ସମଗ୍ର ବିଶ୍ୱରେ ତମାଖୁ ଜନିତ ମୃତ୍ୟୁର ୭୦ ପ୍ରତିଶତ କେବଳ ଭାରତରେ ହେଉଛି: ରିପୋର୍ଟ

ଧୂମପାନ ଓ ତମାଖୁ ସେବନ ହେତୁ ହେଉଥିବା ମୁଖ କର୍କଟ, ଟ୍ରାକିଆ ଓ ଖାଦ୍ୟ ନଳୀରେ କର୍କଟ ରୋଗରେ ୨୦୧୭ ମସିହାରେ ୯୦ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଛନ୍ତି। ଏହା ବ୍ୟତୀତ ୨,୫୮,୦୦୦ ଲୋକ ହୃଦଘାତ ହେତୁ ବି ପ୍ରାଣ ହରାଇଛନ୍ତି ।

ସମଗ୍ର ବିଶ୍ୱରେ ତମାଖୁ ଜନିତ ମୃତ୍ୟୁର ୭୦ ପ୍ରତିଶତ କେବଳ ଭାରତରେ ହେଉଛି: ରିପୋର୍ଟ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: August 15, 2020, 12:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଧୂମପାନ ଓ ତମାଖୁ ସେବନ ହେତୁ ସାରା ବିଶ୍ୱରେ ମୃତ୍ୟୁ ସଂଖ୍ୟା ତିନି ଗୁଣ ବୃଦ୍ଧି ପାଇ ପ୍ରାୟ ତିନି ଲକ୍ଷ ପଚାଶ ହଜାରରେ ପହଞ୍ଚିଛି । ଏହି ତଥ୍ୟ ଏକ ଗବେଷଣାରୁ ପ୍ରକାଶ ପାଇଛି । ଏହି ଗବେଷଣା ଅନୁଯାୟୀ ବିଶ୍ୱରେ ଧୂମପାନ ଓ ତମାଖୁ ସେବନ ଜନିତ ରୋଗ କେବଳ ଭାରତରେ ୭୦ ପ୍ରତିଶତ ରହିଛି । ଏହି ଗବେଷଣାରେ ବ୍ରିଟେନର ୟୋର୍କ ୟୁନିଭରସିଟି (York University) ଗବେଷଣାକାରୀଙ୍କ ସହ ଅନ୍ୟ ବୈଜ୍ଞାନିକ ମାନେ ମଧ୍ୟ ସାମିଲ ହୋଇଥିଲେ । ଗବେଷଣାକାରୀ ମାନେ କହିଛନ୍ତି ଯେ ଏହି ଗବେଷଣା ଏପରି ଏକ ସମୟରେ ହୋଇଛି ଯେଉଁ ସମୟରେ ସାଧାରଣତଃ ତମାଖୁ ଚୋବାଇବା ଓ ଛେପ ପକାଇବା ଅଭ୍ୟାସ ହେତୁ କରୋନା ଭୂତାଣୁ ବିସ୍ତାର ହେବାର ଆଶଙ୍କା ରହିଥାଏ ।

ବିଏମସି ମେଡିସିନ (BMC Medicine) ନାମକ ପତ୍ରିକାର ଏକ ଗବେଷଣାରେ ସରକାର ଓ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ତମାଖୁ ଜଡ଼ିତ ଧୂମ୍ରପାନର ଉତ୍ପାଦନ ଓ ବିକ୍ରୟ ଯାଞ୍ଚ କରିବାକୁ କୁହାଯାଇଛି ଯେ ସେମାନେ ତମାଖୁସହ ଜଡ଼ିତ ଧୂମ୍ରପାନର ଉତ୍ପାଦନରେ ଅଙ୍କୁଶ ଲଗାନ୍ତୁ । ବୈଜ୍ଞାନିକଙ୍କ ଅନୁସରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ନିଷେଧାଦେଶ ଧୂମ୍ରପାନ ସେବନ ହ୍ରାସ କରିବ ଓ କୋଭିଡ -୧୯ ର ପ୍ରସାର ହ୍ରାସ ହୋଇପାରିବ।

ଏହା ବି ପଢ଼ନ୍ତୁ | ଭାରତୀୟଙ୍କ ପ୍ରବେଶ ଉପରେ ନେପାଳର ଓଲି ସରକାର ନୂଆ ନିୟମ କଲେ; ତିକ୍ତ ହୋଇପାରେ ସମ୍ପର୍କ

ଏହା ବି ପଢ଼ନ୍ତୁ | HONOR 9S: ମାତ୍ର ୭ ହଜାର ଟଙ୍କାରୁ ବି କମ୍‌ ବଜେଟରେ ମିଳୁଥିବା ଚମତ୍କାର ସ୍ମାର୍ଟଫୋନ୍!

ୟର୍କ ୟୁନିଭରସିଟିର କାମ୍ରାନ୍ ସିଦ୍ଦିକି କହିଛନ୍ତି ଯେ ''ଏହି ଅଧ୍ୟୟନ ଏପରି ଏକ ସମୟରେ ଆସିଛି ଯେତେବେଳେ କୋଭିଡ -୧୯ ଆମ ଜୀବନର ସମସ୍ତ ଦିଗ ଉପରେ ପ୍ରଭାବ ପକାଉଛି । ତମାଖୁ ଚୋବାଇବା ଦ୍ୱାରା ଅଧିକ ଲାଳ ସୃଷ୍ଟି ହୁଏ ଓ ଏହାଦ୍ୱାର ଛେପ ସୃଷ୍ଟି ହୋଇଥାଏ, ଯାହା ଭୁତାଣୁ ବିସ୍ତାର କରିଥାଏ ଯାହା ବିପଦ ଅଟେ। ଗବେଷଣାରେ କୁହାଯାଇଛି ଯେ କେବଳ ୨୦୧୭ ମସିହାରେ ନବେ ହଜାରରୁ ଅଧିକ ଲୋକ ଧୂମ୍ରପାନ ସେବନ ହେତୁ ପାଟି, ଟ୍ରାକିଆ ଓ ଖାଦ୍ୟ ନଳୀରେ କର୍କଟ ରୋଗ ହେବା କାରଣରୁ ମୃତ୍ୟୁ ବରଣ କରିଥିଲେ । ଏଥିସହ ୨,୫୮,୦୦୦ ଲୋକ ହୃଦଘାତ ହେତୁ ପ୍ରାଣ ହରାଇଛନ୍ତି।''



ସିଦ୍ଦିକି କହିଛନ୍ତି ଯେ ସାରା ବିଶ୍ୱରେ ଧୂମ୍ରପାନ ସେବନ କାରଣରୁ ହେଉଥିବା ରୋଗ କେବଳ ଭାରତରୁ ୭୦ ପ୍ରତିଶତ ଦେଖାଯାଏ । ଏହା ବ୍ୟତୀତ ପାକିସ୍ତାନର ସାତ ପ୍ରତିଶତ ଓ ବାଂଲାଦେଶର ପାଞ୍ଚ ପ୍ରତିଶତ ଦେଖାଯାଏ ।
Published by: Jagdish Barik
First published: August 15, 2020, 11:57 AM IST
corona virus btn
corona virus btn
Loading