉପରକୁ ଉଠିଛନ୍ତି। ମୁଁ ନିଶ୍ଚିତ ଯେ ସେମାନେ ପୁନର୍ବାର ବାଉନ୍ସ କରିବେ। ତଥାପି ଗୋଟିଏ ପରୀକ୍ଷା ବାକି ଅଛି,’’ ଗାଙ୍ଗୁଲି କହିଛନ୍ତି ।
First published: February 29, 2020, 1:15 PM IST
corona virus btn
corona virus btn
Loading