ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IND VS ENG: ମୋଟେରାରେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ! ଜାଣନ୍ତୁ ଏହାର ତିନୋଟି ବଡ଼ କାରଣ

IND VS ENG: ମୋଟେରାରେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ! ଜାଣନ୍ତୁ ଏହାର ତିନୋଟି ବଡ଼ କାରଣ

IND VS ENG: ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ୨୪ ଫେବୃଆରୀରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଦେଶରେ ଗୋଲାପୀ ବଲରେ କେବଳ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ ହୋଇଛି ଓ ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ବିଜୟୀ ମଧ୍ୟ ହୋଇଛି ।

IND VS ENG: ମୋଟେରାରେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ! ଜାଣନ୍ତୁ ଏହାର ତିନୋଟି ବଡ଼ କାରଣ
ମୋଟେରାରେ ଟିମ୍ ଇଣ୍ଡିଆର ବିଜୟ ନିଶ୍ଚିତ!
  • News18 Odia
  • Last Updated: February 21, 2021, 5:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ତୃତୀୟ ଟେଷ୍ଟ ୨୪ ଫେବୃଆରୀରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହି ଟେଷ୍ଟ ଦିବା-ରାତ୍ରୀ ହେବ । ଏହି କାରଣରୁ ଏହା ଗୋଲାପୀ ବଲରେ ଖେଳାଯିବ । ଦେଶରେ ଗୋଲାପୀ ବଲରେ କେବଳ ଗୋଟିଏ ମାତ୍ର ଟେଷ୍ଟ ମ୍ୟାଚ ହୋଇଛି ଓ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ମଧ୍ୟ ଜିତିଛି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ଏହି ମ୍ୟାଚ୍ ଜିତିବା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଏ । ଏହାର ତିନୋଟି ବଡ଼ କାରଣ ଅଛି । ବର୍ତ୍ତମାନ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ୧-୧ ସହିତ ସମାନ ରହିଛି । ସିରିଜର ଅବଶିଷ୍ଟ ଉଭୟ ମ୍ୟାଚ୍ ଉଭୟ ଦଳ ପାଇଁ ବିଶ୍ୱ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ।

ପ୍ରଥମ କାରଣ - ଏପର୍ଯ୍ୟନ୍ତ ଘରୋଇ ମାଟିରେ 6ଟି ଦଳ ଦିବା-ରାତ୍ରୀ ଟେଷ୍ଟ ଖେଳିଛନ୍ତି । ଟିମ୍ ଇଣ୍ଡିଆ ବ୍ୟତୀତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟେଣ୍ଡିଜ୍ ଏହି ମ୍ୟାଚ ଖେଳିଛନ୍ତି । ୱେଷ୍ଟେଣ୍ଡିଜ୍ ବ୍ୟତୀତ ସମସ୍ତେ ଘରୋଇ ମାଟିରେ ଦିବା-ରାତ୍ରୀ ଟେଷ୍ଟ ଜିତିଛନ୍ତି । ଟେଷ୍ଟରେ ୱେଷ୍ଟେଣ୍ଡିଜ୍ ଦଳ ମଧ୍ୟ ଦୁର୍ବଳ ବୋଲି ବିବେଚନା କରାଯାଏ ଓ ଏହାର ବିଶ୍ୱ ମାନ୍ୟତା ୮ ରହିଛି । ଅର୍ଥାତ୍ ଶୀର୍ଷ ଦଳମାନେ ଦିବା-ରାତ୍ରୀ ନିଜ ଘରୋଇ ମାଟିରେ କେବେ ମଧ୍ୟ ହାରି ନାହାଁନ୍ତି । ଭାରତରେ ଟେଷ୍ଟ SG ବଲ୍ ଓ ଇଂଲଣ୍ଡରେ ଡ୍ୟୁକ୍ ବଲ୍ ସହିତ ଖେଳାଯାଏ । ଏହାର ମଧ୍ୟ ଲାଭ ଭାରତକୁ ମିଳିବ ।

ଦ୍ୱିତୀୟ କାରଣ- ମୋଟେରା ଷ୍ଟାଡିୟମରେ ଟେଷ୍ଟରେ ଇଂଲଣ୍ଡ ଦଳ ଭାରତକୁ କେବେବି ପରାସ୍ତ କରିବାରେ ସକ୍ଷମ ହୋଇ ନାହିଁ । ଉଭୟଙ୍କ ମଧ୍ୟରେ ଏହି ଗ୍ରାଉଣ୍ଡରେ ଦୁଇଟି ଟେଷ୍ଟ ଖେଳାଯାଇଛି । ଗୋଟିଏ ମ୍ୟାଚ୍ ଡ୍ର ରହିଥିବା ବେଳେ ଅନ୍ୟ ମ୍ୟାଚକୁ ଟିମ୍ ଇଣ୍ଡିଆ ଜିତିନେଇଥିଲା । ଟିମ୍ ଇଣ୍ଡିଆ ୧୩ ବର୍ଷ ଧରି ମୋଟେରାରେ ହାରିନାହିଁ ଓ ଗତ ତିନୋଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ଜିତିଛି ଓ ଦୁଇଟି ଡ୍ର ରହିଛି । ସ୍ପିନ୍ ବୋଲରଙ୍କ ଅନୁଯାୟୀ ପିଚ୍ ପ୍ରସ୍ତୁତ ହେଉଛି । ଏଭଳି ପରିସ୍ଥିତିରେ ଆର ଅଶ୍ୱିନ ଓ ଅକ୍ଷର ପଟେଲ ପୁଣି ଥରେ ଇଂରାଜୀ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି ।

ତୃତୀୟ କାରଣ- ଟିମ୍ ଇଣ୍ଡିଆ ୯ ବର୍ଷ ଧରି ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ୍ ହରାଇ ନାହିଁ ଓ କ୍ରମାଗତ ୧୨ଟି ସିରିଜ୍ ଜିତିଛି । ଏହି ସମୟ ମଧ୍ୟରେ ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟେଣ୍ଡିଜ୍, ଆଫଗାନିସ୍ତାନ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଦଳକୁ ପରାସ୍ତ କରିଛି । ଅର୍ଥାତ୍ ଗତ ୧୨ ଟି ସିରିଜରୁ ୮ ଟି ଦଳ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଏହା ବ୍ୟତୀତ ଘରେ ଖେଳାଯାଇଥିବା ଶେଷ ସିରିଜରେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ୪-୦ରେ ପରାସ୍ତ କରିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ଡ୍ର ଥିଲା । ଭାରତ ଦୁଇଟି ମ୍ୟାଚକୁ ଇନିଂସ ସହ ଜିତିଥିଲା ।

ଅଶ୍ୱିନ ଓ କୋହଲି ବିଜୟର ହିରୋ ଥିଲେ
ନଭେମ୍ବର-ଡିସେମ୍ବର ୨୦୧୬ ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ସିରିଜରେ ବିରାଟ କୋହଲି ଓ ଆର ଅଶ୍ୱିନ ଦଳର ବିଜୟର ହିରୋ ଥିଲେ । କୋହଲି ହାରାହାରି ୧୦୯ ରେ ମ୍ୟାଚର ୮ଟି ଇନିଂସରେ ସର୍ବାଧିକ ୬୫୫ ରନ୍ ସଂଗ୍ରହ କରିଥିଲେ । ଏହି ସିରିଜରେ ସେ ଦୁଇଟି ଶତକ ଓ ଦୁଇ ଅର୍ଦ୍ଧ ଶତକ ମାରିଥିଲେ । ଏଥି ସହିତ ଅଫ୍ ସ୍ପିନର ଆର ଅଶ୍ୱିନ ସର୍ବାଧିକ ୨୮ଟି ୱିକେଟ୍ ନେଇଥିଲେ । ଏହି ସିରିଜରେ ତିନିଥର ପାଞ୍ଚଟି ଲେଖାଏଁ ୱିକେଟ୍ ନେବା ସହ ଥରେ ୧୦ଟି ୱିକେଟ୍ ନେଇଥିଲେ । ବର୍ତ୍ତମାନର ସିରିଜର ଦୁଇଟି ମ୍ୟାଚରେ ଅଶ୍ୱିନ ୧୭ଟି ୱିକେଟ୍ ନେଇଛନ୍ତି ।
Published by: Jagdish Barik
First published: February 21, 2021, 5:21 PM IST