IND vs ENG: ଇଂଲଣ୍ଡ ODI ଦଳ ଘୋଷଣା କଲା; ଜୋଫ୍ରା ଆର୍ଚର ବାଦ ପଡିଲେ, ରୁଟଙ୍କୁ ମିଳିଲାନି ସ୍ଥାନ

England ODI Squad: ଇଂଲଣ୍ଡର ୧୪ ସଦସ୍ୟ ବିଶିଷ୍ଟ ଏହି ଦଳର ଓଏନ୍ ମୋର୍ଗାନ୍ ନେତୃତ୍ୱ ନେବେ । ଇଂଲଣ୍ଡର ଟେଷ୍ଟ ଅଧିନାୟକ ଜୋ ରୁଟ୍ ଏହି ଦଳରେ ସ୍ଥାନ ପାଇନାହାଁନ୍ତି ।

IND vs ENG: ଇଂଲଣ୍ଡ ODI ଦଳ ଘୋଷଣା କଲା; ଜୋଫ୍ରା ଆର୍ଚର ବାଦ ପଡିଲେ, ରୁଟଙ୍କୁ ମିଳିଲାନି ସ୍ଥାନ
ଜୋଫ୍ରା ଆର୍ଚର ଆହତ କାରଣରୁ ଇଂଲଣ୍ଡ ଦଳରୁ ବାଦ ପଡ଼ିଲେ (PIC: AP)
  • News18 Odia
  • Last Updated: March 21, 2021, 6:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଟେଷ୍ଟ ଓ ଟି -୨୦ ପରେ ଭାରତ ଓ ଇଂଲଣ୍ଡର ଦଳ ଏକଦିବସୀୟ ସିରିଜରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । ଇଂଲଣ୍ଡ ନିଜର ୧୪ ଜଣିଆ ଦିନିକିଆ ଦଳ ଘୋଷଣା କରିଛି । ଏହି ଦଳର ଓଏନ୍ ମୋର୍ଗାନ୍ ନେତୃତ୍ୱ ନେବେ । ଜୋଫ୍ରା ଆର୍ଚର ତାଙ୍କ କହୁଣୀରେ ଲାଗିଥିବା ଆଘାତର ଚିକିତ୍ସା ପାଇଁ ଇଂଲଣ୍ଡ ଫେରିବେ । ଏଥି ସହିତ ଇଂଲଣ୍ଡର ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କୁ ମଧ୍ୟ ଏହି ଦଳରେ ସ୍ଥାନ ମିଳିନାହିଁ । ପ୍ରଥମ ଥର ପାଇଁ ଇଂଲଣ୍ଡର ଦିନିକିଆ ଦଳରେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ସାମିଲ ହୋଇଛନ୍ତି । ଏହି ଖେଳାଳି ଟି -୨୦ ସିରିଜରେ ଦଳର ଅଂଶ ହୋଇଥିଲେ ମଧ୍ୟ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ । ଜ୍ୟାକ୍ ବଲ୍, କ୍ରିସ୍ ଜୋର୍ଡାନ ଓ ଡେଭିଡ ମାଲାନ କଭର ଭାବରେ ଦଳ ସହିତ ଜଡିତ ରହିବେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପୁଣେର ଏମସିଏ ଷ୍ଟାଡିୟମରେ ଦିନିକିଆ ସିରିଜର ତିନୋଟି ମ୍ୟାଚ୍ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ ୨୩ ମାର୍ଚ୍ଚରେ ଖେଳାଯିବ । ଏହା ପରେ ୨୬ ଓ ୨୮ ମାର୍ଚ୍ଚରେ ଅବଶିଷ୍ଟ ଦୁଇଟି ODI ପୁଣେରେ ମଧ୍ୟ ଖେଳାଯିବ । ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ୩-୧ ଓ ଟି-୨୦ ସିରିଜରେ ୩-୨ ରେ ପରାସ୍ତ କରିଛି । ଓଏନ୍ ମୋର୍ଗାନଙ୍କ ଦଳ ବର୍ତ୍ତମାନ ଦିନିକିଆ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ଦଳ ଓ ଏଭଳି ପରିସ୍ଥିତିରେ ଭାରତୀୟ ଦଳ ସେମାନଙ୍କୁ ପରାସ୍ତ କରିବା ସହଜ ହେବ ନାହିଁ ।

ଇଂଲଣ୍ଡର ଦିନିକିଆ ଦଳ: ଓଏନ୍ ମୋର୍ଗାନ୍ (ଅଧିନାୟକ), ମୋଇନ ଅଲ୍ଲୀ, ଜନି ବେୟାରଷ୍ଟୋ, ସାମ୍ ବିଲିଙ୍ଗସ୍, ଜୋସ୍ ବଟଲର, ସାମ୍ କୁରେନ୍, ଟମ୍ କୁରେନ୍, ଲିଆମ୍ ଓ୍ଵିଲିଙ୍ଗଷ୍ଟୋନ୍, ମ୍ୟାଟ୍ ପାକିଙ୍ଗସନ, ଆଦିଲ୍ ରସିଦ୍, ବେନ୍ ଷ୍ଟୋକ୍ସ, ରିସ୍ ଟାପ୍‌ଲେ ଓ ମାର୍କ ଉଡ୍ ।

ଭାରତୀୟ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍ କିପର), ଲୋକେଶ ରାହୁଲ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଟି ନାଟରାଜନ୍, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା ଓ ଶାର୍ଦ୍ଦୁଳ ଠାକୁର ।

ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜ୍ ପୂର୍ଣ୍ଣ କାର୍ଯ୍ୟସୂଚୀ

ପ୍ରଥମ ଦିନିକିଆ- ମାର୍ଚ୍ଚ ୨୩, ପୁଣେ
ଦ୍ଵିତୀୟ ଦିନିକିଆ- ମାର୍ଚ୍ଚ ୨୬, ପୁଣେ
ତୃତୀୟ ଦିନିକିଆ- ମାର୍ଚ୍ଚ ୨୮, ପୁଣେ

କେଉଁ ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଆରମ୍ଭ ହେବ
ସମସ୍ତ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୧ଟା ୩୦ରେ ଖେଳାଯିବ । ଟସ୍ ଅପରାହ୍ନ ୧ ଟାରେ ପଡିବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଲାଇଭ ଟେଲିକାଷ୍ଟକୁ ଆପଣ କେଉଁଠାରେ ଦେଖିପାରିବେ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ଦେଖିପାରିବେ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଆପଣ କେଉଁଠାରେ ଦେଖିପାରିବେ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଜିଓ ଟିଭି ଓ ହଟଷ୍ଟାରରେ ଦେଖିବାକୁ ମିଳିପାରିବ ।
Published by: Jagdish Barik
First published: March 21, 2021, 6:43 PM IST