ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IND vs ENG: ବିରାଟ କୋହଲି ଏହିପରି କିଛି କଲେ; ICC ପଚାରିଲା- ଏପରି କେଉଁ କାମ ଅଛି ଯାହା ଆପଣ କ’ଣ କରିପାରିବେ ନାହିଁ?

IND vs ENG: ବିରାଟ କୋହଲି ଏହିପରି କିଛି କଲେ; ICC ପଚାରିଲା- ଏପରି କେଉଁ କାମ ଅଛି ଯାହା ଆପଣ କ’ଣ କରିପାରିବେ ନାହିଁ?

IND vs ENG: ଅହମ୍ମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଡେ-ନାଇଟ୍ ଟେଷ୍ଟ ଖେଳାଯିବା ପୂର୍ବରୁ ବିରାଟ କୋହଲି ଅଭ୍ୟାସ ସମୟରେ ବୋଲିଂ ପ୍ରାକ୍ଟିସ କରିଥିବାର ମଧ୍ୟ ନିଜର ଆସିଛନ୍ତି ।

IND vs ENG: ବିରାଟ କୋହଲି ଏହିପରି କିଛି କଲେ; ICC ପଚାରିଲା- ଏପରି କେଉଁ କାମ ଅଛି ଯାହା ଆପଣ କ’ଣ କରିପାରିବେ ନାହିଁ?
ଆଇସିସି ବିରାଟ କୋହଲିଙ୍କ ଭିଡିଓ ସେୟାର କରିଛି (PIC: AP)
  • News18 Odia
  • Last Updated: February 24, 2021, 12:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି 'ରନ୍ ମେସିନ୍' ଭାବରେ ଜଣାଶୁଣା । ବିରାଟ କୋହଲି ନିଜ କ୍ରିକେଟ୍ କରିୟରରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି ଓ ନିଜ ନାମରେ ଅନେକ ରେକର୍ଡ କରିଛନ୍ତି । ବିରାଟ କୋହଲି ଜଣେ ମହାନ ଅଧିନାୟକ, ବ୍ୟାଟ୍ସମ୍ୟାନ୍ ଓ ଫିଲ୍ଡର । ଏହା ସହିତ ସେ ମଧ୍ୟ ବୋଲିଂ କରନ୍ତି ।ଏଭଳି ପରିସ୍ଥିତିରେ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ବିରାଟ କୋହଲିଙ୍କ ଏକ ଭିଡିଓ ସେୟାର କରି ତାଙ୍କୁ ପଚାରିଛି ଯେ ଏପରି କେଉଁ କାମ ଅଛି ଯାହା କରିପାରିବେ ନାହିଁ । ବାସ୍ତବରେ ଏହି ଭିଡିଓ ଅହମ୍ମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମର ଅଟେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ଅହମ୍ମଦାବାଦର ନୂତନ ନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହି ଦିବା-ରାତ୍ରୀ ଟେଷ୍ଟ ଯାହା ଗୋଲାପୀ ବଲ ସହିତ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଭାରତର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଦ୍ରୁତ ବୋଲର ଉମେଶ ଯାଦବ ଗୋଲାପି ବଲ ସହିତ ଅଭ୍ୟାସ କରିଥିଲେ । ଏହି ସମୟରେ ବିରାଟ କୋହଲି ମଧ୍ୟ ବୋଲିଂ କରିବାକୁ ଚେଷ୍ଟା କରୁଥିବା ନଜର ଆସିଥିଲେ । ଯାହାର ଭିଡିଓ ଆଇସିସି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛି ।

ଆଇସିସି ବିରାଟ କୋହଲି ବୋଲିଂର ଭିଡିଓ କ୍ୟାପସନରେ ଲେଖିଛି - " ଏପରି କ'ଣ କାମ ଅଛି ଯାହା ବିରାଟ କୋହଲି କରିପାରିବେ ନାହିଁ?" ତଥାପି ବିରାଟ କୋହଲିଙ୍କ ଏହା ପ୍ରଥମ ଥର ପାଇଁ ନୁହେଁ ଯେତେବେଳେ ସେ ବୋଲିଂ କରୁଥିବାର ନଜର ଆସିଛନ୍ତି । ସେ କିଛି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ବୋଲିଂ କରିଛନ୍ତି । ବିରାଟ ତିନୋଟି ଫର୍ମାଟରେ ବୋଲିଂ କରିଛନ୍ତି । ସେ ODI ଓ T20 ରେ ୮ ଟି ୱିକେଟ୍ ନେଇଛନ୍ତି । ଏଥି ସହିତ ଟେଷ୍ଟ କ୍ରିକେଟରେ ସେ ଏପର୍ଯ୍ୟନ୍ତ କୌଣସି ୱିକେଟ୍ ପାଇନାହାଁନ୍ତି ।








View this post on Instagram






A post shared by ICC (@icc)






ମୋଟେରା ଷ୍ଟାଡିୟମରେ ଦିନିକିଆ ଟେଷ୍ଟ ପୂର୍ବରୁ ଅଧିନାୟକ ବିରାଟ କୋହଲି କହିଛନ୍ତି, 'ମ୍ୟାଚରେ ସ୍ପିନ୍ ବୋଲରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବେ । କିନ୍ତୁ ଦ୍ରୁତ ବୋଲରମାନଙ୍କୁ ଅଣଦେଖା କରାଯାଇପାରିବ ନାହିଁ । ରେଡ ବଲ ଅପେକ୍ଷା ଗୋଲାପୀ ବଲ୍ ଅଧିକ ସୁଇଙ୍ଗ୍ କରେ । ଦେଶରେ ଦ୍ୱିତୀୟ ଥର ପାଇଁ ଗୋଲାପୀ ବଲ୍ ସହିତ ଏହି ଟେଷ୍ଟ ମ୍ୟାଚ୍ ହେବାକୁ ଯାଉଛି । ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଏପର୍ଯ୍ୟନ୍ତ ୧-୧ ବରାବର ରହିଛି । ଚେପାକରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ୩୧୭ ରନ୍ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏହାପୂର୍ବରୁ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨୨୭ ରନରେ ଜିତିଥିଲା ।
Published by: Jagdish Barik
First published: February 24, 2021, 12:53 PM IST