Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେ

ଭାରତରେ କରୋନାର ତିନୋଟି ଟିକାର ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ଅଛି । ବୈଜ୍ଞାନିକମାନଙ୍କ ଠାରୁ ସବୁଜ ସଙ୍କେତ ମିଳିବା ମାତ୍ରେ ଦେଶର ଏହି ଟୀକାକୁ ବଡ଼ ଆକାରରେ ପ୍ରସ୍ତୁତ କରିବାକୁ ପ୍ରସ୍ତୁତି କରିସାରିଛି ବୋଲି ନିଜ ଭାଷଣରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେ
ଲାଲ କିଲ୍ଲାର ପ୍ରାଚୀରରୁ ଭାଷଣ ଦେବା ସମୟରେ ପ୍ରଧାନ ମନ୍ତ୍ରୀ ମୋଦୀ
  • News18 Odia
  • Last Updated: August 15, 2020, 10:37 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶ ଆଜି ୭୪ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରି ଅନେକ ବଡ଼ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସେ କରୋନା ଟିକା ବିଷୟରେ କହିଥିଲେ ଯେ ଦେଶର ବୈଜ୍ଞାନିକ ଓ ଡାକ୍ତରମାନେ ଏହାକୁ ଦିନରାତି ତିଆରି କରିବାରେ ବ୍ୟସ୍ତ ଅଛନ୍ତି ଏବଂ ଏହା ଶୀଘ୍ର ପ୍ରସ୍ତୁତ ହୋଇଯିବ। ଏଥିସହ ସେ କହିଛନ୍ତି ଯେ ସମସ୍ତେ କିପରି ଏହି ଟିକା ପାଇବେ ସେନେଇ ସରକାର ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଦେଶରେ ତିନୋଟି ଭିନ୍ନ ଭିନ୍ନ ଟିକାକୁ ନେଇ କାମ ଚାଲିଛି ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଲାଲ କିଲ୍ଲାରୁ ଏକ ଅଭିଭାଷଣ ଦେଇ ପିଏମ ମୋଦୀ କହିଛନ୍ତି, 'ଆମର ବୈଜ୍ଞାନିକମାନେ କରୋନା ଟିକା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଭାରତରେ କରୋନାର ଗୋଟିଏ ନୁହେଁ, ଦୁଇଟି ନୁହେଁ, ତିନୋଟି ଟିକାର ବର୍ତ୍ତମାନ ପରୀକ୍ଷା ଅନ୍ତିମ ପର୍ଯ୍ୟାୟରେ ଅଛି । ବୈଜ୍ଞାନିକମାନଙ୍କ ଠାରୁ ସବୁଜ ସଙ୍କେତ ମିଳିବା ମାତ୍ରେ ଦେଶର ଏହି ଟୀକାକୁ ବଡ଼ ଆକାରରେ ପ୍ରସ୍ତୁତ କରିବାକୁ ପ୍ରସ୍ତୁତି କରି ସାରିଛି ।

ଟିକାକୁ ନେଇ ସରକାରଙ୍କ ପ୍ରସ୍ତୁତି

ଦେଶରେ କରୋନା ଟିକା ସମ୍ବନ୍ଧରେ ଲଗାତର ବୈଠକ ଚାଲିଛି । ଏହି ସପ୍ତାହରେ NITI ଆୟୋଗ ସଦସ୍ୟ ଡ଼କ୍ଟର ଭି.କେ ପାଲଙ୍କ ଅଧ୍ୟକ୍ଷତାରେ କରୋନା ଭୁତାଣୁ ଟିକା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଟିକା ସହ ଜଡ଼ିତ ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି କମିଟି କରୋନା ଟିକା ଉତ୍ପାଦନକାରୀ ଓ ରାଜ୍ୟ ସରକାରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରୁଛି ।

ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରହିଛି ଟିକା

ବର୍ତ୍ତମାନ ଦେଶରେ ଦୁଇଟି ଟୀକାକରଣର କ୍ଲିନିକାଲ ପରୀକ୍ଷା ଚାଲିଛି। ଏଗୁଡ଼ିକ ହେଉଛି ଭରତ ବାୟୋଟେକ୍ ଓ ଜାୟଡ଼ସ କୋଡିଲା । ଭରତ ବାୟୋଟେକ୍ କମ୍ପାନୀ ପୂର୍ବରୁ ପୋଲିଓ, ରେବି, ଚିକୁଙ୍ଗୁନିଆ, ଜାପାନିଜ୍ ଏନସେଫାଲାଇଟିସ୍, ରୋଟାଭାଇରସ୍ ଓ ଜିକା ଜୀବାଣୁ ପାଇଁ ଟିକା ପ୍ରସ୍ତୁତ କରିଛି । କୋଭିଡ -୧୯ ଟୀକାକରଣର କ୍ଲିନିକାଲ ପରୀକ୍ଷା ଗୁଜୁରାଟର କମ୍ପାନୀ ଜାୟଡ଼ସ କୋଡିଲା ହେଲଥ କେୟାର ଲିମିଟେଡ ଦ୍ୱାରା ଜୁଲାଇ ୧୫ ରୁ ଆରମ୍ଭ ହୋଇଥିଲା।
Published by: Jagdish Barik
First published: August 15, 2020, 10:37 AM IST
corona virus btn
corona virus btn
Loading