IND VS ENG: ପ୍ରଥମ ଟେଷ୍ଟ ହାରିବା ସତ୍ତ୍ୱେ ୩-୧ ରେ ସିରିଜ୍ ଜିତିଲା ଭାରତ; ଏମାନେ ହେଉଛନ୍ତି ବିଜୟର ୫ ହିରୋ

ଅହମ୍ମଦାବାଦ ଟେଷ୍ଟରେ (India vs England) ଭାରତ ଏକ ଇନିଂସ ଏବଂ ୨୫ ରନରେ ଇଂଲଣ୍ଡକୁ ପରାସ୍ତ କରି ସିରିଜ୍ ଜିତିନେଇଛି ଓ ଏହା ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିଛି ।

IND VS ENG: ପ୍ରଥମ ଟେଷ୍ଟ ହାରିବା ସତ୍ତ୍ୱେ ୩-୧ ରେ ସିରିଜ୍ ଜିତିଲା ଭାରତ; ଏମାନେ ହେଉଛନ୍ତି ବିଜୟର ୫ ହିରୋ
ପ୍ରଥମ ଟେଷ୍ଟ ହାରିବା ସତ୍ତ୍ୱେ ୩-୧ ରେ ସିରିଜ୍ ଜିତିଲା ଭାରତ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇରେ ପ୍ରଥମ ଟେଷ୍ଟ ହାରିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ଇଂଲଣ୍ଡକୁ ଟେଷ୍ଟ ସିରିଜରେ (India vs England) ୩-୧ ରେ ପରାସ୍ତ କରିଛି । ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଜିତିଥିଲା ଓ ଏହା ପରେ ଅହମ୍ମଦାବାଦରେ ଉଭୟ ଟେଷ୍ଟ ମ୍ୟାଚ୍ ଜିତିନେଇଛି । ଭାରତ ମାତ୍ର ତିନି ଦିନ ମଧ୍ୟରେ ଏକ ଇନିଂସ ଓ ୨୫ ରନରେ ଚତୁର୍ଥ ଟେଷ୍ଟ ମ୍ୟାଚ୍କୁ ଜିତିନେଇଛି । ଏହି ବିଜୟ ସହିତ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି ।

ଏହି ଟେଷ୍ଟ ସିରିଜ୍ ବିଜୟର ସବୁଠାରୁ ବିଶେଷ କଥା ହେଲା ଏଥିରେ ବିଜୟର ହିରୋ ବିରାଟ କୋହଲି - ଚେତେଶ୍ୱର ପୂଜାରା ଓ ରାହାଣେ ନୁହଁନ୍ତି ବରଂ ଯୁବ ଖେଳାଳିମାନେ ଟିମ୍ ଇଣ୍ଡିଆକୁ ବିଜୟ ଦେଇଛନ୍ତି । ଜାଣନ୍ତୁ କେଉଁ ପାଞ୍ଚ ଜଣ ଖେଳାଳି ଟିମ୍ ଇଣ୍ଡିଆର ବିଜୟର ହିରୋ ରହିଛନ୍ତି?

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା

ଟିମ୍ ଇଣ୍ଡିଆର ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାରତର ବିଜୟର ସବୁଠାରୁ ବଡ ହିରୋ ବୋଲି ପ୍ରମାଣିତ ହୋଇଛନ୍ତି । ଅଷ୍ଟ୍ରେଲିଆରେ ଭଲ ପ୍ରଦର୍ଶନ କରିବା ପରେ ଅଫ୍ ସ୍ପିନର ମଧ୍ୟ ଇଂଲଣ୍ଡକୁ ଅସୁବିଧାରେ ପକାଇଥିଲେ । ୪ ଟି ଟେଷ୍ଟ ମ୍ୟାଚ୍ ସିରିଜରେ ଅଶ୍ୱିନ୍ ୩୨ ୱିକେଟ୍ ନେଇଛନ୍ତି । ସେ ସିରିଜରେ ତିନି ଥର ଗୋଟିଏ ଇନିଂସରେ ପାଞ୍ଚତୋ ଲେଖାଏଁ ୱିକେଟ୍ ନେଇଥିଲେ । ଅଶ୍ୱିନଙ୍କ ବୋଲିଂ ସ୍ପିନ୍ ଟ୍ରାକରେ ଇଂଲଣ୍ଡ ପାଇଁ ଏକ କଳଙ୍କ ବୋଲି ପ୍ରମାଣିତ ହୋଇଥିଲା ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀ ମିଶ୍ରଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା ସାହୁ

ଅକ୍ଷର ପଟେଲ ନିଜର ପ୍ରଥମ ଟେଷ୍ଟ ସିରିଜରେ ଚମତ୍କାର ଖେଳ ପଦର୍ଶନ କରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଆଘାତ ହେତୁ ଖେଳିବାକୁ ଅସମର୍ଥ ଏହି ବାମହାତୀ ସ୍ପିନର ଦ୍ୱିତୀୟ ଟେଷ୍ଟରେ ସୁଯୋଗ ପାଇବା ମାତ୍ରେ ନିଜର ତେଜସ୍ୱୀ ପ୍ରଦର୍ଶନ କରିଥିଲେ । ଟେଷ୍ଟ ସିରିଜରେ ଅକ୍ଷର ପଟେଲ ସମୁଦାୟ ୨୭ଟି ୱିକେଟ୍ ନେଇଛନ୍ତି । ଯଦି ଅକ୍ଷର ପଟେଲ ଚାରିଟି ଟେଷ୍ଟ ମ୍ୟାଚ୍ ଖେଳିଥାନ୍ତେ ତେବେ ସେ ଅକ୍ଷର ପଟେଲ ଏହା ଅପେକ୍ଷା ଅଧିକ ୱିକେଟ୍ ନେଇ ପାରିଥାନ୍ତେ । ଅକ୍ଷରଙ୍କ ସଠିକ୍ ଲାଇନ ଆଣ୍ଡ ଲେନ୍ଥ ବୋଲିଂ ଇଂରାଜୀ ବ୍ୟାଟ୍ସମ୍ୟାନଙ୍କୁ ବିବ୍ରତ କରିଥିଲା ଓ ଟିମ୍ ଇଣ୍ଡିଆକୁ ରବିନ୍ଦ୍ର ଜାଡେଜାଙ୍କ ଅଭାବକୁ ବଞ୍ଚିତ କରିବାକୁ ଦେଇ ନଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ରୋହିତ ଶର୍ମା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମେରୁଦଣ୍ଡ ବୋଲି ପ୍ରମାଣିତ ହୋଇଥିଲେ । ଟେଷ୍ଟ ସିରିଜରେ ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଭଳି ଭେଟେରାନଙ୍କ ବ୍ୟାଟିଂ ଶାନ୍ତ ରହିଥିଲା । ଯେଉଁଠାରେ ରୋହିତ ଶର୍ମା ୪ ଟି ମ୍ୟାଚରେ ୩୪୫ ରନ୍ ସଂଗ୍ରହ କରିଥିଲେ । ରୋହିତ ଶର୍ମା ବ୍ୟାଟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ଦେଖବାକୁ ମିଳିଥିଲା ଯେଉଁଥିରେ ତାଙ୍କ ହାରାହାରି ୫୭.୫୦ ଥିଲା ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମଧ୍ୟ ବ୍ୟାଟ୍ ଓ ୱିକେଟ୍ କିପିଂରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ଟେଷ୍ଟ ସିରିଜରେ ହାରାହାରି ୫୪ ରେ ପନ୍ତଙ୍କ ବ୍ୟାଟରୁ ୨୭୦ ରନ୍ ସ୍କୋର ବାହାରିଥିଲା । ଏହା ସହ ପନ୍ତ ୱିକେଟ୍ ପଛରେ ମୋଟ ୧୩ ଟି ଶିକାର କରିଥିଲେ । ଅତ୍ୟଧିକ ଟର୍ନ ନେଉଥିବା ପିଚରେ ପନ୍ତ ୮ ଟି କ୍ୟାଚ୍ ଧରିବା ସହ ୫ ଟି ଷ୍ଟମ୍ପିଂ ମଧ୍ୟ କରିଥିଲେ ।



ଟେଷ୍ଟ ସିରିଜରେ ୱାଶିଂଟନ୍ ସୁନ୍ଦର ଚାରିଟି ଇନିଂସ ଖେଳିଥିଲେ । କିନ୍ତୁ ସେ ଏହି ଅଳ୍ପ ସୁଯୋଗରେ ମଧ୍ୟ ନିଜକୁ ପ୍ରମାଣିତ କରିଥିଲେ । ୭ ଓ ୮ ନମ୍ବରରେ ବ୍ୟାଟିଂ କରି ସୁନ୍ଦର ହାରାହାରି ୯୦ ରୁ ଅଧିକରେ ୧୮୧ ରନ୍ ସଂଗ୍ରହ କରିଥିଲେ । ସୁନ୍ଦର ଦୁଇ ଅର୍ଦ୍ଧଶତକ ହାସଲ କରିଥିଲେ ଓ ଉଭୟ ଥର ସେ କଷ୍ଟ ସମୟରେ ଏହି ଇନିଂସ ଖେଳିଥିଲେ । ଚତୁର୍ଥ ଟେଷ୍ଟରେ ସୁନ୍ଦର ନିଜ ଶତକ ହରାଇ ଅପରାଜିତ ୯୬ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ ।
Published by: Jagdish Barik
First published: March 6, 2021, 6:35 PM IST