ଟ୍ରମ୍ପଙ୍କ ଉପସ୍ଥିତିରେ ଆମେରିକା ସହ ସ୍ବାକ୍ଷରିତ ହେଲା ୩୦୦ କୋଟି ଡଲାରର ପ୍ରତିରକ୍ଷା ଚ଼ୁକ୍ତି

ଏହି ଚୁକ୍ତି ଅନୁସାରେ ଆମେରିକାରୁ ଭାରତକୁ ଆପାଚ଼େ ଓ MH-60 ରୋମିଓ ହେଲିକପ୍ଟର ମିଳିବ । ଏହି ସବୁ ଅତ୍ୟାଧୁନିକ ହେଲିକପ୍ଟର୍ ଭାରତର ପ୍ରତିରକ୍ଷା ଦକ୍ଷତାକୁ ଆହୁରି ବୃଦ୍ଧି କରିବ ବୋଲି କହିଛନ୍ତି ଡୋନାଲ୍‌ଡ ଟ୍ରମ୍ପ । ଶକ୍ତି, ସ୍ବାସ୍ଥ୍ୟ ଓ ମେଡିକାଲ ଉତ୍ପାଦ କ୍ଷେତ୍ରରେ ମଧ୍ୟ କେତେକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ଦ୍ୱିପାକ୍ଷିକ ବାର୍ତ୍ତାଳାପ ପରେ ମୋଦି ଓ ଟ୍ରମ୍ପ୍‌

ଦ୍ୱିପାକ୍ଷିକ ବାର୍ତ୍ତାଳାପ ପରେ ମୋଦି ଓ ଟ୍ରମ୍ପ୍‌

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆମେରିକା ସହ ଭାରତର ଆଜି ୩୦୦ କୋଟି ଡଲାରର ପ୍ରତିରକ୍ଷା ବୁଝାମଣା (ଡିଫେନ୍ସ ଡିଲ୍) ସ୍ବାକ୍ଷରିତ ହୋଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ନୂଆ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ହେବା ସହ ଶକ୍ତି, ସ୍ବାସ୍ଥ୍ୟ ଓ ମେଡିକାଲ ଉତ୍ପାଦ କ୍ଷେତ୍ରରେ ମଧ୍ୟ ଅନ୍ୟ କେତେକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

ପ୍ରତିରକ୍ଷା ଚୁକ୍ତି ଅନୁସାରେ ଆମେରିକାରୁ ଭାରତକୁ ଆପାଚ଼େ ଓ MH-60 ରୋମିଓ ହେଲିକପ୍ଟର ମିଳିବ । ଏହି ସବୁ ଅତ୍ୟାଧୁନିକ ହେଲିକପ୍ଟର୍‌ ଭାରତର ପ୍ରତିରକ୍ଷା ଦକ୍ଷତାକୁ ଆହୁରି ବୃଦ୍ଧି କରିବ ବୋଲି କହିଛନ୍ତି  ଡୋନାଲ୍‌ଡ ଟ୍ରମ୍ପ । ଏହା ସହ ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ତିନିଟି ବୁଝାମଣା ପତ୍ର ଅନୁସାରେ ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ସହମତ ହୋଇଛନ୍ତି ଦୁଇ ଦେଶ । ଗତ ଚ଼ାରି ବର୍ଷ ମଧ୍ୟରେ ଦୁଇ ଦେଶଙ୍କ ମଧ୍ୟରେ ଶକ୍ତି କ୍ଷେତ୍ରରେ ବ୍ୟବସାୟ ୨୦ ବିଲିୟନ ଡଲାରରେ ପହଞ୍ଚିଥିବା ଜଣାପଡ଼ିଛି ।

ଇସ୍‌ଲାମୀୟ ଆତଙ୍କବାଦ ବିରୁଦ୍ଧରେ ମିଳିତ ଭାବେ ଲଢ଼ିବା ପାଇଁ ଭାରତ ଓ ଆମେରିକା ସଂକଳ୍ପବଦ୍ଧ ବୋଲି କହିଛନ୍ତି ଟ୍ରମ୍ପ ।  ଏହା ସହ ସୁରକ୍ଷିତ 5G ନେଟୱର୍କ ଆପଣାଇବା ନେଇ ଆଲୋଚନା ମଧ୍ୟ ହୋଇଛି ବୋଲି ଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ମିଳିତ ବିବୃତିରେ କହିଛନ୍ତି ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି ଯେ ଗୁଜରାଟରେ ତାଙ୍କୁ ଓ ତାଙ୍କ ପରିବାରକୁ ମିଳିଥିବା ଆତିଥ୍ୟ ସଦା ସ୍ମରଣୀୟ ହୋଇ ରହିବ । ସେହି ପରି ମୋଦି କହିଛନ୍ତି ଯେ ଭାରତ-ଆମେରିକା ସମ୍ପର୍କ କେବଳ ଦୁଇ ସରକାରଙ୍କ ମଧ୍ୟରେ ସମ୍ପର୍କ ନୁହେଁ, ଏହା ଲୋକଙ୍କ ଦ୍ବାରା ଓ ଲୋକକୈନ୍ଦ୍ରିକ ସମ୍ପର୍କ । ମୋଦି କହିଛନ୍ତି ଦ୍ବିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହୋଇଛି ।

ଅକ୍ଷୟ ଓ ଆଣବିକ ଶକ୍ତି କ୍ଷେତ୍ରରେ ମଧ୍ୟ ଆମେରିକା ସହ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥଇବା କହିଛନ୍ତି ମୋଦି ।  ଆତଙ୍କବାଦର ସମର୍ଥନକାରୀଙ୍କୁ ଦମନ କରିବା ପାଇଁ ଉଭୟ ଦେଶ ପ୍ରୟାସ କରିବେ ବୋଲି କହିଛନ୍ତି ମୋଦି ।  ଟ୍ରମ୍ପଙ୍କ ଏହି ଗସ୍ତ ଭାରତ-ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
Published by:Anand Shankar Thankur Das
First published: