IND vs ENG: ଇଂଲଣ୍ଡ ପାରିକୁ ୧୩୪ ରନରେ ସୀମିତ ରଖିଲା ଭାରତ; ପ୍ରଥମ ଇନିଂସରେ ପାଇଲା ବଡ଼ ଅଗ୍ରଣୀ

India vs England: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩୨୯ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଏହା ପରେ ଭାରତୀୟ ବୋଲର ଇଂଲଣ୍ଡକୁ ୧୩୪ ରନରେ ଅଲ ଆଉଟ୍ କରିଦେଇଥିଲେ। ଏହା ଯୋଗୁଁ ଆୟୋଜକ ଭାରତୀୟ ଦଳ ୧୯୫ ରନର ଏକ ବଡ଼ ଅଗ୍ରଣୀ ହାସଲ କରିଛି ।

IND vs ENG: ଇଂଲଣ୍ଡ ପାରିକୁ ୧୩୪ ରନରେ ସୀମିତ ରଖିଲା ଭାରତ; ପ୍ରଥମ ଇନିଂସରେ ପାଇଲା ବଡ଼ ଅଗ୍ରଣୀ
ଇଂଲଣ୍ଡ ପାରିକୁ ୧୩୪ ରନରେ ସୀମିତ ରଖିଲା ଭାରତ
  • News18 Odia
  • Last Updated: February 14, 2021, 4:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ (India vs England) ବିପକ୍ଷରେ ଭାରତ ୩୨୯ ରନ୍ ସଂଗ୍ରହ କରିଥିଲା । ଏହା ପରେ ସେ ଇଂଲଣ୍ଡକୁ ୧୩୪ ରନରେ ଅଲ ଆଉଟ୍ କରିଦେଇଛି । ରବିଚନ୍ଦ୍ରନ ଅଶ୍ୱିନ ଭାରତରୁ ସର୍ବାଧିକ ୫ଟି ୱିକେଟ୍ ନେଇଛନ୍ତି । ଆୟୋଜକ ଭାରତୀୟ ଦଳ ଇଂଲଣ୍ଡକୁ ଅଲଆଉଟ କରି ୧୯୫ ରନର ଏକ ବଡ଼ ଅଗ୍ରଣୀ ହାସଲ କରିଛି । ଚେନ୍ନାଇର ଟର୍ନିଂ ଟ୍ରାକରେ ଏହି ବିଶାଳ ଅଗ୍ରଣୀ ନିର୍ଣ୍ଣାୟକ ହେବାକୁ ଯାଉଛି । ଭାରତ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ହାରିଯାଇଛି । ଦଳ ଦ୍ୱିତୀୟ ଟେଷ୍ଟ ଜିତି ସିରିଜରେ ବରାବର କରିପାରନ୍ତି ।

ଶନିବାରରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଭାରତ ୬ ଟି ୱିକେଟ୍ ହରାଇ ୩୦୦ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ଦିନରେ ଭାରତୀୟ ଦଳ ମାତ୍ର ୨୯ ରନ୍ ସ୍କୋର ଯୋଡି ଅଲଆଉଟ ହୋଇ ଯାଇଥିଲା । ରୋହିତ ଶର୍ମା ଭାରତ ପାଇଁ ପ୍ରଥମ ଦିନରେ ୧୬୧ ରନର ଏକ ସୁପର ଇନିଂସ ଖେଳିଥିଲେ । ଭାରତକୁ ୩୨୯ ରନରେ ପହଞ୍ଚାଇବା ପାଇଁ ଋଷଭ ପନ୍ତ ଦ୍ୱିତୀୟ ଦିନରେ ଭଲ ବ୍ୟାଟିଂ କରିଥିଲେ । ସେ ୫୮ ରନ୍ ସ୍କୋର କରିବା ପରେ ଆଉଟ ହୋଇ ଯାଇଥିଲା ।

ଭାରତର ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହାର ଫଳାଫଳରେ ଇଂଲଣ୍ଡକୁ ମାତ୍ର ଦ୍ୱିତୀୟ ଇନିଂସରେ ୧୩୪ ରନରେ ସୀମିତ ରଖିଥିଲା । ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ସର୍ବାଧିକ ପାଞ୍ଚଟି ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । ଇଂଲଣ୍ଡ ତରଫରୁ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବେନ୍ ଫକ୍ସ (୪୨) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ । ଓଲି ପୋପ୍ ୨୨, ବେନ୍ ଷ୍ଟୋକ୍ସ ୧୮ ଓ ଡୋମ ସିବିଲି ୧୬ ସ୍କୋର କରିଥିଲେ ।

ରବିଚନ୍ଦ୍ରନ୍ ଅଶ୍ୱିନ୍ ନିଜ କରିୟରରେ ୨୯ ତମ ଥର ପାଇଁ ଗୋଟିଏ ଇନିଂସରେ ୫ କିମ୍ବା ଏହାଠାରୁ ଅଧିକ ୱିକେଟ୍ ନେଇଛନ୍ତି । ସେ ଏପର୍ଯ୍ୟନ୍ତ ୭୬ ଟି ଟେଷ୍ଟ ମ୍ୟାଚରେ ୩୯୧ ୱିକେଟ୍ ନେଇ ସାରିଛନ୍ତି । ସର୍ବାଧିକ ୱିକେଟ୍ ଦୃଷ୍ଟିରୁ ଅଶ୍ୱିନ୍ ୧୭ ନମ୍ବରରେ ଅଛନ୍ତି । ଆଜି ସେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମାଖାୟା ଆଣ୍ଟିନିଙ୍କୁ ପଛରେ ପକାଇ ୧୦୧ ଟି ଟେଷ୍ଟରେ ୩୯୦ ୱିକେଟ୍ ନେଇଥିଲେ ।
Published by: Jagdish Barik
First published: February 14, 2021, 4:30 PM IST