Ind vs Eng 4th Test Day 1: ପୁଣି କମାଲ୍ କଲେ ଅକ୍ଷର ପଟେଲ୍; ଇଂଲଣ୍ଡ୍ ୨୦୫ରେ ଅଲ୍-ଆଉଟ୍

ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ଅକ୍ଷର ପଟେଲଙ୍କ ବୋଲିଂ ସାମନାରେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ପଟେଲ ସର୍ବାଧିକ ଚାରି ୱିକେଟ୍ ନେଇଥିଲେ । ଆର୍ ଅଶ୍ୱିନ୍ ତିନିଟି ୱିକେଟ୍ ନେଇଥିଲେ ।

Ind vs Eng 4th Test Day 1: ପୁଣି କମାଲ୍ କଲେ ଅକ୍ଷର ପଟେଲ୍; ଇଂଲଣ୍ଡ୍ ୨୦୫ରେ ଅଲ୍-ଆଉଟ୍
ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୦୫ ରନରେ ଅଲ୍-ଆଉଟ୍ ହୋଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଅହମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର (India Vs England Test Series) ଚତୁର୍ଥ ତଥା ଶେଷ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ (Narendra Modi Stadium) ଖେଳାଯାଉଛି । ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୦୫ ରନରେ ଅଲ୍‌-ଆଉଟ୍ ହୋଇଛି ।

ଆଉଟ୍ ହୋଇଥିବା ଶେଷ ବ୍ୟାଟ୍ସମ୍ୟାନ୍ ଥିଲେ ଜ୍ୟାକ୍ ଲିଚ୍ । ସେ ଆର ଅଶ୍ୱିନଙ୍କ (R Ashwin) ଦ୍ୱାରା ଏଲ୍‌.ବି.ଡବ୍ଲୁ. (LBW) ହୋଇଥିଲେ । ମାତ୍ର ସାତ ରନ୍ ସ୍କୋର କରିବା ପରେ ଲିଚ୍ ଆଉଟ୍ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୫୫ ରନ୍ ସ୍କୋର କରିଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ‘‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ,’’ ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ଭାରତରୁ ଅକ୍ଷର ପଟେଲ (Akshar Patel) ସର୍ବାଧିକ ଚାରି ୱିକେଟ୍ ନେଇଥିଲେ । ଆର୍‌ ଅଶ୍ୱିନ୍‌ ତିନିଟି ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ ଇଂଲଣ୍ଡର ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ ।

ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ପୁଣି ଥରେ ଅକ୍ଷର ପଟେଲଙ୍କ ବୋଲିଂ ସାମନାରେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ୭୧ତମ ଓଭରରେ ଅକ୍ଷର ଦୁଇଟି ୱିକେଟ୍ ନେଇଥିଲେ । ଓଭରର ପ୍ରଥମ ବଲରେ ସେ ଲରେନ୍ସଙ୍କୁ ପନ୍ତଙ୍କ ହାତରେ ଷ୍ଟମ୍ପ୍‌ କରାଇଥିଲେ । ମାତ୍ର ୪୬ ରନ୍ କରି ଲରେନ୍ସ ଆଉଟ୍‌ ହୋଇଯାଇଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ସୋସିଆଲ୍ ମିଡ଼ିଆରେ ନିଜ ନଗ୍ନ ଫଟୋ ଛାଡ଼ି ଓଡ଼ିଆ ଅଭିନେତ୍ରୀ ଇଣ୍ଟରନେଟରେ ନିଆଁ ଲଗାଇଲେ

ଏହା ପରେ ପଟେଲ୍‌ ଚତୁର୍ଥ ବଲରେ ବେସଙ୍କ ୱିକେଟ୍ ନେଇଥିଲେ । ବେସ୍‌ LBW ହୋଇ ଆଉଟ୍‌ ହୋଇଥିଲେ । ମାତ୍ର ତିନି ରନ୍ ସ୍କୋର କରିବା ପରେ ସେ ଆଉଟ୍‌ ହୋଇଯାଇଥିଲେ । ସେତେବେଳେ ଇଂଲଣ୍ଡର ସ୍କୋର୍‌ ଥିଲା ୧୮୯-୯ ।

ଇଂଲଣ୍ଡର ପ୍ରଥମ ଇନିଂସର ସ୍କୋରକାର୍ଡ:
ବ୍ୟାଟ୍ସମ୍ୟାନ୍ ଆଉଟ୍‌ କେମିତି ହେଲେ ରନ୍‌ ବଲ୍ ଚୌକା ଛକ୍କା
ଜାକ କ୍ରଲ୍ଲି c Siraj b Axar ୩୦
ଡୋମିନିକ୍ ସିବିଲି b ଆକ୍ସର |
ଜନି ବେୟାରଷ୍ଟୋ lbw b Siraj ୨୮ ୬୭
ଜୋ ରୁଟ୍ lbw b Siraj
ବେନ୍ ଷ୍ଟୋକ୍ସ lbw b ସୁନ୍ଦର ୫୫ ୧୨୧
ଓଲି ପୋପ୍ c ଗିଲ୍ b ଅଶ୍ୱିନ୍ | ୮୭
ଡାନିଏଲ୍ ଲରେନ୍ସ st Pant b Axar | ୪୬ ୭୪
ବେନ୍ ଫୋକ୍ସ୍ c ରାହାନେ ବି ଅଶ୍ୱିନ୍ | ୧୨
ଡୋମିନିକ୍ ବେସ୍ lbw b ଆକ୍ସର | ୧୬
ଜ୍ୟାକ୍ ଲିଚ୍ lbw b ଅଶ୍ୱିନ୍ | ୧୭ 0
ଜେମ୍ସ ଆଣ୍ଡରସନ୍ ବାହାରେ ନୁହେଁ ୧୦ ୧୫ 0
ସମୁଦାୟ: ୭୫.୫ ଓଭରରେ ୨୦୫-୧୦
ବୋଲର ଓଭର୍‌ ମେଡେନ୍‌ ରନ୍‌ ୱିକେଟ୍
ଇଶାନ୍ତ ଶର୍ମା ୧୯ 0
ମହମ୍ମଦ ସିରାଜ ୧୪ ୪୫
ଅକ୍ଷର ପଟେଲ ୨୬ ୬୮
ଆର ଅଶ୍ୱିନ୍ ୧୯.୫ ୪୭
ୱାଶିଂଟନ୍ ସୁନ୍ଦର ୧୪



ଟସ୍ ଜିତିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ।
Published by: Anand Shankar Thankur Das
First published: March 4, 2021, 4:31 PM IST