IND vs ENG: ଆଜି ମୋଟେରାରେ ଦିବା-ରାତ୍ରୀ ଟେଷ୍ଟ; ଜାଣନ୍ତୁ ପିଚ୍, ପ୍ଲେଇଂ XI ଓ ପାଣିପାଗର ସ୍ଥିତି

IND vs ENG, Ahmedabad Pink Ball Test: ସାଧାରଣ ଭାବେ ବିଶ୍ୱାସ କରାଯାଏ ଯେ ଦିବା-ରାତ୍ରୀ ଟେଷ୍ଟରେ ପେସ୍ ଆଟାକକୁ ଅଧିକ ସଫଳତା ମିଳିଥାଏ । କିନ୍ତୁ ଏହା ପିଚ୍ ଉପରେ ଥିବା ଘାସର ଉପସ୍ଥିତି ଉପରେ ନିର୍ଭର କରିବ । କିନ୍ତୁ ଇଂଲଣ୍ଡର ପାଖରେ ଯେଉଁ ପ୍ରକାର ପେସ୍ ଆଟାକ ଅଛି ତାହାକୁ ଦୃଷ୍ଟିରେ ରଖି ପିଚ୍ କ୍ୟୁରେଟରମାନେ ଅଧିକ ଘାସ ଛାଡିବେ ନାହିଁ ।

IND vs ENG: ଆଜି ମୋଟେରାରେ ଦିବା-ରାତ୍ରୀ ଟେଷ୍ଟ; ଜାଣନ୍ତୁ ପିଚ୍, ପ୍ଲେଇଂ XI ଓ ପାଣିପାଗର ସ୍ଥିତି
ଆଜି ମୋଟେରାରେ ଦିବା-ରାତ୍ରୀ ଟେଷ୍ଟ ମ୍ୟାଚ ଖେଳାଯିବ
  • News18 Odia
  • Last Updated: February 24, 2021, 9:23 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଅହମ୍ମଦାବାଦର ନବ ନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ହେଉଛି ଦିବା-ରାତ୍ରୀ ଟେଷ୍ଟ ଯାହାକୁ ଗୋଲାପୀ ବଲ ସହିତ ଖେଳାଯିବ । ଏହା ଭାରତରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିବା-ରାତ୍ରୀ ଟେଷ୍ଟ ହେବ । ଏହାପୂର୍ବରୁ ଭାରତ କୋଲକାତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଦିବା-ରାତ୍ରୀ ଟେଷ୍ଟ ଖେଳିଥିଲା । ଏହି ଟେଷ୍ଟ ମ୍ୟାଚରେ ଭାରତ ବିଜୟଲାଭ କରିଥିଲା । ଅହମ୍ମଦାବାଦ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର କାରଣ ଏଠାରେ କ୍ରିକେଟରମାନେ ଅନେକ ବିଶେଷ ସଫଳତା ହାସଲ କରିଛନ୍ତି । ସୁନୀଲ ଗାଭାସ୍କର ଏଠାରେ 10,000 ଟେଷ୍ଟ ରନ୍ ପୂରଣ କରିଥିବାବେଳେ କପିଲ ଦେବ ଏଠାରେ 83 ରନ୍ ଦେଇ ନଅଟି ୱିକେଟ୍ ନେଇ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ପରେ ରିଚାର୍ଡ ହେଡଲିଙ୍କ ସର୍ବୋଚ୍ଚ ଟେଷ୍ଟ ୱିକେଟ୍ ରେକର୍ଡ ମଧ୍ୟ ଏହି ଗ୍ରାଉଣ୍ଡରେ ଭାଙ୍ଗିଥିଲା ।

ଏହି ସିରିଜର ଦୁଇଟି ମ୍ୟାଚ୍ ଏପର୍ଯ୍ୟନ୍ତ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଛି । ଚେନ୍ନାଇରେ ଉଭୟ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଭାରତ ଓ ଇଂଲଣ୍ଡ ଗୋଟିଏ ଗୋଟିଏ ଲେଖାଏଁ ମ୍ୟାଚରେ ଜିତିଛନ୍ତି । ଉଭୟ ଦଳ ବିଜୟ ସହ ୧-୧ ପଏଣ୍ଟ ସିରିଜରେ ବରାବର ରହିଛନ୍ତି । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୨୨୭ ରନ୍ ଜିତିଥିଲା । ଏଥି ସହିତ ଭାରତ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୧୭ ରନରେ ଜିତିଥିଲା । ମ୍ୟାଚ୍ ପୂର୍ବରୁ ପିଚ୍, ପାଣିପାଗ, ସମ୍ଭାବ୍ୟ ଏକାଦଶ ଖେଳାଳୀ ଓ ଏଠାରେ ଉଭୟ ଦଳର ଲାଇଭ୍ ଷ୍ଟ୍ରିମିଂ ବିଷୟରେ ଜାଣନ୍ତୁ ।

ପିଚ୍ ରିପୋର୍ଟ:
ଦିବା-ରାତ୍ରୀ ଟେଷ୍ଟରେ ସିମ୍ ଓ ସୁଇଙ୍ଗ୍ ପ୍ରାୟତ କ୍ୟୁରେଟରମାନଙ୍କ ଦ୍ୱାରା ସମର୍ଥିତ । ଯେଉଁମାନେ ପିଚ୍ ଉପରେ ଅତିରିକ୍ତ ଘାସ ଛାଡିଥା’ନ୍ତି । ଯାହା ଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ ଗୋଲାପୀ ବଲ୍ କଠିନ ରହିଥାଏ ଓ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ଉଜ୍ଜ୍ୱଳତା ବଜାୟ ରଖେ । ଟେଷ୍ଟ ମ୍ୟାଚ୍ ଆରମ୍ଭ ପୂର୍ବରୁ ମୋଟେରା ପିଚରେ ଏତେ ଘାସ ଥିଲା ଯେ ପିଚ୍ ଓ ଗ୍ରାଉଣ୍ଡ ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟସାଧ୍ୟ ଥିଲା । କିନ୍ତୁ ପୂର୍ବ ଦିନ ପର୍ଯ୍ୟନ୍ତ ଅନେକ ଘାସ ହଟାଯାଇଥିଲା । ଏହା ପରେ ଅନୁମାନ କରାଯାଇପାରେ ଯେ ମ୍ୟାଚ୍ ପୂର୍ବରୁ ଏଥିରେ ଅଧିକ ଘାସ ରହିବ ନାହିଁ । ପିଚ୍ ଦ୍ରୁତ ବୋଲରମାନଙ୍କ ପାଇଁ ଡିଜାଇନ୍ କରାଯାଇଛି ଯେଉଁଥିରେ ଘାସର ପରିମାଣ ଅଧିକ ରଖାଯାଇଛି । ଏହା ସହିତ ସ୍ପିନରମାନେ ମଧ୍ୟ ଏହି ପିଚରେ ଟର୍ନ ପାଇବାକୁ ଆଶା କରିପାରନ୍ତି । ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ସୂଚନା ଦେଇ କହିଛନ୍ତି ଯେ ଏହି ପିଚ୍‌ରେ ସ୍ପିନରମାନେ ସହାୟତା ପାଇବେ । ଯଦିଓ ଏଠାରେ ଏକ ବ୍ୟାଟିଂ ପୃଷ୍ଠଭୂମି ଅଛି ଓ ବ୍ୟାଟ୍ସମ୍ୟାନ୍ମାନେ ଏହି ପିଚରେ ଉଚ୍ଚମାନର ଖେଳ ଦେଖାଇପାରିବେ । ରାତିରେ କାକର ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇଯିବ । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବା ଏକ ଲାଭଜନକ ଡିଲ୍ ହେବ ।

ପାଣିପାଗର ସ୍ଥିତି
ଦିବା-ରାତ୍ରୀ ଟେଷ୍ଟ ଅପରାହ୍ନ ୦୨.୩୦ ରୁ ଆରମ୍ଭ ହେବ ଯେତେବେଳେ ସୂର୍ଯ୍ୟ ଶିଖରରେ ରହିଥିବା । କିନ୍ତୁ ସନ୍ଧ୍ୟା ଆସିବା ସହିତ ପାଗ ଆନନ୍ଦଦାୟକ ହେବ କିନ୍ତୁ ଏହାପୂର୍ବରୁ ଖେଳାଳିମାନଙ୍କୁ ପ୍ରବଳ ଉତ୍ତାପରେ ସେସନ ଆରମ୍ଭ କରିବାକୁ ପଡିବ । ଅନ୍ତିମ ସେସନରେ କାକର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି ସମୟରେ ସ୍ଲୋ ବୋଲରଙ୍କ ପାଇଁ ବଲ ଉପରେ କାବୁ କରିବା ସହଜ ହେବ ନାହିଁ ।

ଉଭୟ ଦଳର ସମ୍ଭାବ୍ୟ ଏକାଦଶ ଖେଳାଳି:

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଭାରତର ସମ୍ଭାବ୍ୟ ଏକାଦଶ ଖେଳାଳି:
ରୋହିତ ଶର୍ମା (ଉପ ଅଧିନାୟକ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଜସପ୍ରୀତ ବୁମ୍ରା, ଉମେଶ ଯାଦବ, ଇଶାନ୍ତ ଶର୍ମା

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପାଇଁ ଇଂଲଣ୍ଡର ସମ୍ଭାବ୍ୟ ଏକାଦଶ ଖେଳାଳି:
ଜ୍ୟାକ୍ କ୍ରୋଲେ, ଡୋମିନିକ୍ ସିବିଲି, ଜନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ବେନ୍ ଫକ୍ସ (ୱିକେଟ୍ କିପର), ଓଲି ପୋପ୍, ଡୋମ ବେସ୍, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସନ

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ କେବେ ଓ କେଉଁଠାରେ ଖେଳାଯିବ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ୨୪ ଫେବୃଆରୀ (ବୁଧବାର) ରୁ ଅହମ୍ମଦାବାଦ ମୋଟେରା କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୦୨.୩୦ ରୁ ଆରମ୍ଭ ହେବ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଲାଇଭ୍ ଟେଲିକାଷ୍ଟ ଓ ଲାଇଭ୍ ଷ୍ଟ୍ରିମିଂ ଆପଣ କେଉଁଠାରେ ଦେଖିପାରିବେ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚର ଟେଲିକାଷ୍ଟ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ହେବ । ଏହି ସମୟରେ ଆପଣ ଜିଓ ଟିଭି ଓ ଏୟାରଟେଲ ଟିଭିରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ ।
Published by: Jagdish Barik
First published: February 24, 2021, 9:23 AM IST