India@76: ବିକଶିତ ଦେଶ ପାଇଁ ମୋଦିଙ୍କ ପଞ୍ଚ ପଣ; ପଢ଼ନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଅଭିଭାଷଣ

ଆଗାମୀ ବିକଶିତ ଭାରତ ପାଇଁ ପଞ୍ଚପଣ ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ। ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣ କେଉଁ ବିଷୟରେ ଆଲୋଚନା କଲେ ଜାଣନ୍ତୁ ।

PM ମୋଦି

PM ମୋଦି

  • Share this:
News18 Odia Digital

ନୂଆ ଦିଲ୍ଲୀ:  (ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ୱୋଧନ) ହିନ୍ଦୁସ୍ତାନର କୌଣସି କୋଣ ଏମିତି ନଥିଲା ଯେଉଁଠି ଗୁଲାମୀ ବିରୋଧରେ କଷ୍ଟ, ଯାତନା ଓ ଆହୁତି ଦେଇନାହାନ୍ତି। ସେହି ମହାପୁରୁଷଙ୍କ ସ୍ମରଣ ଓ ଋଣ ସୁଝିବାର ସମୟ ଆସିଛି। ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାର ସମୟ ଆସିଛି। ନେତାଜୀ, ମହାତ୍ମା ଗାନ୍ଧୀ, ବାବା ସାହେବ ଆମ୍ୱେଦକର, ବୀର ସବାରକର ଯିଏ କର୍ତ୍ତବ୍ୟ ପଥରେ ତାଙ୍କ ଜୀବନ ହାରି ଛନ୍ତି। ମଙ୍ଗଳ ପାଣ୍ଡେ, ଆଜାଦ, ତାତିଆ ଟୋପେଙ୍କ ଭଳି ଅନେକ କ୍ରାନ୍ତି ବୀର ଇଂରେଜଙ୍କ ନିଦ ହଜେଇଦେଇଥିଲେ। ରାଣୀ ଲକ୍ଷ୍ମୀ ବାଇ, ଜୟ ଆମ୍ମା ଭାରତୀୟ ନାରୀଶକ୍ତିର ବଳିଦାନର ପରାକାଷ୍ଠାରେ ପ୍ରତୀ ହିନ୍ଦୁସ୍ତାନୀ ଗର୍ବ ଅନୁଭବ କରନ୍ତି। ସ୍ୱାଧୀନତା ପରେ ଓ ପୂର୍ବରୁ ନେହୁର, ଜୟ ପ୍ରକାଶ ନାରାୟଣ, ନାନାଜୀ ଦେଶମୁଖ ଆଜି ସ୍ମରଣ କରୀବାର ଅବସର ମିଳିଛି।

ଆଦିବାସୀ ସମାଜର ଗୌରବ ବାବଦରେ ମଧ୍ୟ ଭୁଲି ପାରିବା ନାହିଁ। ବିରସା ମୁଣ୍ଡା ଯିଏ ସ୍ଵାଧୀନତାର ଅଙ୍ଗ ଭାବେ ମାତୃଭୂମି ପାଇଁ ଜୀବନ ଦେଇଛନ୍ତି। ନାରାୟଣ ଗୁରୁ, ମହର୍ଷି ଅରବିନ୍ଦ, ହିନ୍ଦୁସ୍ତାନର ପ୍ରତି କୋଣରେ ଭାରତର ଚେତନା ବାଣ୍ଟି ଚାଲିଥିଲା। ୨୦୨୧ରୁ ଦାଣ୍ଡି ଯାତ୍ରାରୁ ଆରମ୍ଭ କରି ଅମୃତ ଉତ୍ସବ ପର୍ଯ୍ୟନ୍ତ ଏହା ଇତିହାସର ପ୍ରଥମ ଥର ପାଇଁ। ଦେଶ ଖୋଜି ଖୋଜି ଅଜଣା ନାୟକଙ୍କୁ ମନେ ପକାଉଛି। ୧୪ ଅଗଷ୍ଟରେ ଭାରତ ବିଭାଜନ ବିଭୀଷିକାକୁ ହୃଦୟରୁ ପାଳନ କରିଛି। ସେନାର ଯବାନ, ପୋଲିସ କର୍ମଚାରୀ, ପ୍ରଶାସକ, ଜନ ପ୍ରତିନିଧି, ସ୍ଥାନୀୟ ନେତା, କେନ୍ଦ୍ର ଓ ରାଜ୍ୟ ପ୍ରଶାସକଙ୍କ ଯୋଗଦାନବକୁ ମନେ ପକାଇବାର ଅବସର ଆସିଛି। ୭୫ବର୍ଷର ଏହି ଯାତ୍ରା ଅନେକ ସୁଖଦୁଃଖ ସହ ବିତିଛି। ଏହା ଭିତରେ ଆମ ଦେଶ ବାସୀ ଉପଲବ୍ଧ କରିଛନ୍ତି। ହାର ନ ମାନି ସଂକଳ୍ପ ପୁରା କରିଛନ୍ତି।

ଦେଶକୁ ଡ଼ରାଇବା ପାଇଁ ବହୁତ ପ୍ରୟାସ ହୋଇଛି। କିନ୍ତୁ ଏ ହେଉଛି ହିନ୍ଦୁସ୍ତାନର ମାଟି। ଅନ୍ନ ସଙ୍କଟ, ଯୁଦ୍ଧ, ଆତଙ୍କବାଦୀଙ୍କ ଆକ୍ରମଣ, ପ୍ରାକୃତିକ ବିପର୍ଯ୍ୟୟ, ଆଶା ନିରାଶା ସତ୍ତ୍ୱେ ଭାରତ ଆଗକୁ ବଢୁଛି। ଭାରତର ବିବିଧତା ଶକ୍ତି ହେଉଛି ଏହାର ଅତୁଟ ବନ୍ଧନ। ଭାରତର ଲୋକତନ୍ତ୍ର ହେଉଛି ଏହାର ସାମର୍ଥ୍ୟ। ୨୦୧୪ ପରେ ମୋତେ ଲାଲକିଲ୍ଲାରୁ ଗୌରବ ଗାନ କରିବାର ସୁଯୋଗ ମିଳିଛି। ପୂର୍ବ, ପଶ୍ଚିମ, ଉତ୍ତର ଦକ୍ଷିଣ, ଦିବ୍ୟଙ୍ଗ, ଆଦିବାସୀ, ଦଳିତ ପର୍ଯ୍ୟନ୍ତ ସବୁଠି ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଛି। ଭାରତର ଜନ ମନ ଆକାଂକ୍ଷୀ ଜନ ମନ। ଆଜି ହିନ୍ଦୁସ୍ତାନର ପ୍ରତି କୋଣରେ ଆକାଂକ୍ଷା ଭରି ରହିଛି। ଦେଶର ପ୍ରତି ନାଗରିକ ଅପେକ୍ଷା କରିବାକୁ ପ୍ରସ୍ତୁତ ନାହିଁ। ସେମାନେ ଗତି ପ୍ରଗତି ଦେଖିବାକୁ ଉତ୍ସାହିତ ହୋଇପଡୁଛନ୍ତି। ଏଭଳି ସ୍ଥିତିରେ ସରକାରକୁ ଖଣ୍ଡା ଧାରରେ ଚାଲିବାକୁ ପଡୁଛି। ଭରତରେ ଏକ ସାମୁହିକ ଚେତନାର ପୁନଃ ଜାଗରଣ ହେଉଛି। ଚେତନାର ଜାଗରଣ ଆମର ସବୁଠୁ ବଡ଼ ସମ୍ପତ୍ତି। ଦେଶ ଭିତରେ କୌଣସି ଶକ୍ତି ଜାଣି ନଥିବେ। କିନ୍ତୁ ୩ଦିନ ହେବ ଦେଶର ସାମର୍ଥ୍ୟକୁ ତ୍ରିରଙ୍ଗା ଦେଖାଇଦେଇଛି। ଥାଳି ବଜାଇ, ଦୀପ ଜଳାଇ କରୋନା କାଳରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଶୁଭେଚ୍ଛା, ଟୀକାକରଣ ସମୟର ଆମର ସାମର୍ଥ୍ୟ ଦେଶକୁ ନୂଆ ପରିଚୟ ଦେଇଛି। ବିଶ୍ୱ ଭାରତକୁ ଗର୍ବ ସହକାରେ ଦେଖୁଛି। ବିଶ୍ୱର ଏହି ପରିବର୍ତ୍ତନ ୭୫ ବର୍ଷର ପରିଣାମ ଦର୍ଶାଉଛି। ୧୨୦କୋଟି ଦେଶବାସୀ ସ୍ଥିର ସରକାର, ରାଜନୈତିକ ସ୍ଥିରତା, ନୀତିରେ ସାମର୍ଥ୍ୟ ବାବଦରେ ଦୁନିଆ ବୁଝିପାରୁଛି।

ଆଗାମୀ ୨୫ ବର୍ଷ ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଆଗାମୀ ବର୍ଷ ପାଇଁ ପଞ୍ଚପଣ , ସାମର୍ଥ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡିବ। ପ୍ରଥମ ପ୍ରାଣ ଦେଶ ବଡ଼ ସଂକଳ୍ପ (ବିକଶିତ ଭାରତ) ନେଇ ଚାଲିବ। କୌଣସି କୋଣରୁ ମନରେ ଶତପ୍ରତିଶତ ଗୁଲାମୀ ମନୋଭାବରୁ ମୁକ୍ତି ପାଇବା। ତୃତୀୟ ପ୍ରାଣ ଶକ୍ତି ଆମ ଜାତିକୁ ନେଇ ଗର୍ବ ଅନୁଭବ କରିବା ଉଚିତ। ଚତୁର୍ଥ ପ୍ରାଣ ଏକତା ଓ ଏକ ଜୁଟତା। ଏକତାର ଶକ୍ତି ଭାରତକୁ ବାନ୍ଧି ରହିବ। ପଞ୍ଚମ ପ୍ରାଣ ନାଗରିକଙ୍କ କର୍ତ୍ତବ୍ୟ। ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି। ସ୍ୱପ୍ନ ବଡ଼ ହେଲେ, ସଂକଳ୍ପ ବଡ଼ ହେଲେ ତୃଷାର୍ଥ ଓ ଶକ୍ତି ବି ବଡ଼ ହୋଇଥାଏ। ୨୫ବର୍ଷ ପୂର୍ବରୁ ଏକ ସିଦ୍ଧ ଭାରତ ଗଢ଼ିବା ନେଇ ସଂକଳ୍ପ କରିବା ଉଚିତ। ଭାରତର ୧୦୦ବର୍ଷ ପୂରଣ ପାଇଁ ମୋ ସହ ସଂକଳ୍ପ ନିଅନ୍ତୁ ଯେ ମୋ ଦେଶ ବିକଶିତ ଦେଶ ଓ ମାନବ କେନ୍ଦ୍ରିତ ଦେଶ ଭାବେ ତିଆରି ହେବ। ଟୀକାକରଣ ଓ ସ୍ୱଚ୍ଛ ଭାରତ ଯୋଜନା ପରି ଦେଶ ସବୁକିଛି ସମ୍ଭବ କରିପାରିବ। ୧୦ପ୍ରତିଶତ ଇଥାନଲ ପ୍ଲାଣ୍ଟ ଓ ନଳ ସେ ଜଳ, ବିଦ୍ୟୁତ ବିତରଣ, ସ୍ୱଚ୍ଛ ଭାରତ ଭାରତର ସମ୍ଭବ ହୋଇଛି। ଦେଶରେ ନୂଆ ମେଡ଼ିକାଲ କଲେଜ ଭଳି ଦେଶରେ ବିଭିନ୍ନ କ୍ଷେତ୍ରରେ ବିକାଶ ପ୍ରାଣ ଓ ପ୍ରଣ କରିବା ଉଚିତ। କୌଣସି ବି ସ୍ଥିତିରେ ଆମେ ଅନ୍ୟ ଭଳି ହେବାର ନାହିଁ। ଆମେ ଯେମିତି ଅଛୁ ସେମିତି ରହିବା ଉଚିତ କିନ୍ତୁ ସାମର୍ଥ୍ୟ ସହ ଠିଆ ହେବା ଉଚିତ। ଜାତୀୟ ଶିକ୍ଷା ନୀତି ସାମର୍ଥ୍ୟ ଆମକୁ ଶକ୍ତି ଦେଇଛି। ଆମକୁ ଦେଶର ଭାଷାକୁ ନେଇ ଗର୍ବ କରିବା କଥା। ଡିଜିଟାଲ ଇଣ୍ଡିଆ,ଷ୍ଟାର୍ଟ ଅପ ସହ ନୂଆ ନୂଆ ଖୋଜ ସହ ସାମ୍ନାକୁ ଆସୁଛନ୍ତି। ଯେତେବେଳେ ଆମେ ଆମ ମାଟି ସହ ଯୋଡ଼ି ହେବା ସେତେବେଳେ ଯାଇ ଉଚ୍ଚା ଉଡ଼ି ପାରିବା। ସେତେବେଳେ ଆମେ ବିଶ୍ୱକୁ ସମାଧାନ ଦେଇପାରିବେ। ଭାରତର ଆୟୁର୍ବେଦ, ଯୋଗ ବିଶ୍ୱ ପାଇଁ ଉଦାହରଣ ସାଜିଛି। ଆମେ ସେହି ଲୋକ ଯିଏ ପ୍ରକୃତିକୁ ଭଲ ପାଉଛୁ।

ଆମ ମୋଟା ଧାନ, କୃଷକ, ଶସ୍ୟକୁ ନେଇ ଦୁନିଆରେ ଆଲୋଚନା ହେଉଛି। ପରିବାରକରଣ ଆମର ଗର୍ବ। ଆମେ ପଥରରେ ଶିବ, ନାରୀକୁ ନାରାୟଣୀ, ଶଙ୍କରରେ କଙ୍କର, ନଦୀରେ ଭଗବାନ ଦେଖୁଛୁ। ସମସ୍ତଙ୍କ ସୁଖ ଓ ସୁସ୍ଥତାକୁ ନେଇ ଆମେ ଗର୍ବ କରିବା ଉଚିତ। ପରମ୍ପରା ହେଉଛି ଆମର ଆନ ବାନ ଶାନ। ପୁଅ ଝିଅଙ୍କ ମଧ୍ୟରେ ଏକତା ହିଁ ପ୍ରକୃତ ଏକତା। ମୋର ତୋର ଭେଦ ଭାବରୁ ଦୂରରେ ରହିବା ଉଚିତ। ଦେଶବାସୀଙ୍କ ଆଗରେ ମୁଁ ମୋ ଦୁଃଖ କହୁଛି। ଆମେ ନାରୀଙ୍କ ଅପମାନ କରୁଛେ। ସ୍ଵଭାଵ, ସଂସ୍କାରରେ ନାରୀଙ୍କ ସମ୍ମାନ , ଗୌରବ ପାଇଁ ସଂକଳ୍ପ ନେଇପାରିବା। ନାରୀଙ୍କ ଗୌରବ ଆମ ବିକଶିତ ଭାରତ ଗଢ଼ିବାରେ ସାହାଯ୍ୟ କରିବ। ସରକାର ବିଜୁଳି ପ୍ରଦାନ କରିବେ କିନ୍ତୁ ବିଜୁଳି ବଞ୍ଚାଇବା ନାଗରିକଙ୍କ କର୍ତ୍ତବ୍ୟ। ପାଣି ସରକାର ଦେବେ କିନ୍ତୁ ଜଳ ବଞ୍ଚାଓ କର୍ତ୍ତବ୍ୟ ନାଗରିକଙ୍କ ଅଟେ। ସ୍ବଦେଶୀରୁ ସ୍ୱରାଜ ଓ ସ୍ୱରାଜରୁ ସୁରାଜ ବାବଦରେ ଚିନ୍ତା କରିବା ଉଚିତ। ଆମ ଦେଶରେ ଅନ୍ନରୁ ଆମ ପେଟ ନିଜେ ଭରିବା। ଆତ୍ମ ନିର୍ଭର ଭାରତର ସମାଜର ସରକାରୀ ଏଜେଣ୍ଡା ନୁହେଁ। ଏହା ସମାଜ କଲ୍ୟାଣ ପାଇଁ। Made in india ତୋପ ଲାଲକିଲାରୁ ତ୍ରିରଙ୍ଗା ଉଡ଼ାଇଛି। ସେନା ଯବାନ, ସେନା ନାୟକଙ୍କୁ ସ୍ୟାଳୁଟ।

ଆଜି ପାଞ୍ଚ ବର୍ଷର ଛୁଆବି କହୁଛି ଆମେ ବିଦେଶୀ ଖେଳନାରେ ଖେଳିବା ନାହିଁ। ଟେକ୍ନୋଲୋଜି, ରୋଜଗାର ନୂଆ ଅବସରରେ, ଭାରତ ମ୍ୟାନୁଫେକଚରିଙ୍ଗ ହବ ପାଲଟିଛି। ଆମେ ବନ୍ଦେ ଭାରତ ବିଶ୍ୱ ପାଇଁ ଆକର୍ଷଣ ସାଜିଛି। ଶକ୍ତି କ୍ଷେତ୍ରରେ ଅନ୍ୟ ଉପରେ ନିର୍ଭର ରହିବା। କେମିକାଲ ଫ୍ରି ଚାଷ ଆତ୍ମ ନିର୍ଭର ଭାରତର ମିଶାଲ ଦେଉଛି। ଜୟ ଯବାନ ଜୟ କିଷାନ ମନ୍ତ୍ର ଆଜି ବି ଦେଶ ପାଇଁ ଶକ୍ତି ଦେଉଛି। ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ କହିବା ଉଚିତ। ଆମେ ୫g ଆଡକୁ ପାଦ ରଖିଛେ। ଡିଜିଟାଲ ଇଣ୍ଡିଆ ଗାଁରେ ବିକଶିତ ହେଉଛି। ଗାଁ ଲୋକଙ୍କୁ ସମସ୍ତ ସେବା ଯୋଗାଇବାରେ ଭାରତକୁ ଟେକ୍ନୋଲୋଜି ହବ ବନିବାରେ ସାହାଯ୍ୟ କରିବ। ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷି ଜୀବନ ଡିଜିଟାଲରୁ ଆସିବ। ଆଇଟି ଦୁନିଆରେ ଭାରତ ଏକ ଏକ ନୂଆ ରାହା ଦେଖୁଛି। ଛୋଟ କୃଷକ, କୁଟୀର ଉଦ୍ୟୋଗ, ଲଘୁ ଉଦ୍ୟୋଗ ଆମର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବ।

ସବୁ କ୍ଷେତ୍ରରେ ନାରୀ ଶକ୍ତିର ମିଶାଲ ଦେଖିବାକୁ ମିଳୁଛି। କୋର୍ଟ, ଗାଁ ପ୍ରତିନିଧି, ପୋଲିସ, ଖେଳ ମଇଦାନ ହେଉକି ଯୁଦ୍ଧ କ୍ଷେତ୍ରରେ ନାରୀ ଶକ୍ତି ଏକ ନୂଆ ରୂପ ନେଇ ଆସୁଛି। ଆମେ ଏହାକୁ ଯେତେ ଧ୍ୟାନ ଦେବା ସେମାନେ ଆମକୁ ବହୁତ କିଛି ପ୍ରଦାନ କରିବେ। ବିକଶିତ ଭାରତ ଗଠନରେ ନାରୀ ଶକ୍ତି ବି ଆବଶ୍ୟକ ରହିଛି। ରାଷ୍ଟ୍ର ପାଇଁ ସମସ୍ତଙ୍କ ସ୍ୱପ୍ନ ଭିନ୍ନ ହୋଇପାରିବ ନାହିଁ। ସବୁଆଡେ ଆମ ସରକାର ଚାଲୁ ନାହିଁ କିନ୍ତୁ ବିକାଶ ପାଇଁ ସମସ୍ତଙ୍କ କର୍ତ୍ତବ୍ୟ ରହିବା ଉଚିତ। ରାଜ୍ୟ ମଧ୍ୟର ସ୍ପର୍ଧା ରହିବା ଉଚିତ ଯାହା ଆମକୁ ନୂଆ ଭାରତ ଗଢ଼ିବାରେ ବାଟ ଦେଖାଇବ।

ସମୟ ଥିବାବେଳେ କିଛି ବିଷୟ ଉପରେ ଚର୍ଚ୍ଚା କରିବା ଉଚିତ। ଭ୍ରଷ୍ଟାଚାର ଓ ପରିବାରବାଦକୁ ନେଇ ଆଲୋଚନା ହେବା ଜରୁରୀ। ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବା ଉଚିତ। ଆଧାର, ମୋବାଇଲ ବ୍ୟବହାର କରି ଅନ୍ୟ ହାତକୁ ଯିବା ଆଗରୁ ଦେଶକୁ ଭେଟି ଦେଇଛୁ। ଯିଏ ଲୁଟୁଛି ତାକୁ ଫେରାଇବାକୁ ବି ପଡିବ। ଭ୍ରଷ୍ଟାଚାର ବିରୋଧରେ ଏକ ସଂକଳ୍ପ ନିଅନ୍ତୁ। ଭ୍ରଷ୍ଟାଚାର ଦେଶକୁ ଗ୍ରାସ କରିଚାଲିଛି। ଏହି ଲଢେଇରେ ଦେଶବାସୀଙ୍କ ସାଥ ଦରକାର। କୌଣସି ଦେଶରେ ଭ୍ରଷ୍ଟାଚାରୀଙ୍କ ପ୍ରତି ଉଦାରତା ଦେଖାଇବା ଉଚିତ ନୁହେଁ। ଯେବେ ପର୍ଯ୍ୟନ୍ତ ଭ୍ରଷ୍ଟାଚାର ଓ ଭ୍ରଷ୍ଟାଚାରୀଙ୍କ ପ୍ରତି ଘୃଣା ନ ଆସିଛି ସେବେ ପର୍ଯ୍ୟନ୍ତ ଦେଶ ବିକାଶ ହୋଇପାରିବ ନାହିଁ। ଅନ୍ୟପକ୍ଷରେ ପରିବାରବାଦ ଯୋଗୁଁ ଦେଶର ସାମର୍ଥ୍ୟକୁ କ୍ଷତି ପହଞ୍ଚାଉଛି। ପରିବାରବାଦ ବିରୋଧରେ ଜାଗରଣ ସୃଷ୍ଟି କରିବା ଉଚିତ। ରାଜନୀତିରେ ପରିବାରବାଦ ପ୍ରବେଶ କରିଛି ଯାହା ଆଦୌ ଭଲ ନୁହେଁ। ହିନ୍ଦୁସ୍ତାନ ରାଜନୀତି ଶୁଦ୍ଧି କରଣ ପାଇଁ ପରିବାରବାଦର ନଷ୍ଟ କରିବା ଜରୁରୀ। ଆପଣଙ୍କ ସ୍ୱପ୍ନ ପାଇଁ ପରିବାରବାଦ ବିରୋଧରେ ଲଢେଇରେ ଆପଣଙ୍କ ସାଥ ଦରକାର।

ଦେଶ ଆଗରେ କୋଟି କୋଟି ସମସ୍ୟା ଅଛି ତ କୋଟି କୋଟି ସମାଧାନ ରହିଛି। ୧୩୦କୋଟି ଦେଶବାସୀଙ୍କ ପାଦ ଦେଶ ବିକାଶକୁ ୧୩୦ କୋଟି ପାଦ ଆଗକୁ ନେଇଯିବ। ଏହି ଅମୃତ କାଳରେ ଟିମ ଇଣ୍ଡିଆ ଏକ ହୋଇ ପ୍ରୟାସ କରିବା ଉଚିତ।

ବନ୍ଦେ ମାତରମ
ଜୟ ହିନ୍ଦ
Published by:Soumya Das
First published: