Ind vs Eng, 1st ODI: କ୍ରୁନାଲ ପାଣ୍ଡ୍ୟା କରିପାରନ୍ତି ଡେବ୍ୟୁ; ଜାଣନ୍ତୁ ଭାରତ ଓ ଇଂଲଣ୍ଡର ସମ୍ଭାବ୍ୟ ପ୍ଲେଇଂ XI

ଭାରତ ଓ ଇଂଲଣ୍ଡ (India vs England) ମଧ୍ୟରେ ମାର୍ଚ୍ଚ ୨୩ ଠାରୁ ପୁଣେରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହି ସିରିଜ୍ ପାଇଁ ଉଭୟ ଦଳ ପୁଣେରେ ପହଞ୍ଚିଛନ୍ତି ।

Ind vs Eng, 1st ODI: କ୍ରୁନାଲ ପାଣ୍ଡ୍ୟା କରିପାରନ୍ତି ଡେବ୍ୟୁ; ଜାଣନ୍ତୁ ଭାରତ ଓ ଇଂଲଣ୍ଡର ସମ୍ଭାବ୍ୟ ପ୍ଲେଇଂ XI
ଭାରତ ଓ ଇଂଲଣ୍ଡର ସମ୍ଭାବ୍ୟ ପ୍ଲେଇଂ XI
  • News18 Odia
  • Last Updated: March 22, 2021, 12:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଓ ଟି-୨୦ ସିରିଜ୍ ଜିତିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଧ୍ୟାନ ସମ୍ପୂର୍ଣ୍ଣ ରୂପେ ଦିନିକିଆ ସିରିଜ୍ ଉପରେ ରହିଛି । ୨୩ ମାର୍ଚ୍ଚରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦିନିକିଆରେ ବିଶ୍ୱର ଦୁଇ ନମ୍ବରରେ ଥିବା ଭାରତ ଓଏନ୍ ମୋର୍ଗାନଙ୍କ ଏକ ନମ୍ବର ଦଳକୁ ଭେଟିବ । ଉଭୟଙ୍କ ମଧ୍ୟରେ ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହି ସିରିଜରେ କୋହଲିଙ୍କ ଦଳ ନିଜର ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରୁଥିବାବେଳେ ଇଂଲଣ୍ଡ ଦଳ ବିଜୟ ଟ୍ରାକକୁ ଫେରିବାକୁ ଚାହିଁବ ।କାରଣ ଏହି ସମୟ ମଧ୍ୟରେ ସେମାନଙ୍କର ଆଇସିସି ମାନ୍ୟତା ମଧ୍ୟ ବିପଦରେ ରହିବ । ଯଦି ଆମେ ପ୍ରଥମ ଦିନିକିଆ ପାଇଁ ଉଭୟ ଦଳର ଏକାଦଶ ଖେଳିବା ବିଷୟରେ କଥା ହେବା । ତେବେ ଉଭୟ ଦଳରେ ବଡ ପରିବର୍ତ୍ତନ ହେବାର ସମ୍ଭାବନା କମ୍ । ଉଭୟ ଦଳରେ କେବଳ ଗୋଟିଏ କିମ୍ବା ଦୁଇଟି ପରିବର୍ତ୍ତନ ଦୃଶ୍ୟମାନ ହେଉଛି ।

ଟିମ୍ ଇଣ୍ଡିଆ ବିଷୟରେ କଥାବାର୍ତ୍ତା କରିବାକୁ ଗଲେ ଓପନର୍ କେ.ଏଲ୍ ରାହୁଲଙ୍କ ବ୍ୟତୀତ ସମସ୍ତଙ୍କ ବ୍ୟାଟ୍ସମ୍ୟାନ ମାନେ ସ୍କୋର କରୁଛନ୍ତି । ଇଂଲଣ୍ଡ ବିପକ୍ଷ ଚାରି ଟି-୨୦ ମ୍ୟାଚରେ ରାହୁଲ ମାତ୍ର ୧୫ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ତେବେ ଶେଷ ଦିନିକିଆରେ ସେ କେବଳ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ଇନିଂସ ଖେଳି ନାହାଁନ୍ତି ବରଂ ୱିକେଟ୍ କିପିଂରେ ମଧ୍ୟ ଚମତ୍କାର କାର୍ଯ୍ୟ କରିଥିଲେ । ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଏକଦିବସୀୟ କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି । ବିଜୟ ହଜାରେ ଟ୍ରଫି ଟୁର୍ନାମେଣ୍ଟରେ ସେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗୋଆ ବିପକ୍ଷରେ 71, ତ୍ରିପୁରା ବିପକ୍ଷରେ ୧୨୭, ହାଇଦ୍ରାବାଦ ବିପକ୍ଷରେ ୫୫ ଓ ଛତିଶଗଡ଼ ବିପକ୍ଷରେ ୧୩୩ ନଟ ଆଉଟ ଇନିଂସ ଖେଳିଥିଲେ ।

ଏଥି ସହିତ ଜୋଫ୍ରା ଆର୍ଚର ରୂପରେ ଇଂଲଣ୍ଡ ଦଳରେ ପରିବର୍ତ୍ତନ ହେବ । ଆର୍ଚର ଆହତ ହୋଇଛନ୍ତି ଓ ସେ ଦିନିକିଆ ଦଳରୁ ବାଦ ପଡିଛନ୍ତି । ଏଭଳି ପରିସ୍ଥିତିରେ ଇଂଲଣ୍ଡ ଦଳ ଟି-୨୦a ସିରିଜରେ ଏକ ଚମତ୍କାର ପ୍ରଦର୍ଶନ କରିଥିବା ମାର୍କ ଉଡ଼ଙ୍କୁ ସୁଯୋଗ ଦେଇପାରେ ।

ଭାରତର ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା, କେ.ଏଲ୍ ରାହୁଲ / ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ୍ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଟି ନଟରାଜନ୍, ଶାର୍ଦ୍ଦୁଲ ଠାକୁର, ୟୁଜଭେନ୍ଦ୍ର ଚହଲ ।

ଇଂଲଣ୍ଡର ସମ୍ଭାବ୍ୟ ଏକାଦଶ: ଓଏନ୍ ମୋର୍ଗାନ୍, ଜୋସ୍ ବଟଲର, ଡେଭିଡ ମାଲାନ, ସାମ୍ ବିଲିଙ୍ଗସ୍, ମାର୍କ ଉଡ଼, ସାମ୍ କୁରେନ୍, ଟମ୍ କୁରେନ୍, ଆଦିଲ୍ ରସିଦ୍, ଜେସନ୍ ରଏ, ବେନ୍ ଷ୍ଟକ୍, କ୍ରିସ୍ ଜୋର୍ଡାନ୍
Published by: Jagdish Barik
First published: March 22, 2021, 11:26 AM IST