IND vs ENG Podcast: ଭାରତ ପାଖରେ ଇଂଲଣ୍ଡଠାରୁ ପ୍ରତିଶୋଧ ନେବାକୁ ଏକ ବଡ଼ ସୁଯୋଗ; ଆସନ୍ତାକାଲି ଠାରୁ ଚେନ୍ନାଇ ଟେଷ୍ଟ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଦୁଇଟି ସିରିଜ୍ ଦର୍ଶାଏ ଯେ ଯେତେବେଳେ ଏହି ଦଳମାନେ ନିଜ ଦେଶରେ ଖେଳୁଥାନ୍ତି ସେତବେଳେ ସେମାନଙ୍କୁ ଚ୍ୟାଲେଞ୍ଜ କରିବା କଷ୍ଟକର ହୋଇଯାଏ । ୨୦୧୬ ଘରୋଇ ସିରିଜରେ ଭାରତ ଇଂଲଣ୍ଡକୁ ୪-୦ ରେ ପରାସ୍ତ କରିସାରିଛି ।

IND vs ENG Podcast: ଭାରତ ପାଖରେ ଇଂଲଣ୍ଡଠାରୁ ପ୍ରତିଶୋଧ ନେବାକୁ ଏକ ବଡ଼ ସୁଯୋଗ; ଆସନ୍ତାକାଲି ଠାରୁ ଚେନ୍ନାଇ ଟେଷ୍ଟ
ଆସନ୍ତାକାଲି ଠାରୁ ଚେନ୍ନାଇ ଟେଷ୍ଟ
  • News18 Odia
  • Last Updated: February 4, 2021, 3:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଇଂଲଣ୍ଡର ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି ଓ ଆମେ ଆମର ପୋଡକାଷ୍ଟ ସହିତ ପୁଣି ଥରେ ଉପସ୍ଥିତ । ଭାରତ-ଅଷ୍ଟ୍ରେଲିଆ ସିରିଜରେ ଆମେ ଦେଖିଥିଲୁ ଛୋଟ ଫର୍ମାଟର ଲୋକପ୍ରିୟତା ଯୁଗରେ ଟେଷ୍ଟ କ୍ରିକେଟ୍ କେତେ ରୋମାଞ୍ଚକର ହୋଇପାରେ । ବର୍ତ୍ତମାନ ଏହା ଭାରତ ଓ ଇଂଲଣ୍ଡର (India vs England) ପର୍ଯ୍ୟାୟ । ନିକଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଘରକୁ ଫେରିଛି । ଇଂଲଣ୍ଡ ଦଳ ଶ୍ରୀଲଙ୍କାକୁ ପରାସ୍ତ କରିବା ପରେ ଭାରତ ଆସିଛି । ଏଭଳି ପରିସ୍ଥିତିରେ କ୍ରିକେଟରେ ବହୁଭାଳି ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ଚମତ୍କାର ମ୍ୟାଚ୍ ଆଶା କରିପାରନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ଟି ଟେଷ୍ଟ, ୩ ଟି ODI ଏବଂ ୫ ଟି -୨୦ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଟେଷ୍ଟ ମ୍ୟାଚ୍ ସହିତ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ୫ ଫେବୃଆରୀରୁ ଖେଳାଯିବ । ଚେନ୍ନାଇ ପିଚ୍ ସ୍ପିନରମାନଙ୍କ ପାଇଁ ସର୍ବଦା ସହାୟକ ହୋଇଥାଏ । ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ଆୟୋଜକ ଭାରତର ପଲ୍ଲା ଭାରି ରହିଛି । ସଞ୍ଜୟ ବାନାର୍ଜୀ ଏହି ମ୍ୟାଚ୍ ଓ ସିରିଜ୍ (India vs England 2021) ବିଷୟରେ ନ୍ୟୁଜ୍ 18 ର ସ୍ୱତନ୍ତ୍ର ପୋଡକାଷ୍ଟ 'ସ୍ପୋର୍ଟସ୍ ବୁଲେଟିନ୍- ସୁନୋ ଦିଲ୍ ସେ'ରେ ଆକର୍ଷଣୀୟ ସୂଚନା ଆଣିଛନ୍ତି ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଶେଷ ଦୁଇଟି ସିରିଜ୍ ଦର୍ଶାଏ ଯେ ଯେତେବେଳେ ଏହି ଦଳମାନେ ନିଜ ଦେଶରେ ଖେଳୁଥାନ୍ତି ସେତବେଳେ ସେମାନଙ୍କୁ ଚ୍ୟାଲେଞ୍ଜ କରିବା କଷ୍ଟକର ହୋଇଯାଏ । ୨୦୧୬ ଘରୋଇ ସିରିଜରେ ଭାରତ ଇଂଲଣ୍ଡକୁ ୪-୦ ରେ ପରାସ୍ତ କରିସାରିଛି । ଏଥି ସହିତ ଇଂଲଣ୍ଡ ଦୁଇ ବର୍ଷ ପରେ ଭାରତକୁ ୪–୧ ରେ ପରାସ୍ତ କରିଥିଲା । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଭାରତ ବର୍ତ୍ତମାନ ଏକ ବଡ଼ ସୁଯୋଗ ପାଇଛି ।

ପ୍ରାୟ ଏକ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ହେଉଛି ଯେତବେଳେ ଭାରତୀୟ ଦଳ ନିଜ ଘରେ ଏକ କ୍ରିକେଟ ମ୍ୟାଚ୍ ଖେଳିବ । ଗତ ବର୍ଷ ଦକ୍ଷିଣ ଆଫ୍ରିକା ଦଳ ମାର୍ଚ୍ଚରେ ଭାରତ ଆସିଥିଲା । କିନ୍ତୁ ସେତବେଳେ ସେହି ସମୟ ଥିଲା ଯେତେବେଳେ କରୋନା ଭୂତାଣୁ ଦେଶ ତଥା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଥିଲା । ଏହି କାରଣରୁ ଭାରତ ଓ ଦକ୍ଷିଣ ଆଫ୍ରିକାର ସିରିଜ୍ ମଝିରୁ ଅଟକାଇବାକୁ ପଡିଥିଲା ଓ ଅତିଥି ଦଳ କ୍ରିକେଟ ମ୍ୟାଚ ଛାଡି ନିଜ ଘରକୁ ଫେରି ଯାଇଥିଲେ । ଏହା ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ନିଜ ଘରେ ଖେଳିବାର ସୁଯୋଗ ପାଇଛି ।
Published by: Jagdish Barik
First published: February 4, 2021, 3:05 PM IST