IND vs AUS: ଆଜି ପାକିସ୍ତାନର ସବୁଠାରୁ ବଡ଼ ଟି-୨୦ ରେକର୍ଡ ଭାଙ୍ଗିପାରେ ବିରାଟ କୋହଲିଙ୍କ ଦଳ
ବିରାଟ କୋହଲିଙ୍କ (Virat Kohli) ନେତୃତ୍ୱରେ ଟିମ୍ ଇଣ୍ଡିଆ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ପଡିଆକୁ ଓଲ୍ହାଇବ ।

ଆଜି ପାକିସ୍ତାନର ସବୁଠାରୁ ବଡ଼ ଟି-୨୦ ରେକର୍ଡ ଭାଙ୍ଗିପାରେ ବିରାଟ କୋହଲିଙ୍କ ଦଳ
- News18 Odia
- Last Updated: December 6, 2020, 10:28 AM IST
ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆ (Team India) ନିଜର ସମସ୍ତ ଶେଷ ୯ଟି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ବିଜୟଲାଭ କରିଛି । ଏହି ୯ଟି ମ୍ୟାଚରେ ଦଳ ସୁପର ଓଭରରେ ଦୁଇଟି ମ୍ୟାଚ୍ ଜିତିଥିଲା । ଶୁକ୍ରବାର ଦିନ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି -୨୦ ମ୍ୟାଚ୍ ଜିତିବା ପରେ ବିରାଟ କୋହଲି ଆଣ୍ଡ କୋ ବର୍ତ୍ତମାନ ସିରିଜକୁ କାବୁ କରିବା ପାଇଁ ନୁହେଁ ବରଂ ଟି-୨୦ କ୍ରିକେଟରେ ପାକିସ୍ତାନର ବଡ଼ ରେକର୍ଡ ଭାଙ୍ଗିବାକୁ ମଧ୍ୟ ନଜର ରଖିଛନ୍ତି ।
କାନବେରାରେ ପାକିସ୍ତାନର ରେକର୍ଡ ସହ ବରାବର ହୋଇଥିଲା
ଜୁଲାଇ ୨୦୧୮ ରୁ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ପାକିସ୍ତାନ ଜିମ୍ବାୱେକୁ ହରାରେ ଟ୍ରାଇ ସିରିଜରେ ଓ ପରେ ଅଷ୍ଟ୍ରେଲିଆକୁ ଦୁଇଥର ପରାସ୍ତ କରିଛି । ଏହା ପରେ ସେମାନେ ୟୁଏଇରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡକୁ ତିନି ଥର ପରାସ୍ତ କରିଛନ୍ତି । ତେବେ ବିରାଟ କୋହଲିଙ୍କ ଦଳ ଶୁକ୍ରବାର ଦିନ କାନବ୍ରାରେ ଜିତି କ୍ରମାଗତ ୯ଟି ଟି-୨୦ ମ୍ୟାଚ ଜିତିବାର ରେକର୍ଡ ସହ ସମାନ ହୋଇସାରିଛି ।
ଯଦିଓ ଆଫଗାନିସ୍ତାନରେ କ୍ରମାଗତ ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ଜିତିବାର ରେକର୍ଡ ରହିଛି । ସେ ୨୦୧୮ ରୁ ୨୦୧୯ ପର୍ଯ୍ୟନ୍ତ ୧୨ଟି ମ୍ୟାଚ୍ ଜିତିଛନ୍ତି । ୨୦୧୬ ରୁ ୨୦୧୭ ମଧ୍ୟରେ ସମାନ ଦଳ ୧୧ଟି ବିଜୟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଯଦି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଉପରେ କ୍ଲିନ ସ୍ୱିପ କରେ । ତେବେ ଦଳ ଆଫଗାନିସ୍ତାନର ୧୧ଟି ମ୍ୟାଚ୍ ରେକର୍ଡ ସହିତ ବରାବର କରିବ । ଏଥି ସହିତ ଆଇସିସି ଟି -୨୦ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିବ ।