IND VS ENG: ଇଂଲଣ୍ଡ ବିପକ୍ଷରେ ODI ସିରିଜରେ ଖେଳିବେ ନାହିଁ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ୍ ସୁନ୍ଦର!

India vs England ODI Series: ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ପରେ ଟିମ୍ ଇଣ୍ଡିଆ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ଖେଳିବ । କିନ୍ତୁ ଏହା ମଝିରେ ଏକ ବଡ଼ ଖବର ଆସିଛି ଯେ ଭାରତର ତିନି ଜଣ ବଡ଼ ଖେଳାଳି ଏହି ODI ସିରିଜରେ ଖେଳିବେ ନାହିଁ ।

IND VS ENG: ଇଂଲଣ୍ଡ ବିପକ୍ଷରେ ODI ସିରିଜରେ ଖେଳିବେ ନାହିଁ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ୍ ସୁନ୍ଦର!
ଇଂଲଣ୍ଡ ବିପକ୍ଷରେ ODI ସିରିଜରେ ଖେଳିବେ ନାହିଁ ରୋହିତ, ପନ୍ତ ଓ ୱାଶିଂଟନ!
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପରେ ଟିମ୍ ଇଣ୍ଡିଆକୁ ଭ୍ରମଣକାରୀ ଦଳ ସହ ODI ଓ ଟି -୨୦ ଫର୍ମାଟରେ ମଧ୍ୟ ସିରିଜ ଖେଳିବାକୁ ପଡିବ । ଭାରତୀୟ ଚୟନକର୍ତ୍ତା ଟି-୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛନ୍ତି । କିନ୍ତୁ ଏହା ମଝିରେ ଏକ ବଡ଼ ଖବର ଆସିଛି ଯେ ଭାରତର ତିନି ଜଣ ବଡ ଖେଳାଳି ଏହି ODI ସିରିଜରେ ଖେଳିବେ ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ ଉପ-ଅଧିନାୟକ ରୋହିତ ଶର୍ମା, ୱିକେଟ୍ କିପର ଋଷଭ ପନ୍ତ ଓ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ODI ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ODI ସିରିଜ୍ ମାର୍ଚ୍ଚ ୨୩ ରୁ ଆରମ୍ଭ ହେବ । ଏହି ସମସ୍ତ ମ୍ୟାଚ୍ ପୁଣେରେ ଖେଳାଯିବ । ପୁଣେରେ କରୋନା ଭୂତାଣୁ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଖାଲି ଷ୍ଟାଡିୟମରେ ODI ସିରିଜ୍ ଖେଳାଯିବ । ବର୍ତ୍ତମାନ ଖବର ଅନୁଯାୟୀ ରୋହିତ ଶର୍ମା, ଋଷଭ ପନ୍ତଙ୍କ ପରି ଖଳାଳୀଙ୍କୁ ପ୍ରଶଂସକମାନେ ଟିଭିରେ ଦେଖି ପାରିବେ ନାହିଁ ।

ରୋହିତ-ପନ୍ତ ଓ ସୁନ୍ଦରଙ୍କୁ କାହିଁକି ଦିଆଯାଉଛି ବିଶ୍ରାମ?
ଖବର ଅନୁଯାୟୀ ରୋହିତ ଶର୍ମା, ଋଷଭ ପନ୍ତ ଓ ୱାଶିଂଟନ୍ ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଉଛି । ଏହି ଖେଳାଳିମାନେ ଗତ ଆଇପିଏଲ୍ ପରଠାରୁ କ୍ରମାଗତ କ୍ରିକେଟ୍ ଖେଳୁଛନ୍ତି । ଏହି ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତ ପରେ ଇଂଲଣ୍ଡ ବିପକ୍ଷରେ ଚାରି ଟେଷ୍ଟ ସିରିଜ୍ ମଧ୍ୟ ଖେଳିଛନ୍ତି । ଓ ତା’ପରେ ସେମାନେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ମଧ୍ୟ ଖେଳିବେ । ବାୟୋ ବବଲରେ ଏତେ ଦିନ ରହିବା ମାନସିକ ସ୍ତରରେ ବହୁତ କ୍ଲାନ୍ତକାରୀ । ତା’ପରେ ଏପ୍ରିଲରେ ଆଇପିଏଲ୍ ୨୦୨୧ ମଧ୍ୟ ଆରମ୍ଭ ହେବ । ଯାହା ପୂର୍ବରୁ ଏହି ଖେଳାଳୀମାନଙ୍କୁ ବିଶ୍ରାମ ଦିଆଯାଉଛି । ଯଦି ଏହି ତିନୋଟି ଖେଳାଳି ଖେଳନ୍ତି ନାହିଁ ତେବେ ଆଶା କରାଯାଏ ଯେ ଟି -୨୦ ସିରିଜରେ ଭଲ ପ୍ରଦର୍ଶନ କରୁଥିବା କୌଣସି ଖେଳାଳିଙ୍କୁ ODI ସିରିଜରେ ସୁଯୋଗ ମିଳିପାରେ ।

ଇଂଲଣ୍ଡ ଟି -୨୦ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ - ବିରାଟ କୋହଲି (କ୍ୟାପଟେନ୍), ରୋହିତ ଶର୍ମା, କେ.ଏଲ୍ ରାହୁଲ, ଶିଖର ଧାୱନ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଇଶାନ କିଶନ, ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରାହୁଲ ତେୱାଟିଆ, ଟି ନାଟାରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସାଇନି ଓ ଶାର୍ଦ୍ଦୁଲ ଠାକୁର ।
Published by: Jagdish Barik
First published: March 1, 2021, 5:41 PM IST